ETV Bharat / bharat

ଲୁଗା ସଫାକଲେ AIADMK ପ୍ରାର୍ଥୀ, ଜିତିଲେ ଦେବେ ୱାଶିଂ ମେସିନ

ଏଆଇଏଡିଏମକେ ପ୍ରାର୍ଥୀ ଟି କଥିରାୱନ ମହିଳା ଭୋଟରଙ୍କୁ ଆକୃଷ୍ଠ କରିବାକୁ ସର୍ବସାଧାରଣରେ ଧୋଇଛନ୍ତି ଲୁଗା । ସେ କହିଛନ୍ତି, ଯଦି ତାଙ୍କ ସରକାର ପୁନର୍ବାର କ୍ଷମତାକୁ ଆସେ ତାହେଲେ ମହିଳାଙ୍କୁ ମାଗଣାରେ ୱାଶିଂ ମେସିନ ଦିଆଯିବ । ଅଧିକ ପଢନ୍ତୁ...

author img

By

Published : Mar 23, 2021, 4:32 PM IST

AIADMK ପ୍ରାର୍ଥୀ ସଫାକଲେ ଲୁଗା, ଜିତିଲେ ଦେବେ ୱାଶିଂ ମେସିନ

ଚେନ୍ନାଇ: ତାମିଲନାଡୁର ନାଗାପଟ୍ଟିନମ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ଏଆଇଏଡିଏମକେ ପ୍ରାର୍ଥୀ ଟି କଥିରାୱନ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ସର୍ବସାଧାରଣରେ ଧୋଇଛନ୍ତି ଲୁଗା । ନିର୍ବାଚନ ପ୍ରଚାର ସମୟରେ ବିଧାୟକ ପ୍ରାର୍ଥୀ ଜଣେ ମହିଳାଙ୍କୁ ନିଜ ପରିବାର ଲୁଗା ସଫା କରୁଥିବାର ଦେଖିଥିଲେ । ଏହାପରେ ସେ ସେହି ମହିଳାଙ୍କ ଠାରୁ କିଛି ଲୁଗା ସଫା କରିବାର ଅନୁମତି ମାଗି ଏହାକୁ ଧୋଇବାରେ ଲାଗିଥିଲେ ।

ପ୍ରଥମେ ମହିଳା ଜଣକ ଏଆଇଏଡିଏମକେ ପ୍ରାର୍ଥୀଙ୍କୁ ଲୁଗା ସଫା କରିବାକୁ ମନା କରିଥିଲେ । ହେଲେ ପରେ ବାରମ୍ବାର ଅନୁରୋଧ ପରେ ମହିଳା ଜଣକ ତାଙ୍କୁ ଲୁଗା ଦେଇଥିଲେ । କଥିରାୱନ କେବଳ କିଛି ଲୁଗା ଧୋଇନଥିଲେ ବରଂ ପାଖରେ ଥିବା କିଛି ବାସନ ମଧ୍ୟ ଧୋଇଦେଇଥିଲେ ।

ଏଆଇଏଡିଏମକେ ପ୍ରାର୍ଥୀଙ୍କ ଏଭଳି କାମ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଥରାୱନଙ୍କୁ ଯେବେ ଲୋକେ ଏଭଳି କରିବାର କାରଣ ପଚାରିଥିଲେ ତ ସେ କହିଥିଲେ, ଯଦି ତାଙ୍କ ସରକାର ପୁନର୍ବାର କ୍ଷମତାକୁ ଆସେ ତାହେଲେ ମହିଳାଙ୍କୁ ମାଗଣାରେ ୱାଶିଂ ମେସିନ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.