ETV Bharat / bharat

କୃଷିମନ୍ତ୍ରୀଙ୍କ ବୟାନ: ରକ୍ତରେ ଚାଷ କରେ କଂଗ୍ରେସ

author img

By

Published : Feb 5, 2021, 8:41 PM IST

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଏକ ପ୍ରଶ୍ନର ଜବାବରେ ତୋମାର କହିଛନ୍ତି ଯେ ଚାଷ ପାଣିରେ ହୁଏ । ହେଲେ କଂଗ୍ରେସ ରକ୍ତରେ ଚାଷ କରିଥାଏ । ଏହା ଉପରେ ପାଲଟା ଜବାବ ଦେଇଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ । ଅଧିକ ପଢନ୍ତୁ...

କୃଷିମନ୍ତ୍ରୀଙ୍କ ବୟାନ: ରକ୍ତରେ ଚାଷକରେ କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ବିରୋଧିଙ୍କ ହଟଗୋଳ । ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ଦିନରୁ ଜାରି ଚାଷୀ ଆନ୍ଦୋଳର ଝଡ ଏବେ ସଂସଦରେ ଦେଖିବାକୁ ମିଳିଛି । କୃଷି ଆଇନ ଉପରେ ବିରୋଧ ନେଇ ସଂସଦରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜ୍ୟସଭାରେ କହିଛନ୍ତି, କୃଷି ଆଇନକୁ ନେଇ ବିରୋଧ କେବଳ ଗୋଟିଏ ରାଜ୍ୟ ଯାଏଁ ସୀମିତ ହୋଇ ରହିଯାଇଛି । ଚାଷୀଙ୍କୁ ଉସୁକାଯାଉଛି । କୃଷିମନ୍ତ୍ରୀ ଦାବି କରିଛନ୍ତି ଓ କୃଷି ସଂଗଠନ ବିରୋଧୀ ଦଳ 3 କୃଷି ଆଇନରେ ଗୋଟିଏ ବି ତ୍ରୁଟି ବାହାର କରିବାରେ ଅସମର୍ଥ । ସେପଟେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଏକ ପ୍ରଶ୍ନର ଜବାବରେ ତୋମାର କହିଛନ୍ତି ଯେ ଚାଷ ପାଣିରେ ହୁଏ । ହେଲେ କଂଗ୍ରେସ ରକ୍ତରେ ଚାଷ କରିଥାଏ ।

ଶୁକ୍ରବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଅଧିକ ଆଲୋଚନା ବେଳେ କୃଷିମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ । କିଏ ଭାବିଥିଲେ ଯେ ଫଳ ଏବଂ ପନିପରିବା ରେଳ ଦ୍ବାରା ପରିବହନ ହେବ ? ଗୋଟିଏ ଉପାୟରେ ମୋବାଇଲ ଶୀତଳ ଭଣ୍ଡାର ସହିତ 100 କୃଷକ ଟ୍ରେନ ଆରମ୍ଭ ହୋଇଛି । ସରକାର ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବା ଦିଗରେ କାର୍ଯ୍ୟ କରୁଛନ୍ତି ।

ଅନ୍ୟପକ୍ଷେ କୃଷିମନ୍ତ୍ରୀଙ୍କ ବୟାନର ପାଲଟା ଜବାବ ଦେଇଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ । ଯାହା ଗୋଧ୍ରାରେ ହୋଇଥିଲା, ତାହା ପାଣିର ଚାଷ ଥିଲା ନା ରକ୍ତର ବୋଲି ପ୍ରଶ୍ନ କରିଛନ୍ତି ଦିଗବିଜୟ ।

ଦିଗବିଜୟ ସିଂହ ନିଜ ବୟାନରେ କହିଛନ୍ତି, ବିଜେପି ସର୍ବଦା ଦଙ୍ଗା କରିବାକୁ ଚାହୁଁଛି । ଭାରତୀୟ ଜନତା ପାର୍ଟି ଘୃଣା ଓ ହିଂସାର ରାଜନୀତି କରିଆସିଛି । ହେଲେ କଂଗ୍ରେସ ସତ୍ୟ ଓ ଅହିଂସା ରାସ୍ତାରେ ଚାଲେ ବୋଲି ଦିଗବିଜୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.