ETV Bharat / bharat

Girl Carried On Cot: ଚିକିତ୍ସା ପାଇଁ 25 କିଲୋମିଟର ଖଟିଆରେ ବୁହା ହେଲେ ନାବାଳିକା - ପୁଣି ଗାଁ ର ବିକଳ ଚିତ୍ର

ରାସ୍ତା ନଥିବାରୁ ୨୫ କିଲୋମିଟର ଖଟିଆରେ ବୁହା ହେଲେ ଅସୁସ୍ଥ ନାବାଳିକା । ସେଠାରେ ଚିକିତ୍ସା ପରେ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା । ଅଧିକ ପଢନ୍ତୁ

Girl Carried On Cot
Girl Carried On Cot
author img

By ETV Bharat Odisha Team

Published : Sep 3, 2023, 4:20 PM IST

ରାୟପୁର: ପୁଣି ଗାଁର ବିକଳ ଚିତ୍ର । ରାସ୍ତାଘାଟର ସମସ୍ୟା ଯୋଗୁଁ ଅଧିକାଂଶ ଗ୍ରାମରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଫଳରେ କେତେବେଳେ ଦୋଳାରେ ତ କେତେବେଳେ ଖଟିଆରେ ରୋଗୀଙ୍କୁ ଆଣିବାକୁ ପଡ଼ୁଛି । ତେବେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡରୁ । ଗାଁକୁ ରାସ୍ତା ନ ଥିବାରୁ 25 କିଲୋମିଟର ଖଟିଆରେ ବୁହାହେଲେ ଅସୁସ୍ଥ ନାବାଳିକା । ଗାଁର ବିକାଶ ପାଇଁ ସରକାର ମାଳମାଳ ଯୋଜନ କରିଛନ୍ତି । ଗାଁକୁ ଗଢ ଗାଁକୁ ଚାଲ ନାରା ଦେଉଛନ୍ତି , ହେଲେ ଏବେ ବି ଏମିତି ଅନେକ ଗାଁ ରହିଛି ଯେଉଁଠି ସରକାରଙ୍କ ବିକାଶ ରଥ ଗଡ଼ି ପାରିନାହିଁ । ଗାଁକୁ ଖଣ୍ଡିଏ ରାସ୍ତା ନାହିଁ ।

ସୂଚନା ମୁତାବକ, ଛତିଶଗଡ ବସ୍ତର ଜିଲ୍ଲାର ନାବାଳିକା ପୁନି ସାନ୍ତୁ ପୁଙ୍ଗତି କିଛି ଦିନ ହେବ ଅସୁସ୍ଥ ଥିଲେ । ଏନେଇ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କ ପରିବାର ଲୋକେ ଖଟିଆରେ ୨୫ କିଲୋମିଟର ବୋହି ମହାରାଷ୍ଟ୍ରର ଗଡଚିରୋଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିତ୍ସା ପରେ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ଅନ୍ୟପଟେ ଜଣେ ଅଧିକାରୀ କହିଛନ୍ତି ଯେ, ମୌସୁମୀ ଯୋଗୁଁ ଚାରିଆଡେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଛତିଶଗଡ଼ର ୪ରୁ ୫ ସୀମାବର୍ତ୍ତୀ ଗାଁର ରୋଗୀ ଲହେରୀ ପିଏଚ୍‌ସିରେ ଚିକିତ୍ସା ପାଇଁ ଚାହୁଁଛନ୍ତି । କାରଣ ଏହା ପଡ଼ୋଶୀ ରାଜ୍ୟର ନାରାୟଣପୁରରେ ଥିବା ପିଏଚ୍‌ସି ଅପେକ୍ଷା ଅଧିକ ନିକଟତର । ସେହିପରି ଅନ୍ୟ ଜଣେ ବରିଷ୍ଠ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ଯଦିଓ ଜିଲ୍ଲା ପ୍ରଶାସନ ପାଖରେ ଆମ୍ବୁଲାନ୍ସ ଅଛି ଏବଂ ସ୍ଥାନୀୟ ଲୋକଙ୍କୁ ଆମ୍ବୁଲାନ୍ସ ଫୋନ୍ ନମ୍ବର ଦିଆଯାଇଛି । ହେଲେ ଏହି ଗାଁଗୁଡିକ ପାହାଡ଼ିଆ ଅଞ୍ଚଳର ଅବସ୍ଥିତ ଥିବାରୁ ସେଠାକୁ କୌଣସି ପକ୍କା ରାସ୍ତା ନାହିଁ କି ନେଟୱାର୍କ ସୁବିଧା ମଧ୍ୟ ନାହିଁ ।

ଏହା ମଧ୍ୟ ପଢନ୍ତୁ- ଗାଁ ବିକାଶର ଆସଲି ଚିତ୍ର, ଖଟିଆରେ 8 କିମି ବୁହାହେଲେ ମ୍ୟାଲେରିଆ ରୋଗୀ

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଗଜପତି ନୂଆଗଡ଼ ବ୍ଲକ ଅଧୀନରେ ଥିବା ଢେପ୍ରିଗୁଡ଼ି ଗ୍ରାମରେ ଖଟିଆରେ ବୁହା ହୋଇଥିଲେ ମ୍ୟାଲେରିଆ ରୋଗୀ । ରାସ୍ତା ନଥିବା କାରଣରୁ ଗାଁଠାରୁ 8 କିମି ଦୂରରେ ଅଟକିଲା ଆମ୍ବୁଲାନ୍ସ । ଢେପ୍ରିଗୁଡ଼ି ଗାଁର ଜଣେ ମହିଳା ଅଚାନକ ଚେତାଶୂନ୍ୟ ହୋଇ ପଡିଥିଲେ । ପରିବାର ଲୋକେ ଅମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବା କାରଣରୁ ଆମ୍ବୁଲାନ ଗାଁଠାରୁ 8 କିମି ଦୂରରେ ଅଟକି ଯାଇଥିଲା । ଫଳରେ ଗାଁ ଲୋକେ ମହିଳାଙ୍କୁ ଭାରରେ ବୋହି 8 କିମି ନେବା ପରେ ଆମ୍ବୁଲାନ୍ସରେ ଯୋଗେ ଉଦୟଗିରି ମେଡିକାଲକୁ ନିଆଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମାଲେରିଆ ହୋଇଥିବା ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.