ହାଇଦ୍ରାବାଦ: ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀର ବର୍ଦ୍ଧିତ ରେଞ୍ଜ ଆଣ୍ଟି-ସିପ ଭର୍ସନର ସଫଳ ପରୀକ୍ଷଣ କରିଛି ଭାରତୀୟ ବାୟୁସେନା (BrahMos Air launched missile test fired)। ବାୟୁସେନାର ଲଢୁଆ ବିମାନ ସୁଖୋଇ-30 ରୁ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା 400 କିଲୋମିଟର ରହିଛି । ପରୀକ୍ଷଣ ପାଇଁ ବଙ୍ଗୋପସାଗରରେ ପ୍ରସ୍ତୁତ କରାଯାଇଥିବା ଟାର୍ଗେଟ ଜାହାଜକୁ ଏହି କ୍ଷେପଣାସ୍ତ୍ର ସଫଳତାର ସହ ଲକ୍ଷ୍ୟକ୍ଷେଦ କରିଛି । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲା । ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଆଣ୍ଟି-ସିପ ଭର୍ସନର ଏକ କ୍ଷେପଣାସ୍ତ୍ର ଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି ।
-
Indian Air Force on Wednesday successfully test-fired the extended range version of the BrahMos Air-launched missile, which can hit targets at a range of about 400 km: Defence officials pic.twitter.com/kHZWlCQWBT
— ANI (@ANI) December 29, 2022 " class="align-text-top noRightClick twitterSection" data="
">Indian Air Force on Wednesday successfully test-fired the extended range version of the BrahMos Air-launched missile, which can hit targets at a range of about 400 km: Defence officials pic.twitter.com/kHZWlCQWBT
— ANI (@ANI) December 29, 2022Indian Air Force on Wednesday successfully test-fired the extended range version of the BrahMos Air-launched missile, which can hit targets at a range of about 400 km: Defence officials pic.twitter.com/kHZWlCQWBT
— ANI (@ANI) December 29, 2022
ସୁଖୋଇ-30 ଯୁଦ୍ଧ ବିମାନରୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଆଣ୍ଟି-ସିପ ଭର୍ସନର ବର୍ଦ୍ଧିତ ରେଞ୍ଜ ପରୀକ୍ଷଣ ହେବାରେ ଏହା ପ୍ରଥମ ଘଟଣା (BrahMos Air launched missile test fired)। ଭାରତୀୟ ବାୟୁସେନାର ଆଗଧାଡିର ଲଢୁଆ ବିମାନ ସୁଖୋଇ-30ରୁ ଏହାକୁ ଉଭୟ ଆକାଶ ମାର୍ଗରୁ ଆକାଶ ମାର୍ଗ ଓ ସ୍ଥଳଭାଗକୁ ନିକ୍ଷେପ କରିବାର କ୍ଷମତା ବିକଶିତ ହୋଇଛି । ଏହି କ୍ଷେପଣାସ୍ତ୍ର ପ୍ରାୟ 4ଶହ କି.ମି ପର୍ଯ୍ୟନ୍ତ ପ୍ରଭାବୀ ଭାବେ ଲକ୍ଷ୍ୟଭେଦ କରିବାର କ୍ଷମତା ବହନ କରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ