ETV Bharat / bharat

Gujarat Assembly Elections: AAP କଂଗ୍ରେସ AIMIM ଲଢେଇ, ସହଜ ହେବ କି ବିଜେପି ରାସ୍ତା ?

author img

By

Published : Nov 25, 2022, 10:25 PM IST

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଜୋରଦାର ପ୍ରଚାର । ପ୍ରତି ମୂହୁର୍ତ୍ତରେ ବଦଳୁଛି ରାଜ୍ୟ ରାଜନୀତିର ସମୀରକରଣ । କ୍ଷମତା ବଞ୍ଚାଇବ ପାଇଁ ବିଜେପି ପୁରା ଶକ୍ତି ଲଗାଇଥିବା ବେଳେ, କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଅଣ୍ଟା ଭିଡିଛି । ଆମ ଆଦମୀ ପାର୍ଟି ପଞ୍ଜାବରେ ଯେପରି ଚମତ୍କାର ସୁଯୋଗରେ ରହିଛି, ଏଆଇଏମଆଇଏମ (All India Majlis-e-Ittehadul Muslimeen) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ କିଛି ଓଲଟପାଟ କରିବା ଯୋଜନାରେ ଅଛନ୍ତି । ଅଧିକ ପଢନ୍ତୁ

AAP କଂଗ୍ରେସ  AIMIM ଲଢେଇ, ସହଜ ହେବ କି ବିଜେପି ରାସ୍ତା?

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଜୋରଦାର ପ୍ରଚାର । ବିଜେପି କଂଗ୍ରେସ ଆମ ଆଦମୀ ପାର୍ଟି ଏଆଇଏମଆଇଏମ ପ୍ରଚାର ମୈଦାନରେ ଲଢେଇକୁ ତୀବ୍ର କରିଛନ୍ତି । ନିର୍ବାଚନ ଯେତେ ପାଖେଇ ଆସୁଛି, ଲଢେଇ ସେତେ ତୀବ୍ର ହେଉଛି । ପ୍ରତି ମୂହୁର୍ତ୍ତରେ ବଦଳୁଛି ରାଜ୍ୟ ରାଜନୀତିର ସମୀରକରଣ । କ୍ଷମତା ବଞ୍ଚାଇବ ପାଇଁ ବିଜେପି ପୁରା ଶକ୍ତି ଲଗାଇଥିବା ବେଳେ, କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଅଣ୍ଟା ଭିଡିଛି । ଆମ ଆଦମୀ ପାର୍ଟି ପଞ୍ଜାବରେ ଚମତ୍କାର ସୁଯୋଗରେ ରହିଛି, ଏଆଇଏମଆଇଏମ (All India Majlis-e-Ittehadul Muslimeen) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ କିଛି ଓଲଟପାଟ କରିବା ଯୋଜନାରେ ଅଛନ୍ତି ।

ଗୁଜରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ଏଣ୍ଟ୍ରି କରିବା ପରେ ଏବେ ସବୁ ଦଳ ପାଇଁ ଚିନ୍ତା ବଢିଛି । କେଉଁ ଦଳର ଭୋଟ ବିଭାଜନ କରିବେ ଓୱେସୀ? କାହକୁ ମିଳିବ ଫାଇଦା? କିଏ ହରାଇବ ଗଡ? ଯଦିଓ ବିଧାନସଭା ନିର୍ବାଚନରେ ଓୱେସୀଙ୍କ ସେତେ ପ୍ରଭାବ ନାହିଁ, କି ଦଳ ସେମିତି କିଛି କରିବ ନାହିଁ କିନ୍ତୁ ଭୋଟ ବିଭାଜନ ଚିନ୍ତା ସବୁଦଳକୁ ଗ୍ରାସିଛି । ବିଜେପି ବିରୋଧୀ ମୁସଲିମ ଭୋଟର ବିକଳ୍ପ ଭାବେ କଂଗ୍ରେସ ସପକ୍ଷରେ ଯାଉଥିଲେ । ହେଲେ ଚଳିତ ନିର୍ବାଚନରେ ଏଆଇଏମଆଇଏମ ଏଣ୍ଟ୍ରି କରିବା ଓ ଆମ ଆଦମୀ ମଧ୍ୟ ଲଢେଇ କରିବା ଦ୍ବାରା ବିଜେପି ଲାଭରେ ରହିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯଦି ଏଆଇଏମଆଇଏମ ମୁସଲିମ ଭୋଟ ନେବାରେ ସଫଳ ହୁଏ, ତେବେ ସିଧା ସଳଖ କଂଗ୍ରେସ କ୍ଷତି ସହିବ ।

ଏହାବି ପଢନ୍ତୁ- ତେଜୁଛି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, 300ରୁ ଅଧିକ ବସ୍‌ ଚଳାଚଳ ଉପରେ ରୋକ୍‌

ଗୁଜରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ 14 ଟି ଆସନର ପ୍ରତିଦ୍ବନ୍ଦିତା କରୁଛି । ଦଳ ମାଣ୍ଡଭୀ, ଭୁଜ, ବଡଗାମ, ସିଦଧପୁର, ଭେଜଲପୁର, ବାପୁ ନଗର, ଦରିଆପୁର, ଜମଲପୁର-ଖାଡିଆ ଡାନିଲିମଡା, ଖମଭାଡିଆ, ମାଙ୍ଗ୍ରୋଲ, ଲିମ୍ବାୟତ, ସୁରତ ପୂର୍ବ ଓ ଗୋଧ୍ରା । ଏଆଇଏମଆଇଏମର ପ୍ରାର୍ଥୀ ମଧ୍ୟରେ 12 ଜଣ ମୁସଲିମ ସମ୍ପ୍ରଦାୟରୁ ରହିଛନ୍ତି । ଆକଳନ ଅନୁସାରେ ଏହି 14 ଟି ଆସନ ବିଜେପି ପାଇଁ ସୁବିଧା ହୋଇପାରେ । କାରଣ ଏଠି କଂଗ୍ରେସର ଭୋଟ ବିଭାଜନ କରିପାରେ ଓୱେସୀଙ୍କ ଦଳ ।

ରାଜ୍ୟରେ ବିଜେପିର ଭୋଟ ବ୍ୟାଙ୍କ ସୁଦୃଢ ରହିଛି । ବିଜେପି ଭୋଟ ବ୍ୟାଙ୍କକୁ ସୁଦୃଢ କରିବାକୁ ହେଲେ କଂଗ୍ରେସ, ଆପ ଓ ଏଆଇଏମଆଇଏମକୁ ସେଭଳି ରଣନୀତି ଓ ଲଢେଇ ଲଢିବାକୁ ପଡିବ । ଏଆଇଏମଆଇଏମ ରାଜ୍ୟରେ ନିର୍ବାଚନ ଲଢିବା ଦ୍ବାରା ମୁସଲିମ ଭୋଟ ଏବେ ବିଭାଜିତ ହେବା ନିଶ୍ଚିତ । ସମ୍ପୂର୍ଣ୍ଣ ମୁସଲିମ ଭୋଟ ଏଆଇଏମଆଇଏମ ପ୍ରାର୍ଥୀ ପାଇବେ ତାହା ମଧ୍ୟ ନିଶ୍ଚିତ ନୁହେଁ । ଯେଉଁ ମୁସଲିମ ଭୋଟର ବିଜେପିର ବିକଳ୍ପ ଭାବେ କଂଗ୍ରେସକୁ ଦେଖୁଥିଲେ ସେହି ଭୋଟରଙ୍କ ପାଖେ ଏବେ ବିକଳ୍ପ ରହିଛି । ମୁସଲିମ ଭୋଟର ବିଭାଜନ ଦ୍ବାରା କଂଗ୍ରେସ କ୍ଷତି ସହିବ ଓ ବିଜେପି ଫାଇଦାରେ ରହିବ ।

ଏହାବି ପଢନ୍ତୁ- Chief Guest of Republic Day 2023: ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଭାରତର ନିମନ୍ତ୍ରଣ

ଚଳିତ ମାସରେ ବିହାର ଗୋପଳଗଞ୍ଜରେ ହୋଇଥିବା ଉପନିର୍ବାଚନର ଫଳାଫଳର ଉଦାହରଣ ହେଉଛି ମୁସଲିମ ଭୋଟ ବିଭାଜନ ନିଶ୍ଚିତ । କାରଣ ଗୋପାଳଗଞ୍ଜ ନିର୍ବାଚନ ଫଳାଫଳ 1794 ଭୋଟ ଥିଲା । ଏଠି AIMIM 12214 ଭୋଟ ପାଇଥିଲା । ଯଦି ଏଠି ଏଆଇଏମଆଇଏମ ନିର୍ବାଚନ ଲଢିନଥାନ୍ତା ଏହି ଆସନ ଟିକୁ ଆରଜେଡି 10000 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥାନ୍ତା । ଗୋପାଳଗଞ୍ଜରେ ଯେଉଁ ସ୍ଥିତି ଉପୁଜିଲା ସେହି ସମାନ ସ୍ଥିତି ଗୁଜରାଟ ଅହମ୍ମଦାବାଦ ଅଧିନ ଜମଲପୁର-ଖାଡିଆ ବିଧାନସଭା ଆସନରେ ସ୍ଥିତି ରହିଛି । ଆଉ ଏହି ଉଭୟ ଆସନରେ ମଧ୍ୟ ଏଆଇଏମଆଇଏମ ନିର୍ବାଚନ ଲଢୁଛି । ଯାହା ବିଜେପିକୁ ବେଶ ସୁହାଇପାରେ । ଗୁଜରାଟର ଜମଲପୁର ଓ ଖାଡିଆ ବିଧାନସଭା ଆସନ ମୁସଲିମ ବହୁଳ । ଏଠାରେ ମୁସଲିମ ଭୋଟ ସବୁ ଦଳ ପାଇଁ ଆବଶ୍ୟକ । ମୁସଲିମ ଭୋଟ ଯେଉଁ ଦଳ ପାଖକୁ ଯିବ ସେହି ଦଳର ବିଜୟ ସମ୍ଭାବନା ରହିଛି । ଜମଲପୁର-ଖାଡିଆରେ ଏଆଇଏମଆଇଏମର ପ୍ରାର୍ଥୀ ହେଉଛନ୍ତି ଏଆଇଏମଆଇଏମର ରାଜ୍ୟ ସଭାପତି ସବିର କବ୍ଲିୱାଲ( Sabir Kabliwala) । କଂଗ୍ରେସ ପ୍ରାର୍ଥୀ ଅଛନ୍ତି ଇମ୍ରାନ । ଏପରି ସ୍ଥଳେ ଏଠି ଦୁଇଜଣ ମୁସଲିମ ପ୍ରାର୍ଥୀ ଥିବାରୁ ବିଜେପି ପାଇଁ ବଡ ସୁଯୋଗ ସୃଷ୍ଟି ହୋଇଛି ।

ଦେଶର ରାଜନୀତିରେ ବିଭିନ୍ନ ସମୟରେ ଅଭିଯୋଗ ହୁଏ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ହେଉଛନ୍ତି ବିଜେପିର ବି’ ଟିମ । ଚର୍ଚ୍ଚା ହୁଏ ଅସଦୁଦ୍ଦିନ ଓୱେସୀ ନିର୍ବାଚନରେ ପ୍ରତ୍ୟେକ୍ଷ ନହେଲେ ମଧ୍ୟ ପରୋକ୍ଷରେ ସହାୟତା କରୁଛନ୍ତି । ଯାହାର କିଛି ସତ୍ୟାସତ୍ୟ ବିହାର ଗୋପଳାଗଞ୍ଜ ଉପନିର୍ବାନରେ ଦେଖିବାକୁ ମିଳିଛି । ନିକଟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଗୁଜରାଟରେ ନିର୍ବାଚନ ପ୍ରଚାର କରୁଥିବ ବେଳେ, ସ୍ଥାନୀୟ ଭୋଟର ଓୱେସୀଙ୍କୁ ବିଜେପି- ଆରଏସଏସର ଏଜେଣ୍ଚ ବୋଲି ଆକ୍ଷେପ କରିଥିଲେ (He was called a BJP and RSS agent by the protesters) । ଖାଲି ଏତିକି ନୁହେଁ ଓୱେସୀଙ୍କ ସଭାରେ ଓୱେସୀଙ୍କୁ ବିରୋଧ କରିଥିଲେ । କିନ୍ତୁ ଓୱେସୀ ବାପୁ ନଗର ଆସନ କଂଗ୍ରେସକୁ ଛାଡି ଦେଇଛନ୍ତି । ନିଜ ଦଳୀୟ ପ୍ରାର୍ଥୀ ଶାହାନାୱାଜ ପଠାନ (Shahanawaz Pathan of AIMIM withdrew his nomination from the Bapunagar seat) ପ୍ରାର୍ଥୀ ପତ୍ର ପ୍ରତ୍ୟାହର କରିନେଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ 16 ପ୍ରତିଶତ ମୁସଲିମ ଭୋଟର ଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଅଛନ୍ତି ହିମନ୍ତ ସିଂ ।

ଏହାବି ପଢନ୍ତୁ- Parliament Winter Session: କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ

କିନ୍ତୁ ମଜାଦାର କଥା ହେଉଛି ବାପୁ ନଗର ଆସନ କଂଗ୍ରେସକୁ ଛାଡି ଦେଇଥିବା ବେଳେ, ଦାନିଲିମଡା (Danilimda) ଆସନରେ କଂଗ୍ରେସ ବିରୋଧରେ ଜଣେ ଦଳିତ ହିନ୍ଦୁଙ୍କୁ ପ୍ରାର୍ଥୀ କରିଛନ୍ତି ଓୱେସୀ । ଦାନିଲିମଡା ଆସନଟି ସଂରକ୍ଷିତ ରହିଥିବା ବେଳେ ମୋଟ ଭୋଟର 2 ଲକ୍ଷ 39 ହଜାର 999 ଭୋଟ ମଧ୍ୟରୁ ମୋଟ 65 ହଜାର 760 ଭୋଟର ହେଉଛନ୍ତି ମୁସଲିମ । ମୋଟ ଭୋଟର 27 ପ୍ରତିଶତ ଭୋଟ ହେଉଛି ମୁସଲମାନ ସମ୍ପ୍ରଦାୟର । ଏହି ଆସନଟି ବର୍ତ୍ତମାନ କଂଗ୍ରେସ ଦଖଲରେ ଥିବା ବେଳେ ବିଧାୟକ ଅଛନ୍ତି ଶୈଳେଶ ପରମର (Shailesh Parmar) । ଏଠି ବିଜେପି ନରେଶ କୁମାର ଶଙ୍କରଲାଲ ବ୍ୟାସ (Nareshkumar Shankarlal Vya)ଙ୍କୁ ପ୍ରାର୍ଥୀ କରିଛି । ଗୁଜରାଟ ବିଧାନସଭାରେ ଓୱେସୀ ନିଜର ସ୍ଥିତି ଦେଖି ଓ ମୁସଲିମ ଭୋଟ ବ୍ୟାଙ୍କ ଦେଖି ପ୍ରାର୍ଥି ଦେଇଛନ୍ତି । ଯେଉଁ ଯେଉଁ ନିର୍ବାଚନ ମଣ୍ଡଳୀରେ ମୁସଲିମ ଓ ଦଳିତ ଭୋଟ ରହିଛି ସେହି ଆସନରେ ଆଖି ପକାଇଛନ୍ତି ଓୱେସୀ ।

ଦେଶର 11 ପ୍ରତିଶତ ମୁସଲମାନ ଭୋଟର ଗୁଜରାଟରେ ଅଛନ୍ତି । ଓୱେସୀ ଯେଉଁଠି ନିଜ ଭୋଟ ବ୍ୟାଙ୍କ ରହିଛି କିମ୍ବା ଭୋଟ ବ୍ୟାଙ୍କ ବଢିବାର ସମ୍ଭାବନ ରହିଛି, ସେହି ଆସନ ଗୁଡିକୁ ଫୋକସ କରିଛନ୍ତି । ଗୁଜରାଟ ନିର୍ବାଚନରେ ଓୱେସୀ ପରୋକ୍ଷରେ ବିଜେପିକୁ ଆଉ ଏକ ସହାୟତା କରିଥାଇପାରନ୍ତି । ଭଡଗାମ ହେଉଛି ଏକ ମୁସଲିମ ବହୁଳ କ୍ଷେତ୍ର । ଏଠି ମଧ୍ୟ ଓୱେସୀ ନିଜ ପ୍ରାର୍ଥୀ ଓହ୍ଲାଇ କଂଗ୍ରେସକୁ ଅଡୁଆରେ ପକାଇଛନ୍ତି । ଭଡଗାମ (Vadgam) ରେ ମୋଟ 25 ପ୍ରତିଶତ ମୁସଲିମ ଭୋଟର ଥିବାବେଳେ, ଏବେ ବିଧାୟକ ଅଛନ୍ତି ଜଣାଶୁଣା ଆନ୍ଦୋଳକାରୀ ଜୀଗନେଶ ମେୱାନୀ (Jagnesh Mevani) ଜୀଗନେଶ 2017ରେ ସ୍ବାଧୀନ ଭାବେ ଛିଡା ହୋଇ ବିଜୟୀ ହୋଇଥିବା ବେଳେ, ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି । ଜୀଗନେଶଙ୍କ ଏଠି ପ୍ରଭାବ ଥିବାବେଳେ, ବିଜେପି କୁ ଏହି ଆସନ ଦଖଲ ପାଇଁ କଠିନ ଥିଲା । ହେଲେ ଓୱେସୀ ପ୍ରାର୍ଥୀ ଦେଇ ପରୋକ୍ଷରେ ବିଜେପିର ଚିନ୍ତା ଦୂର କରିଛନ୍ତି ।

ଏହାବି ପଢନ୍ତୁ- ଗର୍ଭାବସ୍ଥାରେ ସ୍ବଳ୍ପ ମଦ୍ୟପାନ କରୁଥିଲେ ବି ହୋଇଯାଆନ୍ତୁ ସାବଧାନ ! ଶିଶୁ ଉପରେ ପଡିପାରେ ଜଟିଳ ପ୍ରଭାବ

ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ମୋଟ 182 ଆସନରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ 179 ଆସନରେ ଲଢୁଛି । 2017ରେ ବିଜେପି ସୌରଷ୍ଟ୍ର ରିଜନର 11 ଜିଲ୍ଲାରୁ 18 ଟି ଆସନ ଜିତିଥିଲା । କଂଗ୍ରେସ ଏଠି ଭଲ ପ୍ରଦର୍ଶନ କରିଥିଲା । ହେଲେ ଗତ ନିର୍ବାଚନରେ ବିଜୟୀ ହୋଇଥିବା ସୌରଷ୍ଟ୍ର ରିଜନର ଏକାଧିକ କଂଗ୍ରେସ ବିଧାୟକ ଦଳ ଛାଡି ବିଜପିରେ ସାମିଲ ହୋଇଛନ୍ତି । 2017ରେ ବିଜେପି ସାରା ରାଜ୍ୟରେ ମୋଟ 49 ପ୍ରତିଶତ ଭୋଟ ପାଇଥିବା ବେଳେ, କଂଗ୍ରେସ ପାଇଥିଲା 41 ପ୍ରତିଶତ ଭୋଟ । ଅନ୍ୟ ଦଳ ଗୁଡିକ ପାଇଥିଲେ 10 ପ୍ରତିଶତ ଭୋଟ । ଚଳିତ ନିର୍ବାଚନରେ କଂଗ୍ରେସ ଭୋଟ ବିଭାଜନ ହେବ ବୋଲି ଆଶା ରଖିଛି ବିଜେପି । ଏହା ମଧ୍ୟ ସତ ଯେ ନିର୍ବାଚନ ପ୍ରଚାରରେ କଂଗ୍ରେସ ସେତେ ପ୍ରଭାବଶାଳୀ ହୋଇପାରି ନାହିଁ । ଅନ୍ୟପଟେ ବିଜେପିର ପ୍ରଚାର ମଙ୍ଗ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧରିଛନ୍ତି । ଆଉ ପ୍ରାର୍ଥୀ କିଏ ବି ହୋଇଥାନ୍ତୁ ଭୋଟ ବିଜେପିର ଚିହ୍ନ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ନିବେଦନ କରୁଛନ୍ତି ।

ବିଲାଲ ଭଟ୍ଟ, ସମ୍ପାଦକ, ଇଟିଭି ଭାରତ ନେଟୱାର୍କ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.