ହାଇଦ୍ରାବାଦ: ହାଇଦ୍ରାବାଦରେ ଭାଷଣ ଦେବା ସମୟରେ କାନ୍ଦିଲେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ସୂଚନାଅନୁସାରେ, ହାଇଦ୍ରାବାଦରେ ନମାଜ ପାଠ କରିବା ପରେ ଲୋକଙ୍କ ସହିତ ଆଲୋଚନା ବେଳେ କାନ୍ଦିଲେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।
-
#WATCH | AIMIM chief Asaduddin Owaisi breaks down while addressing a gathering on the last Friday of Ramzan at Mecca Masjid in Hyderabad pic.twitter.com/GCTjQeU38R
— ANI (@ANI) April 29, 2022 " class="align-text-top noRightClick twitterSection" data="
">#WATCH | AIMIM chief Asaduddin Owaisi breaks down while addressing a gathering on the last Friday of Ramzan at Mecca Masjid in Hyderabad pic.twitter.com/GCTjQeU38R
— ANI (@ANI) April 29, 2022#WATCH | AIMIM chief Asaduddin Owaisi breaks down while addressing a gathering on the last Friday of Ramzan at Mecca Masjid in Hyderabad pic.twitter.com/GCTjQeU38R
— ANI (@ANI) April 29, 2022
ଖର୍ଗୋନରେ ମୁସଲମାନଙ୍କ ଘର ଭାଙ୍ଗିଦିଆଯିବା ଘଟଣା ଏବଂ ଜାହାଙ୍ଗୀରପୁରୀରେ ତାଙ୍କ ସହିତ ହିଂସା ଘଟଣାକୁ ନେଇ ଭାଙ୍ଗି ପଡିଲେ ଓଓ୍ବେସୀ । କିନ୍ତୁ ସେ କିନ୍ତୁ ପଛକୁ ହଟିବେ ନାହିଁ ପଡ଼ିଆ ଛାଡ଼ି ପଳାଇଯିବେ ନାହିଁ ବୋଲି କହିଛନ୍ତି AIMIM ମୁଖ୍ୟ । ଏହା ସହ ଓୱେସୀ ଅଭିଯୋଗ କରିଛନ୍ତି ଯେ, ‘ଦେଶରେ ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି । ତାଙ୍କ ଆଖି ଆଗରେ ଏମିତି ଅନେକ ଘଟଣା ଘଟିଛି, ଯେଉଁଠି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆପଣ କିନ୍ତୁ ଧୈର୍ଯ୍ୟ ଧରନ୍ତୁ । ଆମେ ଧୈର୍ଯ୍ୟର ସହ କାମ କରିବୁ । କିନ୍ତୁ ପଡ଼ିଆ ଛାଡ଼ି ପଳାଇଯିବୁ ନାହିଁ ବୋଲି ଓୱେସୀ କହିଛନ୍ତି । ମୋତେ ମୃତ୍ୟୁକୁ ଡର ଲାଗେନି କି ଆମେ ତୁମେ ଅତ୍ୟାଚାରରେ ଡରିଯିବୁ ନାହିଁ । ତୁମର ସରକାର ମଧ୍ୟ ଆମକୁ ଡରାଇପାରିବ ନାହିଁ ।" AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ ଏହି ଭାବବିହ୍ବଳ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।