ETV Bharat / bharat

ଅହମ୍ମଦାବାଦରେ ଭୁଶୁଡିଲା ପୁରୁଣା କୋଠା: ଜଣେ ମୃତ, 2 ଗୁରୁତର

author img

By

Published : Sep 17, 2022, 10:05 PM IST

ଅହମ୍ମଦାବାଦରେ ଭୁଶୁଡିଲା ଏକ ଦୁଇ ମହଲା ବିଶିଷ୍ଟ ପୁରୁଣା କୋଠା । ଜଣେ ମୃତ,2 ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଅହମ୍ମଦାବାଦରେ ଭୁଶୁଡିଲା ପୁରୁଣା କୋଠା: ଜଣେ ମୃତ,2 ଗୁରୁତର

ଅହମ୍ମଦାବାଦ: ମାନେକୋକ୍ ଅଞ୍ଚଳରେ ଥିବା ଏକ ପୁରୁଣା କୋଠା ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ହୋଇଛନ୍ତି । କୋଠାର ଭାଗ୍ନାବଶେଷ ତଳୁ 3 ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଏକାଧିକ ଉଦ୍ଧାରକାରୀ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଦୁଇ ମହଲା ବିଶିଷ୍ଟ କୋଠାଟି ବେଶ ପୁରୁଣା ହୋଇଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଥିଲା । ଏହି କୋଠାଟି ଆଜି ଅପରାହ୍ନରେ ହଠାତ ଭୁଶୁଡି ପଡିଥିଲା ।

ଖବର ପାଇ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥଲେ । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସହଯୋଗ କରିଥିଲେ । କୋଠାର ଭଗ୍ନାବଶେଷ ତଳୁ କିଛି ଘଣ୍ଟାର ପରିଶ୍ରମ ପରେ 3 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ଦୁଇଜଣ ଚିକିତ୍ସାଧୀନ ଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । କେଉଁ କାରଣରୁ ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠାକୁ ବ୍ୟବହାର କରାଯାଉଥିଲା ଓ ତାହାକୁ ଅସୁରକ୍ଷିତ ଘୋଷଣା କରାଯାଇ ନଥିଲା ସେ ନେଇ ମଧ୍ୟ ତଦନ୍ତ ହେବା ନେଇ ମଧ୍ୟ ସୂଚନା ମିିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.