ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ନାମିତ ହେଲା ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ - ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ

ଗୁଜୁରାଟର ଅହମ୍ମଦାବାଦରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଭୂମି ପୂଜନ ଅବସରରେ ଷ୍ଟାଡିୟମର ନାଁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ କରାଯାଇଛି । ଅଧିକ ପଢନ୍ତୁ...

ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ
ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ
author img

By

Published : Feb 24, 2021, 3:34 PM IST

ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଆଜି ଭୂମି ପୂଜନ ହୋଇଛି । ଏହି ଅବସରରେ ଷ୍ଟାଡିୟମର ନାଁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନେଇ ଘୋଷଣା କରିଛନ୍ତି । ପ୍ରଥମେ ଏହି ଷ୍ଟାଡିୟମର ନାଁ ସର୍ଦ୍ଦାର ପଟେଲ ଷ୍ଟାଡିୟମ ଥିଲା । ଭାରତ-ଇଂଲଣ୍ଡର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବା ପୂର୍ବରୁ ନାଁ ପରିବର୍ତ୍ତନ କରାଯାଇଛି ।

ଶାହା ଏହା ମଧ୍ୟ କହିଛନ୍ତି ଯେ, 6 ମାସ ମଧ୍ୟରେ ଏଠାରେ ଅଲମ୍ପିକ, ଏସିୟାଡ ଓ କମନୱେଲଥ୍ ଗେମ୍ ଖେଳାଯିବ । ଅହମ୍ମଦାବାଦ ବର୍ତ୍ତମାନ ଖେଳ ସହର ଭାବେ ଜଣାଶୁଣା ହେବ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି ଏହି ସ୍ବପ୍ନ ଦେଖିଥିଲେ । ଏହା ବିଶ୍ବର ସର୍ବବୃହତ ହାଇଟେକ୍ ଷ୍ଟାଡିୟମ ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳାଯିବ । ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ଷ୍ଟାଡିୟମରେ ମୋଟ 1,32,000 ଦର୍ଶକ ବସି ଏକକାଳୀନ ମ୍ୟାଚ ଉପଭୋଗ କରିପାରିବେ । ତେବେ କୋରୋନା ମହାମାରୀ ପାଇଁ ବର୍ତ୍ତମାନ କେବଳ 50 ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମ ପୂର୍ବରୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ବିଶ୍ବର ସର୍ବବୃହତ ଗ୍ରାଉଣ୍ଡ ଭାବରେ ଜଣାଶୁଣା ଥିଲା ।

ଅହମ୍ମଦାବାଦରେ ଷ୍ଟାଡିୟମ 63 ଏକର ଜମିରେ ନିର୍ମିତ । ଏହାର ନିର୍ମାଣରେ ମୋଟ 800 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ 76 କର୍ପୋରେଟ ବକ୍ସ, 4 ଟି ଡ୍ରେସିଂ ରୁମ୍ ବ୍ୟତିତ 3ଟି ପ୍ରାକ୍ଟିସ ଗ୍ରାଉଣ୍ଡ ଅଛି । ବର୍ଷା ପାଣି ବାହାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହି ଷ୍ଟାଡିୟମରେ ଦିବା-ରାତ୍ର ମ୍ୟାଚ ଖେଳିବାର ବ୍ୟବସ୍ଥା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.