ETV Bharat / bharat

ଋଷକୁ ନନ-ଷ୍ଟପ୍ ବିମାନ ଉଡାଣକୁ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ - ଏୟାର ଇଣ୍ଡିଆ ନ୍ୟୁଜ

ସପ୍ତାହରେ ୨ ଥର ଦିଲ୍ଲୀରୁ ମସ୍କୋ ନନ୍-ଷ୍ଟପ ବିମାନ ଉଡାଣକୁ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ । ଅଧିକ ପଢନ୍ତୁ

ଋଷିଆକୁ ନନ-ଷ୍ଟପ୍ ବିମାନ ଉଡାଣକୁ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ

author img

By

Published : Apr 8, 2022, 12:27 PM IST

ନୂଆଦିଲ୍ଲୀ: ଋଷକୁ ନନ୍-ଷ୍ଟପ ଉଡାଣ ଉପରେ କଟକଣା ଲଗାଇଲା ଏୟାର ଇଣ୍ଡିଆ । ଆଉ ସପ୍ତାହରେ ୨ ଥର ଦିଲ୍ଲୀରୁ ମସ୍କୋ ଉଡାଣ ଭରିବନି ଏୟାର ଇଣ୍ଡିଆ । ଫଳରେ ଭାରତ ଓ ଋଷ ମଧ୍ୟରେ ସିଧାସଳଖ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବିଶେଷସୁତ୍ରରୁ ଜଣାପଡିଛି । ଏପ୍ରିଲ ୧ରୁ ଏହାକୁ ଲାଗୁ କରିଛି ଏୟାର ଇଣ୍ଡିଆ ।

ଏନେଇ ଭାରତରେ ଥିବା ଋଷ ଦୂତାବାସ କହିଛି ଯେ ଦିଲ୍ଲୀରୁ ମସ୍କୋ ନନ୍-ଷ୍ଟପ୍ ବିମାନକୁ ସ୍ଥଗିତ ରଖାଯିବା ସହ ଟିକେଟ ବିକ୍ରିକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ବିମାନ ଉଡାଣ ନେଇ ବର୍ତ୍ତମାନ ସୁଦ୍ଧା ଅନିଶ୍ଚିତତା ରହିଥିବା ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଋଷ ଦୂତାବାସ ।

ତେବେ ବିମାନ ଉଡାଣ ବାତିଲ ପରେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ହେବା ନେଇ ଏୟାର ଇଣ୍ଡିଆ କହିଛି । ଭାରତ ସରକାର ମଧ୍ୟ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରୁ କଟକଣା ହଟାଇବା ପରେ ତାସକେଣ୍ଟ, ଇସ୍ତାନବୁଲ, ଦୁବାଇ, ଆବୁଧାବି, ଦୋହା ଦେଇ ଋଷିଆକୁ ଗମନାଗମନ ସମ୍ଭବ ବୋଲି କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.