ETV Bharat / bharat

କୁନୋରୁ ସ୍ଥାନାନ୍ତର ହେବେ ଆଫ୍ରିକୀୟ ଚିତା - ନାମ୍ବିଆ ଚିତା ମୃତ୍ୟୁ

୨ ମାସରେ ୩ ଜଣଙ୍କ ମୃତ୍ୟୁ ପରେ କୁନୋ ଜାତୀୟ ଉଦ୍ୟାନରୁ ସ୍ଥାନାନ୍ତର ହେବେ ଆଫ୍ରିକୀୟ ଚିତା । ଅଧିକ ପଢନ୍ତୁ

କୁନୋରୁ ସ୍ଥାନାନ୍ତର ହେବେ ଆଫ୍ରିକୀୟ ଚିତା
କୁନୋରୁ ସ୍ଥାନାନ୍ତର ହେବେ ଆଫ୍ରିକୀୟ ଚିତା
author img

By

Published : May 19, 2023, 11:46 AM IST

ଭୋପାଳ: ସୁପ୍ରିମକୋର୍ଟଙ୍କ ପରାମର୍ଶକ୍ରମେ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ସ୍ଥାନାନ୍ତର ହେବେ ଆଫ୍ରିକୀୟ ଚିତା । ଦୁଇ ମାସ ଭିତରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୩ଟି ଚିତାଙ୍କ ମୃତ୍ୟୁ ପରେ ଏବେ ବାକି ଚିତା ବାଘମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବ । ଚିତାଙ୍କୁ କୁନୋରୁ ମାଣ୍ଡସୌର ଜିଲ୍ଲାସ୍ଥିତ ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯିବ । ଏନେଇ ଚିତା ଟାସ୍କଫୋର୍ସର ମୁଖ୍ୟ ତଥା ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଇକବାନ ସିଂହ ବାଇସି ଅନୁମୋଦନ ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ନାମିବ୍ୟାରୁ କୁନୋ ଆସିଥିବା ୩ଟି ଚିତାଙ୍କ ମୃତ୍ୟୁ ନେଇ ଗତକାଲି ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିଥିଲେ ଏବଂ ଅନ୍ୟ ଚିତାମାନଙ୍କୁ ମଧ୍ୟପ୍ରଦେଶରୁ ରାଜସ୍ଥାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ପାଇଁ ସ୍ଥାନ ଯଥେଷ୍ଟ ନାହିଁ । ଗୋଟିଏ ସ୍ଥାନରେ ଏତେ ଗୁଡିଏ ଚିତାବାଘ ରହିବା ଯୋଗୁଁ ସଂକ୍ରମଣର ଭୟ ରହୁଛି । ତେଣୁ ଗୋଟିଏ ଜାଗାରେ ସମସ୍ତଙ୍କୁ ଛାଡିବା ଅନୁଚିତ୍ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।

ଏହାପରେ ବନ ବିଭାଗ ଅଧିକାରୀଙ୍କ ବୈଠକରେ ମଧ୍ୟ ସମାନ କଥା କୁହାଯାଇଥିଲା । ଗୋଟିଏ ଅଭୟାରଣ୍ୟ ମଧ୍ୟରେ ସବୁ ଚିତାଙ୍କୁ ରଖିବା ଦ୍ବାରା ଭବିଷ୍ୟତରେ ସମସ୍ୟା ହୋଇପାରେ । ଭବିଷ୍ୟତରେ ଯେକୌଣସି ପ୍ରକାର ସଂକ୍ରମଣ ସମସ୍ତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଇଥିଲା । ଏହି ଦୃଷ୍ଟିରୁ ବନ ବିଭାଗ କୁନୋରୁ ଚିତାଙ୍କୁ ଗାନ୍ଧୀ ସାଗର ଏବଂ ନଉରାଦେହି ଅଭୟାରଣ୍ୟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଆହୁରି ଅନେକ ଚିତା ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରଖିବା ଠିକ୍ ନୁହେଁ । ଚିତାଙ୍କ ସ୍ଥାନ୍ତାନ୍ତରଣ ପରିପ୍ରେକ୍ଷୀରେ ପିସିସିଏଫ ଜେ.ଏସ ଚୌହାନ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଚୀନ ମାଛଧରା ଡଙ୍ଗା ବୁଡିବା ଘଟଣା, ଉଦ୍ଧାରରେ ନିୟୋଜିତ ହେଲା P8I ଏୟାରକ୍ରାଫ୍ଟ

ଚିତାଙ୍କୁ ଗାନ୍ଧୀ ସାଗର ଓ ନଉରାଦେହି ସ୍ଥାନାନ୍ତରଣ ପୂର୍ବରୁ ଏହି ଅଭୟାରଣ୍ୟ ଚାରିପଡେ ତାର ବାଡ଼ ଲାଗିବା କାର୍ଯ୍ୟ କରାଯିବ । ଏଥିପାଇଁ ୧୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବନ ବଭାଗ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି । କହିରଖୁଛୁ କି, କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ମଧ୍ୟରୁ ମାଈ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା । ପୂର୍ବରୁ ଆଉ ଦୁଇଟି ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.