ETV Bharat / bharat

Agnipath Protest: ଦୀର୍ଘ ସମୟ ଧରି ଅଟକିଲା ଟ୍ରେନ, ଆନ୍ଧ୍ରରେ ଚାଲିଗଲା ବୃଦ୍ଧଙ୍କ ଜୀବନ

author img

By

Published : Jun 18, 2022, 2:02 PM IST

Updated : Jun 18, 2022, 3:10 PM IST

ନୂଆ ସେନା ନିଯୁକ୍ତି ଯୋଜନା ଅଗ୍ନିପଥ ପ୍ରତିବାଦ ସମୟରେ ଓଡିଶାର ଜଣେ ବୃଦ୍ଧଙ୍କ ମୃତ୍ୟୁ । ଟ୍ରେନରେ ଆନ୍ଧ୍ର ଯାତ୍ରା କରୁଥିବା ସମୟରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

Agnipath Protest: ବିଶାଖାପାଟନରେ ଜଣେ ଓଡିଆଙ୍କ ମୃତ୍ୟୁ

ଅମରାବତୀ: ଦେଶବ୍ୟାପୀ ଅଗ୍ନିପଥ ଯୋଜନା ବିରୋଧୀ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ପୋଡାଜଳା ସାଙ୍ଗକୁ ଗାଡି ମୋଟର ବନ୍ଦ ରହିଛି । ଏହାରି ମଧ୍ୟରେ ଆଜି ଓଡିଶାରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଜଣେ ବୃଦ୍ଧଙ୍କର ପ୍ରାଣହାନୀ ଘଟିଛି । ପ୍ରତିବାଦ ସମୟରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ୭୦ ବର୍ଷୀୟ ଯୋଗେଶ ବେହେରା ଆଜି ଓଡିଶାରୁ ବିଶାଖାପାଟଣା ଯାଉଥିଲେ । ପ୍ରତିବାଦ ପାଇଁ ଆନ୍ଧ୍ରର କୋଟାଭାଲାସାରେ ଦୀର୍ଘ ସମୟ ଧରି ଅଟକି ରହିଥିଲା ଟ୍ରେନ । ଏହିସମୟରେ ସେ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ । ମାତ୍ର ଆନ୍ଦୋଳନ ପାଇଁ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ପାରିନଥିଲା । ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତକଙ୍କ ଘର ଓଡିଶାର ନାଉପଡାର ବୋଲି ଜଣାପଡିଛି ।

ପ୍ରକାଶ ଥାଉକି, ସେନା ନିଯୁକ୍ତି ନେଇ କେନ୍ଦ୍ର ସରକାର ଅଗ୍ନିପଥ ବା ଅଗ୍ନିବୀର ନାମରେ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି, ଯାହାକୁ ଦେଶର ଆଶାୟୀ ଯୁବକ ପ୍ରତିବାଦ କରୁଛନ୍ତି । କିଷାନ ଏବଂ ଅନ୍ୟାନ୍ୟ ଭିଭିଆଇପିମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ବିହାର ଆନ୍ଦୋଳନକାରୀଙ୍କ ପକ୍ଷରୁ ଯୋଜନାକୁ ପ୍ରତ୍ୟାହାର କରିବା ପାଇଂ ୭୨ ଘଣ୍ଟା ସମୟ ଦିଆଯାଇଛି । ନଚେତ୍ ବ୍ୟାପକ ହରତାଳ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

Last Updated : Jun 18, 2022, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.