ETV Bharat / bharat

ଏମିତି ଆସେ ମୃତ୍ୟୁ: ଟିଭି ଲାଇଭ୍ ଶୋରେ ଟଳିପଡ଼ିଲେ କୃଷି ବିଶେଷଜ୍ଞ

Agri expert collapses during live tv show: ଟିଭିରେ ଲାଇଭ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଟଳିପଡ଼ିଲେ କୃଷି ବିଶେଷଜ୍ଞ । କେରଳରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 13, 2024, 7:53 AM IST

Updated : Jan 13, 2024, 8:05 AM IST

ଟିଭିରେ ଲାଇଭ କାର୍ଯ୍ୟକ୍ରମରେ ଟଳିପଡିଲେ କୃଷି ବିଶେଷଜ୍ଞ

ଥିରୁଅନନ୍ତମପୁରମ: ଟିଭିରେ ଲାଇଭ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଟଳିପଡ଼ିଲେ କୃଷି ବିଶେଷଜ୍ଞ । ଏଭଳି ଏକ ଦୁଃଖଦ ଖବର ଆସିଛି କେରଳରୁ । 'ଦୁରଦର୍ଶନ' ଚ୍ୟାନେଲର 'କୃଷି ଦର୍ଶନ' ଲାଇଭ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଲାଇଭ କାର୍ଯ୍ୟକ୍ରମରେ ଆଲୋଚନା କରୁଥିବା ବେଳେ ହଠାତ ଟଳିପଡ଼ିଥିଲେ 59 ବର୍ଷୀୟ କୃଷି ବିଶେଷଜ୍ଞ ଡକ୍ଟର ଆନି ଏସ୍ ଦାସ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଣଷା କରିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ, ବାରଣାସୀରେ ସ୍ପାଇସଜେଟ ବିମାନର ଜରୁରୀ ଅବତରଣ

ଚ୍ୟାନେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଏହି ଅଘଟଣ ଗତକାଲି (ଶୁକ୍ରବାର) ଦିନ ସନ୍ଧ୍ୟା 6.30 ସୁଦ୍ଧା ଘଟିଥିଲା । କୃଷି ଦର୍ଶନ ଲାଇଭ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ କୃଷି ବିଶେଷଜ୍ଞ ଡ. ଆନି ଏସ ଦାସ । ଲାଇଭ ଶୋରେ ଆଲୋଚନା କରୁଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ କୃଷି ବିଶେଷଜ୍ଞ ଡ. ଆନି ଏସ ଦାସ । ସେହି ଷ୍ଟୁଡିଓ ମଧ୍ୟରେ ହିଁ ସେ ଟଳି ପଡିଥିଲେ । ତେବେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରାଯାଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

କେରଳର କୃଷି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ଡକ୍ଟର ଆନି ଏସ ଦାସ । କୃଷି ବିଶେଷଜ୍ଞ ଭାବେ ବେଳେ ବେଳେ ସରକାରଙ୍କ ଦ୍ବାରା ଚାଲିଥିବା ଦୁରଦର୍ଶନର କୃଷି ଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇ କୃଷି ଉପଯୋଗୀ ବିଭିନ୍ନ ପରାମର୍ଶ ଦେଇଥାନ୍ତି । ତେବେ ତାଙ୍କର ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ଆଚମ୍ବିତ କରିଛି ।

ଲାଇଭ ଟେଲିଭିଜନ କାର୍ଯ୍ୟକ୍ରମରେ ଏଭଳି ଅଘଟଣ କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ଘଟିଥିବା ଦେଖାଯାଇଛି । କିଛି ଦିନ ତଳେ ଆଇଆଇଟି କାନପୁର ଡିନ୍ ସମୀର ଖଣ୍ଡେକର ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଅଭିଭାଷଣ ରଖୁଥିବା ସମୟରେ ହଠାତ୍ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । ସମୀର ଖଣ୍ଡେକର ଅଭିଭାଷଣ ଦେଉଥିବା ସମୟରେ ହଠାତ ଷ୍ଟେଜରେ ଟଳି ପଡ଼ିଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2024, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.