ETV Bharat / bharat

ପଞ୍ଜାବ କଂଗ୍ରେସର କ୍ୟାପ୍ଟେନ ହେଲେ ସିଦ୍ଧୁ, ଆଗକୁ ବଡ ଚ୍ୟାଲେଞ୍ଜ

author img

By

Published : Jul 18, 2021, 10:22 PM IST

ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ । ନବଜୋତଙ୍କ ସମେତ ୪ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

ପଞ୍ଜାବ କଂଗ୍ରେସର କ୍ୟାପ୍ଟେନ ହେଲେ ସିଦ୍ଧୁ, ଆଗକୁ ବଡ ଚ୍ଯାଲେଞ୍ଜ

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ କଳହ ମଧ୍ୟରେ ନବଜୋତ ସିଂହ ସିଦ୍ଧଙ୍କ ପକ୍ଷକୁ ଯାଇଛି ମ୍ୟାଚ । ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ । ସୁନୀଲ ଜାଖଡଙ୍କ ସ୍ଥାନ ନେବେ ନବଜୋତ ।

ସିଦ୍ଧୁଙ୍କ ସମେତ ୪ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଭଳିସ୍ଥିରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନବଜୋତଙ୍କ ନାଁରେ ମୋହର ଲଗାଇଛନ୍ତି ଦଳର ହାଇକମାଣ୍ଡ ।

ଯେଉଁ ୪ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଚୟନ କରାଯାଇଛି ସେମାନଙ୍କ ମଧ୍ୟରେ ସଙ୍ଗତ ସିଂହ, ସୁଖବିନ୍ଦର ସିଂହ ଡ୍ୟାନୀ, ପବନ ଗୋୟଲ ଓ କୁଳଦୀପ ସିଂହ ନାଗରାଙ୍କ ନାଁ ସାମିଲ ରହିଛି ।

ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଭାର ଦିଆଯିବା ନେଇ ଗତ କିଛି ଦିନରୁ କଳ୍ପନାଜଳ୍ପନା ଲାଗିରହିଥିଲା । ତେବେ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଚୟନ ନେଇ ସମ୍ଭାବିତ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନାରାଜ ଥିବା ଖବର ସାମ୍ନାକୁ ଆସିଥିଲା । ହେଲେ ଶେଷରେ ଛକା ମାରିଛନ୍ତି ସିଦ୍ଧୁ ।

ରବିବାର ଦିଲ୍ଲୀରେ କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱାଙ୍କ ଘରେ କ୍ୟାପ୍ଟେନ ଅମରିନ୍ଦର ସିଂହ କ୍ୟାମ୍ପର ସଦସ୍ୟଙ୍କ ବୈଠକ ବସିଥିଲା । ଏହି ବୈଠକରେ ସିଦ୍ଧୁଙ୍କୁ ଜୋକର ମଧ୍ୟ କହିଥିଲେ କ୍ୟାପ୍ଟେନ କ୍ୟାମ୍ପର ସାଂସଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.