ETV Bharat / bharat

Rajasthan Political Crisis: ସୋନିଆଙ୍କ କଠୋର ଆଭିମୁଖ୍ୟ, ଦୁର୍ବଳ ହେଉଛି ଗେହଲଟ ଗୋଷ୍ଠୀ !

author img

By

Published : Sep 27, 2022, 4:08 PM IST

ଗେହଲଟ ଗୋଷ୍ଠୀ ବିଧାୟକଙ୍କ ବିଦ୍ରୋହକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ କୋଠୋର ଆଭିମୁଖ୍ୟ (Gehlot camp cracking up in Rajasthan) । ଗେହଲଟ ପକ୍ଷ ଦୁର୍ବଳ ହୋଇପାରେ ବୋଲି ଆଲୋଚନା । ଅଧିକ ପଢ଼ନ୍ତୁ

after-tough-stand-by-sonia-gandhi-gehlot-camp-cracking-up-in-rajasthan
Rajasthan Political Crisis: ରାଜସ୍ଥାନ ସ୍ଥିତି ନେଇ ସୋନିଆଙ୍କ କଠୋର ଆଭିମୁଖ୍ୟ, ଦୁର୍ବଳ ହେଉଛି ଗେହଲଟ ଗୋଷ୍ଠୀ !

ନୂଆଦିଲ୍ଲୀ: ରାଜସ୍ଥାନରେ ଗେହଲଟ ଗୋଷ୍ଠୀ ବିଧାୟକଙ୍କ ବିଦ୍ରୋହକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ କୋଠୋର ଆଭିମୁଖ୍ୟ ରହିଛି (Gehlot camp cracking up in Rajasthan)। ଏଥିପାଇଁ ଗେହଲଟ ପକ୍ଷ ଦୁର୍ବଳ ହୋଇପାରେ ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ବିଦ୍ରୋହୀ ବିଧାୟକ AICC ନିର୍ଦ୍ଦେଶରେ କାମ କରିବାକୁ ଚାହୁଁଥିବା ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନା ମୁତାବକ ରାଜସ୍ଥାନରେ ରାଜନୈତିକ ସଙ୍କଟରୁ କଂଗ୍ରେସକୁ ଉଦ୍ଧାର କରିବାକୁ AICCର ବରିଷ୍ଠ ନେତାଏ ଲାଗି ପଡ଼ିଛନ୍ତି । ଜଣେ ନେତା ନିଜ ନାମ ଗୋପନ ରଖି କହିଛନ୍ତି, "ରାଜସ୍ଥାନର ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷାଙ୍କ କୋଠର ଆଭିମୁଖ୍ୟ ଲାଭପ୍ରଦ ହୋଇଛି । ବର୍ତ୍ତମାନ ଅଧିକାଂଶ ବିଦ୍ରୋହୀ ବିଧାୟକ AICCର ନୀତି ନିର୍ଦ୍ଦେଶରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । କାରଣ ଏ ସମସ୍ତ ବିଧାୟକ ଦଳକୁ ଭଲ ପାଆନ୍ତି ।"

ଏହା ବି ପଢ଼ନ୍ତୁ Congress President Poll: ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହଁନ୍ତି କମଲନାଥ

କଂଗ୍ରେସ ପରିଚାଳକ ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ପ୍ଲାନ୍‌-ବି ମୁତାବକ କାର୍ଯ୍ୟ କରୁଛନ୍ତି । ଅଶୋକ ଗେହଲଟ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରାର୍ଥୀ ପାଇଁ ଦଳ ପ୍ରଥମ ପସନ୍ଦ ହୋଇ ଆଉ ରହିନଥିବା ଚର୍ଚ୍ଚା ହେଉଛି । ସେପଟେ କମଲନାଥଙ୍କୁ ଡକାଇ ତାଙ୍କ ସହ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧୀ । ଗେହଲଟଙ୍କ ବିଶ୍ବସ୍ତ ଶାନ୍ତି ଧାରିୱାଲଙ୍କ ଯୋଗୁଁ ରାଜସ୍ଥାନରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି ।

ଶାନ୍ତି ଧାରିୱାଲ ଗତ ରବିବାର AICCର କୌଣସି ନିଷ୍ପତ୍ତିକୁ ସମର୍ଥନ ନକରିବାକୁ ବିଧାୟକଙ୍କୁ ପ୍ରବର୍ତ୍ତାଇଥିବା କୁହାଯାଉଛି । ସେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁନଥିଲେ । ତେବେ ବର୍ତ୍ତମାନ ସୋନିଆ ଗାନ୍ଧିଙ୍କ ନିଷ୍ପତ୍ତି ଶେଷ ଶେଷ ନିଷ୍ପତ୍ତି ହେବ ବୋଲି ସେ ସର୍ବସାଧାରଣରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ଶାନ୍ତି ଧାରିୱାଲଙ୍କ ସ୍ବରରେ ପରିବର୍ତ୍ତନ ଘଟିଛି । ଗେହଲଟ ଖୋଦ୍ ସ୍ଥିତି ସୁଧାରିବାକୁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ସମସ୍ତ ଘଟଣା ପାଇଁ ସୋନିଆ ଗାନ୍ଧିଙ୍କୁ ଗେହଲଟ କ୍ଷମା ପ୍ରାର୍ଥନା କରିଥିବା ସୂଚନା ମିଳିଛି । କିନ୍ତୁ ତାଙ୍କୁ ପ୍ରାର୍ଥିତ୍ବକୁ ସମର୍ଥନ ମିଳିବା ନେଇ ଏବେ ଦ୍ବନ୍ଦ୍ବ ଦେଖା ଦେଇଛି । ବିଧାୟକଙ୍ ଦାବି ଯଥାର୍ଥ ଥିଲା, କିନ୍ତୁ ଯେଉଁ ଉପାୟରେ ବିଧାୟକ ଦାବି ଉପସ୍ଥାପନ କରିଥିଲେ ତାହାକୁ ନେଇ ସୋନିଆ ଖପ୍ପା ଅଛନ୍ତି । ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମୁକୁଲ ୱାସନିକ୍‌, ଶୁଶୀଲ କୁମାର ସିନ୍ଦେ, ମଲ୍ଲିକାର୍ଜୁନ ଖଡ଼ଗେ ଓ ଦିଗବିଜୟ ସିଂହଙ୍କ ନାମ ଚର୍ଚ୍ଚା ଘେରକୁ ଆସିଛି । ସେପଟେ କଂଗ୍ରେସ ଅଧ୍ୟ ପଦ ନିର୍ବାଚନ ଫଳାଫଳ ଘୋଷଣା ନହେବା ଯାଏଁ ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରହିବା ପ୍ରସ୍ତାବରେ ସୋନିଆ ରାଜି ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.