ETV Bharat / bharat

AK-203 assault rifle: ପୁତିନଙ୍କ ଗସ୍ତ ପୂର୍ବରୁ ଶେଷ ହେଲା ଚୁକ୍ତି ପ୍ରକ୍ରିୟା

ଭାରତରେ ନିର୍ମାଣ ହେବ ଋଷ ଜ୍ଞାନକୌଶଳରେ ଅତ୍ୟାଧୁନିକ AK-203 assault rifle । ଚୂଡାନ୍ତ ହେଲା ଚୁକ୍ତି । ଖର୍ଚ୍ଚ ହେବ ପ୍ରାୟ ୫ ହଜାର କୋଟି । ଅଧିକ ପଢନ୍ତୁ

author img

By

Published : Nov 23, 2021, 9:30 PM IST

AK-203 assault rifle deal: ପୁତିନଙ୍କ ଗସ୍ତ ପୂର୍ବରୁ ଶେଷ ହେଲା ଚୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତ ଗସ୍ତ କରିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) । ତେବେ ପୁତିନଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷ ସହ ଏକ ପ୍ରମୁଖ ସାମରିକ ଚୁକ୍ତିର ଚୂଡାନ୍ତ ପ୍ରକ୍ରିୟା ଶେଷ କରିଛି । ଋଷ ଜ୍ଞାନକୌଶଳରେ ଭାରତରେ ପ୍ରସ୍ତୁତ ହେବ AK-203 ଆସଲ୍ଟ ରାଇଫଲ (AK-203 assault rifle )। ଋଷ ଠାରୁ ଜ୍ଞାନକୌଶଳ ହସ୍ତାନ୍ତର ପରେ ଉତ୍ତର ପ୍ରଦେଶର ଆମେଥୀରେ ପ୍ରାୟ 7.5 ଲକ୍ଷ ରାଇଫଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ଭାରତ ।

କିଛି ବର୍ଷ ପୂର୍ବେ ଭାରତରେ ଋଷୀୟ ଜ୍ଞାନକୌଶଳେ ନିର୍ମିତ ବିଶ୍ବର ଅନ୍ୟତନ ଅତ୍ୟାଧୁନିକ ରାଇଫଲ (AK-203 assault rifle )ର ନିର୍ମାଣ ହେବା ନେଇ ଉଭୟ ପକ୍ଷ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷାରିତ ହୋଇଥିଲା । ବର୍ତ୍ତମାନ ଚୁକ୍ତିନାମାର ପ୍ରକ୍ରିୟାର ସମସ୍ତ ପର୍ଯ୍ୟାୟ ଶେଷ ହୋଇଥିବାବେଳେ କେବଳ ଚୂଡାନ୍ତ ତଥା ଟେକ୍ନୋଲୋଜି ସ୍ଥାନାନ୍ତର ପ୍ରକ୍ରିୟା ବାକି ରହିଛି ।

ଭାରତୀୟ ସେନା (Indian army)ର ନବୀକରଣ ପାଇଁ ଆବଶ୍ୟକ ଥିବା 7.5 ଲକ୍ଷ ରାଇଫଲ ମଧ୍ୟରୁ ପ୍ରଥମ 70,000 ରୁଷ ନିର୍ମିତ ଏହି ରାଇଫଲ ଭାରତ କିଣିବ ।

ଜ୍ଞାନକୌଶଳ ହସ୍ତାନ୍ତର ପ୍ରକ୍ରିୟା ପରେ ଭାରତ ଦେଶରେ ଏହି ଅତ୍ୟାଧୁନିକ ରାଇଫଳ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ । ତେବେ ପ୍ରାଥମିକ ଭାବେ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହେବାର ୩୨ ମାସ ମଧ୍ୟରେ ଭାରତରେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ରାଇଫଲକୁ ସେନାକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.