ETV Bharat / bharat

କାବୁଲ ବିମାନ ବନ୍ଦରରେ ଭୟଙ୍କର ସ୍ଥିତି, ବିମାନରେ ଚଢିବାକୁ ଠେଲାପେଲା ଜନସମୁଦ୍ର - evacuation

ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ ନିଷ୍ପତ୍ତି ପରେ କାବୁଲକୁ ବିମାନ ଉଡାଣ ବନ୍ଦ ରଖିଛି ଏୟାର ଇଣ୍ଡିଆ । ଅନ୍ୟପଟେ ଆତଙ୍କିତ ହୋଇ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିବା ଲୋକଙ୍କ ବିମାନ ବନ୍ଦରରେ ଲାଗିଛି ଅସମ୍ଭାଳ ଭିଡ । ଅଧିକ ପଢନ୍ତୁ...

ଏୟାର ଇଣ୍ଡିଆ ମଧ୍ୟ କାବୁଲକୁ ବିମାନ ଉଡାଣ ବନ୍ଦ ରଖିବ

author img

By

Published : Aug 16, 2021, 1:26 PM IST

ନୂଆଦିଲ୍ଲୀ/କାବୁଲ: ରବିବାର କାବୁଲକୁ କବଜା କରି ନେଇଛି ତାଲିବାନ । ଏହା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି । ଆଉ ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ କାବୁଲକୁ ବିମାନ ଉଡାଣ ବନ୍ଦ ରଖିଛି ଏୟାର ଇଣ୍ଡିଆ । ଅନ୍ୟପଟେ ବିମାନ ବନ୍ଦରରେ ଲୋକଙ୍କ ଲାଗିଛି ଅସମ୍ଭାଳ ଭିଡ ।

କାବୁଲ ବିମାନବନ୍ଦରରେ ଲୋକଙ୍କର ଲାଗିଛି ଭିଡ

କାବୁଲରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଜରୁରୀକାଳୀନ କାର୍ଯ୍ୟ ପାଇଁ ଏୟାର ଇଣ୍ଡିଆ ଏକ ଦଳ ପ୍ରସ୍ତୁତ କରିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନର ରାଜଧାନୀ କାବୁଲର ହାମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରହିଛି । ହେଲେ କାବୁଲ ଛାଡି ଲୋକମାନେ ଆସିବାକୁ ବିମାନବନ୍ଦରରେ ଡେରା ପକାଇଛନ୍ତି । କାବୁଲ ବିମାନବନ୍ଦରରେ ଲୋକଙ୍କ ଭିଡ ଲାଗିଛି । ବିମାନନ୍ଦରରେ ଚାରିଆଡ ଜନ ସମୁଦ୍ର ପାଲଟିଛି । ଜୀବନ ବଞ୍ଚାଇବାକୁ ଚାଲିଛି ସଂଘର୍ଷ । ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ପରିସ୍ଥିତିରେ ଦିଲ୍ଲୀରୁ କାବୁଲ ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ଯାହା ରାତି 8:30 ପରିବର୍ତ୍ତେ 12:30ରେ ଯିବାକୁ ଥିଲା ବର୍ତ୍ତମାନ ତାହା ସ୍ଥଗିତ ରହିଛି । ଏୟାର ଇଣ୍ଡିଆ ନିଶ୍ଚିତ କରିଛି ଯେ ଆଫଗାନିସ୍ତାନକୁ ବିମାନ ଚଳାଚଳ ବନ୍ଦ ଥିବାରୁ ସେମାନେ ବିମାନ ଚଳାଚଳ କରିପାରିବେ ନାହିଁ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଭାରତ ସରକାର ଏୟାର ଇଣ୍ଡିଆକୁ କାବୁଲରୁ ଜରୁରୀକାଳୀନ ସ୍ଥାନାନ୍ତର କରିବାକୁ କହିଛନ୍ତି । ଏ ନେଇ ଦୁଇଟି ବିମାନକୁ ପ୍ରସ୍ତୁତ ରଖାଯାଇଛି ।

ଆଫଗାନିସ୍ତାନରୁ ନାଗରିକ, ବନ୍ଧୁ ଏବଂ ସହଯୋଗୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ କାବୁଲ ବିମାନବନ୍ଦରରେ 6,000 ସେନା ନିୟୋଜିତ କରିବେ ବୋଲି ଆମେରିକା କହିଛି । ଆମେରିକା ଏବଂ ୟୁରୋପୀୟ ୟୁନିଅନର ନେତୃତ୍ବରେ 60ରୁ ଅଧିକ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି । ଯେଉଁଥିରେ ଆଫଗାନିସ୍ତାନର ଶକ୍ତିଶାଳୀ ପଦବୀରେ ଥିବା ଲୋକଙ୍କୁ ମାନବ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ଦାୟିତ୍ବ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

ଆସନ୍ତା 48 ଘଣ୍ଟା ମଧ୍ୟରେ ସେଠାରେ ପ୍ରାୟ 6000 ସୁରକ୍ଷାକର୍ମୀ ନିୟୋଜିତ ହେବେ । ଲୋକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରାଯିବ ବୋଲି ବୈଦେଶିକ ବିଭାଗ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.