ETV Bharat / bharat

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କଲେ ଆନ୍ଦୋଳନରତ ଚାଷୀ - ସୁପ୍ରିମକୋର୍ଟ ଶୁଣାଣି

ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା ପାଇଁ 4 ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ହେଲେ କୋର୍ଟଙ୍କ ଏହି କମିଟି ଗଠନ ନିଷ୍ପତ୍ତି ଉପରେ ଅସହମତି ପ୍ରକଟ କରିଛନ୍ତି ଆନ୍ଦୋଳନରତ ଚାଷୀ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କଲେ ଆନ୍ଦୋଳନରତ ଚାଷୀ

author img

By

Published : Jan 12, 2021, 7:02 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ କୌଣସି ସମାଧାନର ରାସ୍ତା ବାହାରିପାରୁନି । ଏହାରି ମଧ୍ୟରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ ଲାଗୁ କରିବା ଉପରେ ରୋକ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା ପାଇଁ 4 ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ହେଲେ କୋର୍ଟଙ୍କ ଏହି କମିଟି ଗଠନ ନିଷ୍ପତ୍ତି ଉପରେ ଅସହମତି ପ୍ରକଟ କରିଛନ୍ତି ଆନ୍ଦୋଳନରତ ଚାଷୀ ।

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ଦେଶର ଚାଷୀ କୋର୍ଟଙ୍କ ଏହି ନିଷ୍ପତ୍ତିରେ ନିରାଶ ଅଛନ୍ତି । ଅଶୋକ ଗୁଲାଟିଙ୍କ ଅଧ୍ୟକ୍ଷତାରେ କମିଟି ସୁପାରିଶ କରିଥିଲା । ରାକେଶ ଟ୍ବିଟ କରି କହିଛନ୍ତି, ଚାଷୀଙ୍କ ଦାବି ହେଉଛି ଆଇନକୁ ରଦ୍ଦ କରିବା ଏବଂ ସର୍ବନିମ୍ନ ସମର୍ଥନ ମୂଲ୍ୟକୁ ଏକ ଆଇନ କରିବା। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ସୁପ୍ରିମକୋର୍ଟଙ୍କ ଆଦେଶ ତଦାରଖ କରିବା ପରେ ମିଳିତ ମୋର୍ଚ୍ଚା ବୁଧବାର ଆହୁରି ରଣନୀତି ଘୋଷଣା କରିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କମିଟି ଗଠନ ସହିତ ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି କମିଟିରେ ଭାରତୀୟ କୃଷକ ସଂଘର ଜିତେନ୍ଦ୍ର ସିଂ ମାନ୍, ଡକ୍ଟର ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି (କୃଷି ବିଶେଷଜ୍ଞ) ଏବଂ ଅନିଲ ଶେତକାରିଙ୍କ ସମେତ ମୋଟ 4 ଜଣଙ୍କୁ ସାମିଲ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.