ETV Bharat / bharat

ବଢିଲା NCB ଅଫିସର ସମୀର ୱାଙ୍ଖେଡଙ୍କ ସୁରକ୍ଷା ବ୍ୟବସ୍ଥା

author img

By

Published : Oct 15, 2021, 9:44 AM IST

NCB ଅଫିସର ସମୀର ୱାଙ୍ଖେଡଙ୍କ ଉପରେ କେହି ନଜର ରଖୁଥିବା ଅଭିଯୋଗ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କଲା ମୁମ୍ବାଇ ପୋଲିସ । ହାଇପ୍ରୋଫାଇଲ କ୍ରୁଜ ଡ୍ରଗ୍ସ କେସର ତଦନ୍ତ କରୁଛନ୍ତି ଏହି IRS ଅଫିସର । ଅଧିକ ପଢନ୍ତୁ...

NCB ଅଫିସର ସମୀର ୱାଙ୍ଖେଡଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ସିଙ୍ଘମ ଅଫିସର ସମୀର ୱାଙ୍ଖେଡ । ଯାହାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । NCB ଜୋନାଲ ନିର୍ଦ୍ଦେଶକ ସମୀର ହାଇପ୍ରୋଫାଇଲ କ୍ରୁଜ ଡ୍ରଗ୍ସ କେସର ତଦନ୍ତ କରୁଛନ୍ତି । ଯେଉଁ କେସରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଛନ୍ତି । ବର୍ତ୍ତମାନ ଏହି IRS ଅଫିସରଙ୍କ ସୁରକ୍ଷା ବଢାଇଛି ମୁମ୍ବାଇ ପୋଲିସ । ସମୀର ୱାଙ୍ଖେଡଙ୍କ ଉପରେ କେହି ନିଜର ରଖୁଥିବା ଅଭିଯୋଗ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନାଯୋଗ୍ୟ, ଜଣେ ବନ୍ଧୁକଧାରୀଙ୍କ ସମେତ ତିନି ଜଣ ଅଫିସର ବର୍ତ୍ତମାନ ସମୀର ୱାଙ୍ଖେଡଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି । ସମୀରଙ୍କ ସୁରକ୍ଷା ଦୃଷ୍ଟିରେ ସେ ଆଗରୁ ଯେଉଁ ଗାଡି ବ୍ୟବହାର କରୁଥିଲେ, ତାହା ବଦଳରେ ନୂଆ SUV ସ୍ଥାନିତ କରାଯାଇଛି । ଦକ୍ଷିଣ ମୁମ୍ବାଇର Ballard Estateସ୍ଥିତ ଏନସିବି ଅଫିସରେ ମଧ୍ୟ ବହୁସଂଖ୍ୟକ ପୋଲିସକର୍ମୀ ନିୟୋଜିତ ହୋଇଛନ୍ତି ।

ନିକଟରେ IRS ଅଫିସର ସମୀର ୱାଙ୍ଖେଡ ଅଭିଯୋଗ କରିଥିଲେ, ମୁମ୍ବାଇ ଓସିୱାରା(Oshiwara ) ପୋଲିସ ଷ୍ଟେସନର ଦୁଇ ପୋଲିସ କର୍ମଚାରୀଙ୍କ ସମେତ କିଛି ଅଜଣା ବ୍ୟକ୍ତି ତାଙ୍କ ପିଛା କରୁଛନ୍ତି ଏବଂ ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି । ସେ ଏ ବାବଦରେ ମହାରାଷ୍ଟ୍ର DGP ସଞ୍ଜୟ ପାଣ୍ଡେଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.