ETV Bharat / bharat

AIIMSରେ ଭର୍ତ୍ତି ସମସ୍ତ ରୋଗୀଙ୍କ ଆବଶ୍ୟକ ନାହିଁ କୋଭିଡ ପରୀକ୍ଷା - କୋଭିଡ ପରୀକ୍ଷା ବାଧ୍ୟତାମୂଳକ ନିୟମ ବଦଳାଇଲା ଏମ୍ସ

ପୂର୍ବ କୋଭିଡ ନିୟମରେ ପରିବର୍ତ୍ତନ କଲା AIIMS । ଏବେ ହେବନି ସମସ୍ତ ରୋଗୀଙ୍କ କୋଭିଡ ପରୀକ୍ଷା । ଅଧିକ ପଢନ୍ତୁ

AIIMS ରେ ଭର୍ତ୍ତି ସମସ୍ତ ରୋଗୀଙ୍କ ଆବଶ୍ୟକ ନାହିଁ କୋଭିଡ ପରୀକ୍ଷା

author img

By

Published : Feb 9, 2022, 10:56 PM IST

ନୂଆଦିଲ୍ଲୀ: ପୂର୍ବ କୋଭିଡ ନିୟମରେ ପରିବର୍ତ୍ତନ କଲା AIIMS । ଏଣିକି ଭର୍ତ୍ତି ହେଉଥିବା ସମସ୍ତ ରୋଗୀଙ୍କ କୋଭିଡ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ । ପୂର୍ବରୁ ଭର୍ତ୍ତି ହେଉଥିବା ସମସ୍ତ ରୋଗୀଙ୍କ ପାଇଁ କୋଭିଡ ଟେଷ୍ଟିଂ ବାଧ୍ୟତାମୂଳକ ରହିଥିଲା, ଯାହା ଆଜି ଠାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଏମ୍ସ କର୍ତ୍ତୁପକ୍ଷ ।

AIIMS ଡାକ୍ତରୀ ଅଧୀକ୍ଷକ ଡ.କେ ଶର୍ମା ଏକ ନିର୍ଦ୍ଦେଶାବଳୀ ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯେକୌଣସି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ କୋଭିଡ ଟେଷ୍ଟିଂ ପାଇଁ ପରାମର୍ଶ ନ ଦେବା ପାଇଁ ନୋଟିସ ସମସ୍ତ କ୍ଲିନିକାଲ୍ ଏବଂ ଡାଇଗ୍ନୋଷ୍ଟିକ୍ ବିଭାଗର ମୁଖ୍ୟ ତଥା ଇନ୍ଚାର୍ଜ / ରେସିଡେନ୍ସ ଡାକ୍ତର / ବୈଷୟିକ କର୍ମଚାରୀ ଏବଂ ନର୍ସିଂ କର୍ମଚାରୀଙ୍କୁ ନୋଟିସରେ କୁହାଯାଇଛି ।

ICMRର ବର୍ତ୍ତମାନର ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ, ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ (ନିୟମିତ ସ୍ବାସ୍ଥ୍ୟ ସମସ୍ୟା) କିମ୍ବା କୌଣସି ସାମାନ୍ୟ ଚିକିତ୍ସାର ଆବଶ୍ୟକତା ଥିଲେ କୋଭିଡ ପରୀକ୍ଷା ନକରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏନେଇ ସମସ୍ତ ହସ୍ପିଟାଲକୁ ଚିଠି ଲେଖି ଅବଗତ କରିଥିଲା ICMR ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.