ନୂଆଦିଲ୍ଲୀ: ରାଜଧାନୀରେ ଲଜ୍ଜା । ଦକ୍ଷିଣ ଦିଲ୍ଲୀର ମେହରୌଲି ଥାନା ଅଞ୍ଚଳରେ ଜଣେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଜଣକ ହେଲେ ଖାନପୁରର ହରଜିତ୍ ଯାଦବ । ସେ ଏକ ରାଜନୈତିକ ଦଳର ବ୍ଳକ ସଭାପତି ଥିବା ଜଣାପଡିଛି ।
ସାଉଥ ପୋଲିସ ଡିସିପି ଚନ୍ଦନ ଚୌଧୁରୀଙ୍କ ସୂଚନା ଅନୁସାରେ ପିସିଆରକୁ ଦୁଷ୍କର୍ମ ଘଟଣା ନେଇ ମେହରୌଲି ପୋଲିସ ଷ୍ଟେସନକୁ କଲ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଖାନପୁରର ହରଜିତ୍ ଯାଦବ ତାଙ୍କ ଘରକୁ ଆସି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ମହିଳା ଜଣଙ୍କ ଉତ୍ତରପ୍ରଦେଶବାସୀ । ସେ ଦିଲ୍ଲୀରେ ଘର ଖୋଜିବା ସମୟରେ ହରଜିତ୍ ଯାଦବଙ୍କ ଦୁଇମାସ ପୂର୍ବରୁ ତାଙ୍କ ସହ ଦେଖା ହୋଇଥିଲା । ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଆଗ ପଟୁ କବାଟ ଦେଇ ଖସି ପଳାଇଥିଲେ । ପଡୋଶୀଙ୍କ ସାହାଯ୍ୟରେ ପୋଲିସକୁ ଖବର ମିଳିଥିଲା । ମହିଳାଙ୍କ ବୟସ ପାଖାପାଖି 30 ବର୍ଷ ହେବ ।
ଏହା ବି ପଢନ୍ତୁ...ସଫେଇ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗୀ ମାଡ ମାରିଥିବା ଅଭିଯୋଗ
ବୟାନ ଆଧାରରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା 376, 509, 377 232ରେ ଏକ ମାମଲା ରୁଜ୍ଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିବା କହିଛନ୍ତି ଡିସିପି ।