ETV Bharat / bharat

Agnipath Scheme: ସର୍ବାଧିକ ବୟସ ସୀମା 23ବର୍ଷକୁ ବୃଦ୍ଧିକଲେ ସରକାର - ଅଗ୍ନିପଥ ନିଯୁକ୍ତି ଯୋଜନା

ଭାରତୀୟ ସେନାରେ ଭର୍ତ୍ତି ପାଇଁ ନୂଆ ଯୋଜନା ଅଗ୍ନିପଥ ପାଇଁ କେନ୍ଦ୍ର ସରକାର ସର୍ବାଧିକ ବୟସସୀମା ଆଉ 2 ବର୍ଷ ବୃଦ୍ଧି କରିଛନ୍ତି । ଫଳରେ ଆବେଦନର ସର୍ବାଧିକ ବୟସ ସୀମା 23ବର୍ଷ ହୋଇଛି । ଅଧିକ ପଢ଼ନ୍ତୁ

AGNEEPATH SCHEME GOVT INCREASES UPPER AGE LIMIT TO 23 YEARS
Agnipath Scheme: ସର୍ବାଧିକ ବୟସ ସୀମା 23ବର୍ଷକୁ ବୃଦ୍ଧିକଲେ ସରକାର
author img

By

Published : Jun 17, 2022, 8:18 AM IST

Updated : Jun 17, 2022, 9:58 AM IST

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ପାଇଁ ନୂଆ ଯୋଜନା ଅଗ୍ନିପଥ ପାଇଁ କେନ୍ଦ୍ର ସରକାର ସର୍ବାଧିକ ବୟସସୀମା ଆଉ 2 ବର୍ଷ ବୃଦ୍ଧି କରିଛନ୍ତି । 2022 ବର୍ଷ ପାଇଁ ନିଯୁକ୍ତି ବୟସସୀମାକୁ ପୂର୍ବ ଘୋଷିତ 21ରୁ 23 ବର୍ଷକୁ ବୃଦ୍ଧି କରାଯାଇଛି । ମଙ୍ଗଳବାର କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରି ସମସ୍ତ ନିଯୁକ୍ତି ପାଇଁ ବୟସ ସୀମା 17ରୁ 21 ବର୍ଷ ମଧ୍ୟରେ ରହିବା ଉତିଚ ବୋଲି କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Agnipath protest: ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନିଷ୍ପତ୍ତିକୁ ବିରୋଧ, ପ୍ରତିବାଦବେଳେ ହିଂସା

ପ୍ରତିରକ୍ଷା ମନ୍ତ୍ରଳୟ ସୂଚନା ମୁତାବକ ଗତ ଦୁଇ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇପାରିନଥିଲା। ତେଣୁ ସରକାର ଏଭଳି କିଛି ପଦକ୍ଷେପ ନେଇଛନ୍ତି । ଏହି ବର୍ଦ୍ଧିତ ସମୟସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁହେବ । ଅଗ୍ନିପଥ ଯୋଜନା ଆଧାରରେ ନିଯୁକ୍ତ ସେନା ବାହିନୀମାନେ ପ୍ରଥମ ବର୍ଷରେ ବାର୍ଷିକ 4.76 ଲକ୍ଷ ରାଶି ପାଇବେ । ଯାହା ଚତୁର୍ଥ ବର୍ଷ ସୁଦ୍ଧା 6.92 ଲକ୍ଷକୁ ବୃଦ୍ଧି ପାଇବ । ଏହା ବ୍ୟତୀତ ଅନ୍ୟ ଭତ୍ତା ମଧ୍ୟ ଉପଲବ୍ଧ ହେବ। ଚାକିରିର ଅବଧି 4 ବର୍ଷ ସରିବା ପରେ ଅବସରପ୍ରାପ୍ତ ସେନା କର୍ମୀଙ୍କୁ 11.7 ଲକ୍ଷ ଟଙ୍କାର ଏକ ସେବା ପାଣ୍ଠି ପ୍ରଦାନ କରାଯିବ ଏବଂ ଏହା ଉପରେ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ।

ସୂଚନା ଥାଉିକି, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ ହୋଇଛି । ଏକାଧିକ ରାଜ୍ୟରେ ସେନାରେ ଭର୍ତ୍ତି ଆଶାୟୀ ପ୍ରାର୍ଥୀଙ୍କ ହିଂସା ଓ ପ୍ରତିବାଦ ଦେଖିବାକୁ ମିଳିଛି । କିଛି ସ୍ଥାନରେ ହିଂସାର ରୂପ ଏପରି ନେଇଛି ଯେ, ହିଂସା ଦମନ ପାଇଁ ପୋଲିସ ବଳ ପ୍ରୟୋଗ କରିବା ସହ ଏହି ଘଟଣାରେ ଅନେକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 17, 2022, 9:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.