ETV Bharat / bharat

ଶିଶୁ ଚାଲାଣ ମାମଲାରେ ଦମ୍ପତି ଗିରଫ, କୋର୍ଡୱାର୍ଡ ଥିଲା ଲଲିପପ୍‌ ଚକୋଲେଟ

author img

By

Published : Jan 11, 2023, 12:45 PM IST

ଗୁଜୁରାଟ ଅହମ୍ମଦାବାଦରେ ଶିଶୁ ଚାଲାଣ ମାମଲାରେ ଦମ୍ପତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ (Ahmedabad Crime Branch Arrested a couple)। 15 ଦିନର ଶିଶୁ ଉଦ୍ଧାର । ହାଇଦ୍ରାବାଦ ପର୍ଯ୍ୟନ୍ତ ଲମ୍ବିଛି ଚେର । ଅଧିକ ପଢନ୍ତୁ

ଶିଶୁ ଚାଲାଣ ମାମଲାରେ ଦମ୍ପତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ, କୋଡଓ୍ବାର୍ଡରେ ହେଉଥିଲା ସ୍ମଗ୍ଲିଂ

ଗାନ୍ଧୀନଗର: ଶିଶୁ ଚାଲାଣ କରୁଥିବା ଏକ ଦମ୍ପତିକୁ ଗିରଫ କରିଛି ଗୁଜୁରାଟ କ୍ରାଇମବ୍ରାଞ୍ଚ । ଗିରଫ ଦମ୍ପତିଙ୍କ ଠାରୁ ଏକ 15 ଦିନର ଶିଶୁକୁ ମଧ୍ୟ ଜବତ କରାଯାଇଛି । ଅହମ୍ମଦାବାଦ ରଣାସାନ ରେଳ କ୍ରସିଂ ନିକଟରୁ ବିପିନ ଓରଫ ବଣ୍ଟି ଶିରସାଦ ଏବଂ ମୋନିକା ବିପିନ ଶିରସାଦ ନାମକ ଏକ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଥିଲା (Ahmedabad Crime Branch Arrested a couple)। ସେମାନଙ୍କ ନିକଟରୁ 10 ରୁ 15 ଦିନର ନବଜାତ ଶିଶୁ ଉଦ୍ଧାର କରାଯାଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଏହି ନବଜାତକକୁ ହିମାତନଗରରୁ ରେଶମଭାଇ ରାଠୋର ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ 2,10,000 ଟଙ୍କାରେ କିଣାଯାଇଥିଲା ।

ତେବେ ଅଭିଯୁକ୍ତ ଦମ୍ପତି ଏହି ନବଜାତ ଶିଶୁକୁ ରାକେଟର ମୁଖ୍ୟ ଦଲାଲ ଉମା ନାମକ ଜଣେ ମହିଳାକୁ ବିକ୍ରି କରିବାକୁ ଯାଉଥିଲେ । ଉମାର ଘର ହାଇଦ୍ରାବାଦ ବୋଲି ସମ୍ପୃକ୍ତ ଦମ୍ପତି ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ପରେ ଉମା ଜରିଆରେ ଏହି ଶିଶୁ ପ୍ରାୟ 5 ଲକ୍ଷ ଟଙ୍କାରେ ଅନ୍ୟତ୍ର ବିକ୍ରି ହେବାର ଯୋଜନା ରଖାଯାଇଥିଲା । ତେବେ ଏହି ଚେର ହାଇଦ୍ରାବାଦ ପର୍ଯ୍ୟନ୍ତ ଲମ୍ବିଛି ଜଣାପଡିବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ ହାଇଦ୍ରାବାଦରେ ମଧ୍ୟ ପହଞ୍ଚିଛି ।

ଗିରଫ ଅଭିଯୁକ୍ତ ଦମ୍ପତି ମହାରାଷ୍ଟ୍ରର ଥାନେର ମୂଳ ବାସିନ୍ଦା । ଉଭୟ ଏକ ଏନଜିଓ ସଞ୍ଚାଳିତ କରିବା ଆଳରେ ମୁଖ୍ୟତଃ ଶିଶୁ ଚାଲାଣ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ପ୍ରତ୍ୟେକ ଶିଶୁ ଚାଲାଣ ମିଶନର ନାମ କୋଡଓ୍ବାର୍ଡରେ ରଖାଯାଉଥିଲା । ଚାଲାଣ ମିଶନକୁ ଲଲିପପ ଓ ଚକୋଲେଟ ପରି ନାମକରଣ କରୁଥିଲେ ଦମ୍ପତି । ଏହି ଦମ୍ପତିଙ୍କ ଠାରୁ ସୂଚନା ସଂଗ୍ରହ କରି ପୋଲିସ ସମ୍ପୂୂର୍ଣ୍ଣ ରାକେଟର ପର୍ଦ୍ଦାଫାସ କରିବାର ପ୍ରୟାସ ଜାରି ରଛିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.