ETV Bharat / bharat

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇନାହାନ୍ତି ଦଲାଇଲାମା, ହୋଟେଲରେ ଚାଲିଛି ଚିକିତ୍ସା - ଅସୁସ୍ଥ ଅଛନ୍ତି ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା

ଅସୁସ୍ଥ ଅଛନ୍ତି ଦଲାଇଲାମା । ଏମ୍ସ ହସ୍ପିଟାଲରେ ନୁହେଁ ଏକ ହୋଟେଲରେ ଚାଲିଛି ଚିକିତ୍ସା । ଅଧିକ ପଢ଼ନ୍ତୁ

Dalai Lama
Dalai Lama
author img

By ETV Bharat Odisha Team

Published : Oct 9, 2023, 8:30 AM IST

ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା । କିନ୍ତୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇ ନଥିବା ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି । ଡାକ୍ତରଖାନାରେ ଭର୍ତ୍ତି ହେବା ପରିବର୍ତ୍ତେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିବା ଆଧ୍ୟାତ୍ମିକ ଗୁରୁଙ୍କ ଘନିଷ୍ଠ ସୁତ୍ରରୁ ଜଣାପଡ଼ିଛି । ଦିଲ୍ଲୀର ଏକ ହୋଟେଲରେ ଏମ୍ସର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିବା ଦଲାଇଲାମାଙ୍କ ଅନୁଗାମୀ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଦଲାଇଲାମାଙ୍କ ବ୍ୟକ୍ତିଗତ ସଚିବ ଚିମି ରିଗଜିନ ଧର୍ମଶାଳାରେ କହିଥିଲେ ଯେ, ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ଡାକ୍ତରୀ ଯାଞ୍ଚ ପାଇଁ ଦିଲ୍ଲୀରେ ଅଛନ୍ତି । କ୍ରମାଗତ ଭାବେ ସେ ଥଣ୍ଡାରେ ପୀଡ଼ିତ ରହୁଥିଲେ । ଚିନ୍ତା କରିବାର କିଛି ନାହିଁ, ଆସନ୍ତା ଦୁଇରୁ ତିନିଦିନ ପରେ ସେ ଧର୍ମଶାଳାକୁ ଫେରିବେ ।

ଏହା ମଧ୍ୟ ପଢନ୍ତୁ-ଦଲାଇଲାମା ଅସୁସ୍ଥ, ଦିଲ୍ଲୀ AIIMS ଭର୍ତ୍ତି

ଭାରତରେ ଶରଣ ନେଇଥିବା ସର୍ବୋଚ୍ଚ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ଅସୁସ୍ଥ ଥିବା ଖବର ରବିବାର ସାମ୍ନାକୁ ଆସିଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା । କିନ୍ତୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇନଥିବା ହସ୍ପିଟାଲ ତରଫରୁ ଆଜି ସ୍ପଷ୍ଟ କରାଯାଇଛି । ଦିଲ୍ଲୀର ଏକ ହୋଟେଲରେ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ଦଲାଇଲାମାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Dalai Lama: ଚୀନଠୁ ସ୍ବାଧୀନତା ନୁହେଁ, ସମସ୍ୟା ପ୍ରସଙ୍ଗରେ ଆଲୋଚନା ଚାହାଁନ୍ତି ତିବ୍ବତୀୟ

ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମାଙ୍କ ଅସୁସ୍ଥ ହୋଇପଡିବା ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କ ଆଶୁଆରୋଗ୍ୟ କାମନା କରିଥିଲେ । ଚଳିତ ମାସରେ ସିକ୍କିମ ଗସ୍ତ କରିଥାଆନ୍ତେ ଦଲାଇଲାମା । କିନ୍ତୁ ସେଠାରେ ବନ୍ୟା ପରିସ୍ଥିତି ଯୋଗୁଁ ଏବେ ଏହି ଗସ୍ତ ବାତିଲ ହୋଇଥିବା ରବିବାର ଦଲାଇଲାମାଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ-ଦଲାଇଲାମାଙ୍କ ଚୁମ୍ବନ ଘଟଣା: ଗଜପତିରେ ତିବ୍ବତୀୟ ଶରଣାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ତିବ୍ବତରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ସର୍ବୋଚ୍ଚ ଧର୍ମଗୁରୁ ହେଉଛନ୍ତି ଦଲାଇଲାମା । 1959 ମସିହାରେ ଚୀନ ତିବ୍ବତକୁ ଦଖଲ କରିବା ସମୟରେ ଧାର୍ମିକ ଓ ସାଂସ୍କୃତିକ ଉତ୍ପୀଡ଼ନର ଶିକାର ହୋଇ ଦଲାଇଲାମା ନିଜର ପ୍ରାୟ ହଜାରରୁ ଅଧିକ ଅନୁଗାମୀଙ୍କ ସହ ଭାରତ ଚାଲି ଆସିଥିଲେ । ତତ୍କାଳୀନ ଭାରତ ସରକାର ମଧ୍ୟ ଦଲାଇଲାମାଙ୍କୁ ଅତିଥିର ମାନ୍ୟତା ଦେଇ ସମସ୍ତ ସହଯୋଗ କରିଥିଲେ । ସେବେଠାରୁ ଦଲାଇଲାମା ତାଙ୍କ ଅନୁଗାମୀଙ୍କ ସହ ହିମାଚଳ ପ୍ରଦେଶରେ ରହି ଆସୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.