ETV Bharat / bharat

‘2024 ସୁଦ୍ଧା 60,000 କିମି ବିଶ୍ବ ସ୍ତରୀୟ ଜାତୀୟ ରାଜପଥ ନିର୍ମାଣ ଲକ୍ଷ୍ୟ’

author img

By

Published : Jul 10, 2021, 9:30 AM IST

ଦେଶବାସୀ ପାଇବେ ଉତ୍ତମ ଗମନାଗମନ ସେବା । 2024 ସୁଦ୍ଧା 60,000 କିମି ବିଶ୍ବ ସ୍ତରୀୟ ଜାତୀୟ ରାଜପଥ କରାଯିବ ନିର୍ମାଣର ଲକ୍ଷ୍ୟ ରହିଛି କହିଲେ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ...

Aim is to construct 60,000 km of world-class national highway by 2024: Gadkari
2024 ସୁଦ୍ଧା 60,000 କିମି ବିଶ୍ବ ସ୍ତରୀୟ ଜାତୀୟ ରାଜପଥ ନିର୍ମାଣ ଲକ୍ଷ : ଗଡକରୀ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଉତ୍ତମ ଗମନାଗମନ ସେବା ଯୋଗାଇ ଦେବାକୁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପ୍ରୟାସ । 2024 ସୁଦ୍ଧା ବିଶ୍ବ ସ୍ତରୀୟ ଜାତୀୟ ରାଜପଥର 60,000 କିଲୋମିଟର ନିର୍ମାଣ କରିବା ତାଙ୍କର ଲକ୍ଷ୍ୟ ରହିଛି । ଦିନକୁ 40 କିଲୋମିଟର ଲେଖାଏଁ ଏହା ନିର୍ମାଣ କରାଯିବ । ଭାରତ ସଡକ ବିକାଶର 16 ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଏପରି କହିଛନ୍ତି ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ।

ଏହାସହ ସେ କହିଛନ୍ତି କି, ଭାରତ ପ୍ରାୟ 63 ଲକ୍ଷ କିଲୋମିଟର ସଡକ ନେଟୱାର୍କ ରହିଛି । ଯାହାକି ବିଶ୍ବର ଦ୍ବିତୀୟ ବୃହତ୍ତମ ଅଟେ । ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସଡକ ଭିତ୍ତିଭୂମି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କେବଳ ସେତିକି ନୁହେଁ,ଗଡକରୀ କହିଛନ୍ତି, ଜାତୀୟ ଭିତ୍ତିଭୂମି ପାଇପଲାଇନ (NIP) ମାଧ୍ୟମରେ ଭିତ୍ତିଭୂମି ବିକାଶରେ ସରକାର 1.4 ଟ୍ରିଲିୟନ ଡଲାର (111 ଲକ୍ଷ କୋଟି ) ବିନିଯୋଗ କରିଛନ୍ତି । ସରକାର ଚଳିତ ବର୍ଷ ଭିତ୍ତିଭୂମି କେପକ୍ସକୁ 34% ବୃଦ୍ଧି କରି 5.54 ଲକ୍ଷ କୋଟି ଟଙ୍କା କରିଛନ୍ତି। ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.