ନୂଆଦିଲ୍ଲୀ: ଟୀକାକରଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ଭାରତ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ଟୀକାକରଣ ପରିଚାଳନାରେ ସଫଳ ହୋଇନଥିବା ଅଭିଯୋଗ କରିଛନ୍ତି ଓୱେସୀ । ସେ କହିଛନ୍ତି, ଅଗଷ୍ଟ ସୁଦ୍ଧା ଏହା 135 କୋଟି ଟିକା ଡୋଜର ବ୍ୟବସ୍ଥା କରିବା ପାଇଁ ସର୍ବୋଚ୍ଚ କୋର୍ଟକୁ ଜଣାଇଥିଲେ ଭାରତ ସରକାର । କିନ୍ତୁ ମେ 28 ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର 235 କୋଟି ଡୋଜ ଯୋଗାଇବା ନେଇ ଦୃଢୋକ୍ତି ପ୍ରକାଶ କିରଥିଲେ । ତେବେ ବର୍ତ୍ତମାନ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ମାତ୍ର 135 କୋଟି ଡୋଜ ଯୋଗାଇବା ନେଇ କହିଛନ୍ତି ।
ତେବେ ଏହା କେନ୍ଦ୍ର ସରକାରଙ୍କ ବିଫଳତାକୁ ପଦାରେ ପକାଉଛି ବୋଲି କହିଛନ୍ତି ଓୱେସୀ । ପ୍ରଥମେ 235 କୋଟି ଡୋଜ ଯୋଗାଇବା ନେଇ କହିଥିବା ବେଳେ ଏବେ ସେମାନେ 135 କୋଟିକୁ ଖସି ଆସିଲେଣି । ଏହା ସେମାନଙ୍କ ମିଛକୁ ପଦାରେ ପକାଇଛି ବୋଲି ଓୱେସୀ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।
@ANI