ETV Bharat / bharat

ହିନ୍ଦୁମାନେ ଗୋଟିଏ ବାହା ହୁଅନ୍ତି, ତିନି ଜଣଙ୍କ ସହ ସମ୍ପର୍କ ରଖନ୍ତି: AIMIM ନେତା

author img

By

Published : Oct 16, 2022, 12:31 PM IST

AIMIM ନେତାଙ୍କ ବିବାଦୀୟ ବୟାନ । ହିନ୍ଦୁମାନେ ଗୋଟିଏ ବାହା ହୁଅନ୍ତି ଓ ତିନି ଜଣଙ୍କ ସହ ସମ୍ପର୍କ ରଖନ୍ତି କହିଲେ AIMIMର ଉତ୍ତରପ୍ରଦେଶ ରାଜ୍ୟ ସଭାପତି ସୌକତ ଅଲ୍ଲୀ । ଅଧିକ ପଢନ୍ତୁ

ହିନ୍ଦୁମାନେ ଗୋଟିଏ ବାହା ହୁଅନ୍ତି, ତିନି ଜଣଙ୍କ ସହ ସମ୍ପର୍କ ରଖନ୍ତି

ଲକ୍ଷ୍ନୌ: ହିନ୍ଦୁ ବିବାହ ଉପରେ AIMIM ନେତା ତଥା ଦଳର ଉତ୍ତରପ୍ରଦେଶ ରାଜ୍ୟ ସଭାପତି ସୌକତ ଅଲ୍ଲୀ ବିବାଦୀୟ ବୟାନ ଦେଇଛନ୍ତି(Shaukat Ali controversial statement) । AIMIM ନେତା କହିଛନ୍ତି, ''ଆମେ ଏକାଧିକ ବିବାହ କରୁଛୁ ବୋଲି ଲୋକେ କହୁଛନ୍ତି । ଯଦି ଆମେ ଦୁଇଟି ବିବାହ କରୁ, ତେବେ ଦୁଇ ପତ୍ନୀଙ୍କୁ ସମାନ ଇଜ୍ଜତ ଦେଉ । ତାଙ୍କର ପିଲାଙ୍କ ନାମ ଆଧାର କାର୍ଡ ଓ ରାସନ କାର୍ଡରେ ରୁହେ । କିନ୍ତୁ ହିନ୍ଦୁମାନେ ଗୋଟିଏ ବିବାହ କରନ୍ତି ଏବଂ ବାହାରେ ତିନୋଟି ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖନ୍ତି । '' ହିନ୍ଦୁଙ୍କ ସମ୍ପର୍କରେ ସୌକତ ଅଲ୍ଲୀଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

AIMIM ନେତାଙ୍କ ବିବାଦୀୟ ବୟାନ

ଶୁକ୍ରବାର ରାତିରେ AIMIM ରାଜ୍ୟ ସଭାପତି ସୌକତ ଅଲ୍ଲୀ(Shaukat Ali) ୟୁପିର ସମ୍ଭଲ ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରି ହିନ୍ଦୁ ବିବାହ ଉପରେ ଏପରି ଅଶୋଭନୀୟ ଟିପ୍ପଣୀ ଦେଇଛନ୍ତି । ଏହି ସମୟରେ ସେ ହିନ୍ଦୁ ସମ୍ପ୍ରଦାୟ ସମେତ ବିଜେପି ସରକାର ବିରୁଦ୍ଧରେ ବିଷ ଓଗାଳିଛନ୍ତି ।

ସେ କହିଛନ୍ତି, ''ବିଜେପି ଦୁର୍ବଳ ହେଲେ ମୁସଲିମ ସମ୍ପ୍ରଦାୟର ବିବାହ, ତିନି ତଲାକ୍, ମଦ୍ରସାଗୁଡିକର ଯାଞ୍ଚ ଏବଂ ଜ୍ଞାନବାପୀ ମସଜିଦ୍ ଭଳି ମାମଲା ଉଠାନ୍ତି । ବିଜେପି ଭୁଲି ଯାଉଛି ଯେ ମୁସଲିମ ଏହି ଦେଶରେ ଦୀର୍ଘ ୮୩୨ ବର୍ଷ ଧରି ହୁକୁମାତି କରିଥିଲେ । ହିନ୍ଦୁ ଆମ ବାଦଶାହଙ୍କ ଆଗରେ ହାତଯୋଡି ଛିଡା ହେଉଥିଲେ । ଆମର ବାଦଶାହ ଆକବର ତୁମମାନଙ୍କ ଭଉଣୀ ଯୋଦ୍ଧାବାଇକୁ ବିବାହ କରି ମଲ୍ଲିକା ବନାଇଥିଲେ । ଯାହାକି ଆକବରଙ୍କ ଧର୍ମନିରପେକ୍ଷତାର ବଳିଷ୍ଠ ଉଦାହରଣ । ମୁସଲିମ ବ୍ୟକ୍ତିବିଶେଷ ଦୁଇଟି ବିବାହ କଲେ ଦୁଇ ପତ୍ନୀଙ୍କୁ ସମ୍ମାନ ଦିଅନ୍ତି । କିନ୍ତୁ ହିନ୍ଦୁ ଗୋଟିଏ ବିବାହ କରି ତିନି ଜଣ ମହିଳାଙ୍କ ସହ ସମ୍ପର୍କ ରଖନ୍ତି । ଏପରିକି ସେମାନଙ୍କ ଠାରୁ ଜନ୍ମିତ ସନ୍ତାନଙ୍କୁ ନିଜ ପରିଚୟ ମଧ୍ୟ ଦିଅନ୍ତି ନାହିଁ ।''

ଏହାମଧ୍ୟ ପଢନ୍ତୁ: ଚାରିଧାମରେ ଆତଙ୍କବାଦୀ ଆକ୍ରମଣ ଧମକ, ବୋମାରେ ଉଡାଇବାକୁ ମିଳିଲା ଚିଠି

AIMIM ନେତା ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ କୋର୍ଟଙ୍କ ରାୟ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଅଦାଲତ ଯାହା ନିଷ୍ପତ୍ତି ନେଇଛନ୍ତି ସମସ୍ତଙ୍କୁ ଏହା ମାନିବାକୁ ହେବ । ସମ୍ବିଧାନ ଦ୍ବାର ଦେଶ ଚାଲିବ, ବିଜେପି ଇଚ୍ଛାରେ ନୁହେଁ । ମୁସଲମାନଙ୍କ ହକ୍ ପାଇଁ ଆମର ସାମ୍ବିଧାନିକ ଲଢେଇ ଜାରି ରହିବ ବୋଲି କହିଛନ୍ତି ସୌକତ ଅଲ୍ଲୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.