ETV Bharat / bharat

ବାୟୁ ସେନାର ଅଭ୍ୟାସ, ରାଜପଥରେ ଲଢୁଆ ହେଲିକପ୍ଟର ଅବତରଣ

author img

By

Published : Jul 17, 2021, 8:42 PM IST

ରାଜସ୍ଥାନର ଜଲପୁରରେ ଜାତୀୟ ରାଜପଥରେ ଭାରତୀୟ ବାୟୁ ସେନା ହେଲିକପ୍ଟରର ସଫଳ ଅବତରଣ । ଅଧିକ ପଢନ୍ତୁ...

ରାଜସ୍ଥାନରେ ବାୟୁ ସେନାର ଅଭ୍ୟାସ , ଜାତୀୟ ରାଜପଥରେ ଅବତରଣ କଲା ଲଢୁଆ ହେଲିକପ୍ଟର

ରାଜସ୍ଥାନ: ରାଜସ୍ଥାନର ଜଲପୁରରେ ଭାରତୀୟ ବାୟୁ ସେନା (IAF)ର ଜୋରଦାର ଅଭ୍ୟାସ । ଜାତୀୟ ରାଜପଥରେ ସଫଳତାର ସହ ଅବତରଣ କଲା ବାୟୁ ସେନାର ଦୁଇ ହେଲିକପ୍ଟର । ଜଲପୁରର ଗନ୍ଧବ ଓ ଅଗଡଭା ମଧ୍ୟରେ ଜାତୀୟ ରାଜପଥ (NH)ରେ ଦୁଇ ବାୟୁ ସେନା ହେଲିକପ୍ଟର ଅବତରଣ କରିଛି ।

ଭାରତ ମାଳା ପରିଯୋଜନାରେ ନିର୍ମିତ ଏହି ଜାତୀୟ ରାଜପଥକୁ ଯୁଦ୍ଧକାଳୀନ ସମୟରେ ରନ-ଓ୍ବେ ଭାବେ ବ୍ୟବହାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଭାରତୀୟ ବାୟୁ ସେନା । ଏହି ସ୍ବତନ୍ତ୍ର ପରୀକ୍ଷଣ ପାଇଁ ଭାରତୀୟ ରାଜମାର୍ଗ ପ୍ରଧୀକରଣ ଓ ବାୟୁସେନା କର୍ତ୍ତୁପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଅଭ୍ୟାସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କିରଥିଲେ ।

ଦେଶରେ ଜରୁରୀ ପରିସ୍ଥିତିରେ ଜାତୀୟ ରାଜପଥକୁ ରନଓ୍ବେ ଭାବେ ବ୍ୟବହାର ଯୋଗ୍ଯ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ରାଜମାର୍ଗ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଏହି କ୍ରମରେ ଦେଶରେ ପ୍ରାୟ ୨ ଡଜନରୁ ଊର୍ଦ୍ଧ୍ୱ ଜାତୀୟ ରାଜପଥ ଏପରି ସମାରିକ ବ୍ୟବହାର ପାଇଁ ସକ୍ଷମ ହୋଇଥିବା ମଧ୍ୟ ସରକାରୀ ସୂତ୍ରରୁ ଜଣାପଡିଛି । କିଛି ସ୍ଥାନରେ ସଫଳତାର ସହ ପରୀକ୍ଷଣ ଶେଷ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଏହିପରି ପରୀକ୍ଷାମୂଳକ ଭାବେ ଲଢୁଆ ବିମାନ ଓ ହେଲିକପ୍ଟର ଅବତରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.