ETV Bharat / bharat

Mute Diwali: ଏମିତି ଏକ ଗାଁ, ଦୀପାବଳିରେ ଫୁଟୁନି ବାଣ କି ଜଳୁନି ନିଆଁ - ସୀମାରେ ଦୀପାବଳି

5 ଦଶନ୍ଧି ଧରି ଗ୍ରାମରେ ଦୀପାବଳିରେ ଫୁଟୁନି ବାଣ । ରାତିରେ ଜଳୁନି ନିଆଁ । ଗ୍ରାମ ନିକଟରେ ସେନା କ୍ୟାଣ୍ଟନମେଣ୍ଟ ଥିବାରୁ ଆଲୋକର ପର୍ବରୁ ବଞ୍ଚିତ ଗ୍ରାମବାସୀ । ପଞ୍ଜାବ ଭଟିଣ୍ଡାର ସୀମାନ୍ତ ଗ୍ରାମର କାହାଣୀ ସମ୍ପର୍କରେ ଅଧିକ ପଢନ୍ତୁ

Mute Diwali: ଦେଶର ସୁରକ୍ଷା ପାଇଁ ଫୁଟିନି ବାଣ, ଦଶନ୍ଧି ଧରି ନିରବ ଦୀପାବଳି ପାଳୁଛି ସୀମାନ୍ତ ଗ୍ରାମ

author img

By ETV Bharat Odisha Team

Published : Nov 8, 2023, 8:09 PM IST

ଚଣ୍ଡିଗଡ: ଆଲୋକର ପର୍ବ ଦୀପାବଳିକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦେଶବାସୀ । ମାତ୍ର ସୀମାନ୍ତ ରାଜ୍ୟ ପଞ୍ଜାବରେ ଏମତି କିଛି ଗ୍ରାମ ଅଛି, ଯେଉଁଠି ଦୀର୍ଘ 5 ଦଶନ୍ଧି ଧରି ନିରବରେ ପାଳନ ହେଇଆସୁଛି ଦୀପାବଳି । ଅର୍ଥାତ ପାରମ୍ପରିକ ଭବେ ସେଠାରେ କୌଣସି ବାଣ ଫୁଟାଯାଏନି । କିମ୍ବା ରାତିରେ ନିଆଁ ଜଳାଯାଏନି । ମାତ୍ର ଏପରି ଭିନ୍ନତା ପଛରେ କୌଣସି ସ୍ଥାନୀୟ ପ୍ରଥା,ପରମ୍ପରା କି ବିଶ୍ବାସ ନୁହେଁ ବରଂ ରହିଛି ଦେଶର ସୁରକ୍ଷା ପ୍ରସଙ୍ଗ । ଏହି ଗ୍ରାମଟି ସୀମାନ୍ତ ଗ୍ରାମ ହୋଇଥିବା ବେଳେ ନିକଟବର୍ତ୍ତୀ ସ୍ଥାନରେ ରହିଛି ସେନା କ୍ୟାଣ୍ଟନମେଣ୍ଟ । ତେଣୁ ଏହି ଗ୍ରାମବାସୀଙ୍କୁ ଦୀପାବଳିରେ ବାଣ କିମ୍ବା ଆତସବାଜି କରିବା ପାଇଁ ଦଶନ୍ଧି ପୂର୍ବରୁ କଟକଣା ଜାରି କରାଯାଇଛି । ପ୍ରତ୍ୟେକ ବର୍ଷ ଏମାନେ ସାରା ଦେଶଠାରୁ ଭିନ୍ନ ଢଙ୍ଗରେ ଆଲୋକର ପର୍ବକୁ ପାଳନ କରିଆସୁଛନ୍ତି । ଦୀପାବଳି ପାଳନ ହୁଏ, ମାତ୍ର ଏଠାରେ ବାଣର ଶବ୍ଦ ଶୁଣାଯାଏନି ।

ପଞ୍ଜାବ ଭଟିଣ୍ଡାର ଫୁସ ମାଣ୍ଡି, ଭାଗୁ ଓ ଗୁଲାବଗଡ ଗ୍ରାମରେ ସ୍ଥାନୀୟ ପ୍ରଶାସନ ଏହି ନିୟମ ପ୍ରତିବର୍ଷ ଲାଗୁ କରିଥାଏ । ଏହାର କାରଣ ହେଉଛି ଗ୍ରାମ ନିକଟରେ ରହିଛି ସେନା କ୍ୟାଣ୍ଟନମେଣ୍ଟ । 1976 ମସିହାରେ ଏଠାରେ ଏକ ବିଶାଳ ଏରିଆରେ ସେନା ପାଇଁ କ୍ୟାଣ୍ଟନମେଣ୍ଟ ପ୍ରତିଷ୍ଠା କରାଯାଇଥିଲା । ତେଣୁ ସୁରକ୍ଷା ଦୃଷ୍ଟିରୁ ଏଠାରେ ସେବେଠାରୁ ବାଣ ଫୁଟାଯିବା ଉପରେ ରୋକ ଲାଗିଆସିଛି । ତେବେ ଏଠାକାର ବୟସ୍କ ଲୋକେ କୁହନ୍ତି ଗ୍ରାମରେ 5 ଧଶନ୍ଧି ଧରି ସେମାନେ ବାଣ ଫୁଟାଇ ନାହାନ୍ତି । କିଛି ବ୍ୟକ୍ତି ଏମିତି ମଧ୍ୟ ଅଛନ୍ତି, ଜନ୍ମରୁ ଏହି ସ୍ଥାନରେ ବାଣ ସହ ଦୀପାବଳି ପାଳନ ହେବାର ସେମାନେ ଦେଖିନାହାନ୍ତି ।

ପ୍ରତିବର୍ଷ ଦୀପାବଳି ପୂର୍ବରୁ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ନୋଟିସ ମାଧ୍ୟମରେ କଟକଣା ମନେ ପକାଇଦିଏ । ଗ୍ରାମର କିଛି ଛୋଟ ପିଲା ଦୀପାବଳି ପାଳନ କରିବା ପାଇଁ ଦୂରରେ ଥିବା ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଚାଲିଯାଆନ୍ତି । ଅନ୍ୟପଟେ ଗ୍ରାମବାସୀ ଅନ୍ୟ ଏକ ଅଭିଯୋଗ ମଧ୍ୟ କରନ୍ତି । ସେନା କ୍ୟାଣ୍ଟନମେଣ୍ଟରୁ ବିଭିନ୍ନ ସମୟରେ ଏକ୍ସପାଏରୀ ହୋଇସାରିଥିବା ବିସ୍ଫୋଟକୁ ନଷ୍ଟ କରାଯିବା ବେଳେ ଏହାର କିଛି ଅଂଶ ଗ୍ରାମରେ ପଡିଥାଏ । ଘରଦ୍ବାର କ୍ଷତିଗ୍ରସ୍ତ ହୋଇଥାଏ । ଅଭିଯୋଗ କରିବା ପରେ ସେନା କିମ୍ବା ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ଏହା ମଧ୍ୟ ପଢନ୍ତୁ:- Birth control remark controversy: ‘ବିଧାନସଭାରେ ଏମିତି ଭାଷା କେହି କଳ୍ପନା କରିନଥିଲେ’

ରାତିରେ ଚାଷ ଜମିରେ ନିଆଁ ଜାଳିଲେ ମଧ୍ୟ ସେନା ସେମାନଙ୍କୁ ବାରଣ କରିଥାଏ । ସେନା କ୍ୟାଣ୍ଟନମେଣ୍ଟ ସ୍ଥାପନ ଦୃଷ୍ଟିରୁ ସେମାନେ କେବଳ ପାର୍ବଣ ନୁହନ୍ତି ବରଂ ଏକାଧିକ ସାମାଜିକ ସୁବିଧାରୁ ମଧ୍ୟ ବଞ୍ଚିତହେଉଛନ୍ତି । ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.