ETV Bharat / bharat

ଦୁଷ୍କର୍ମ ଅଭିଯୋଗ ପରେ ମାଲାୟଲମ୍ ଅଭିନେତା ବିଜୟ ବାବୁଙ୍କ ନାମରେ ଆଉ ଏକ ମାମଲା

author img

By

Published : Apr 28, 2022, 3:34 PM IST

ଅଡୁଆରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିଥିବା ମାଲାୟଲମ୍ ଅଭିନେତା ତଥା ପ୍ରଯୋଜକ (Malayalam actor and producer) ବିଜୟ ବାବୁ । ପୀଡିତାଙ୍କ ନାମ ଓ ପରିଚୟ ଖୁଲାସା କରିବାରୁ ଆଉ ଏକ ମାମଲା ରୁଜୁ କଲା କେରଳ ପୋଲିସ । ଅଧିକ ପଢନ୍ତୁ

ଅଡୁଆରେ ମାଲାୟଲମ୍ ଅଭିନେତା ବିଜୟ ବାବୁ : ପୁଣି ଆସିଲା ଯୌନ ନିର୍ଯ୍ୟାତନା ଅଭିଯୋଗ

ଥିରୁଅନନ୍ତପୁରମ୍‌: ପୁଣି ଅଡୁଆରେ ମାଲାୟଲମ୍ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁ (Vijay Babu) । ପୀଡିତାଙ୍କ ନାମ ଓ ପରିଚୟ ଖୁଲାସା କରିଥିବାରୁ କେରଳ ପୋଲିସ ତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରିଛି । ପୂର୍ବରୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜୟ । ଏହାପୂର୍ବରୁ ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ବିଜୟ ବାବୁଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା ।

ତେବେ ବିଜୟ ବାବୁ ବୁଧବାର ତାଙ୍କ ବିରୁଦ୍ଧରେ ହୋଇଥିବା ଯୌନ ନିର୍ଯ୍ୟାତନା ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଓ ଅଭିଯୋଗକାରୀଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିବେ ବୋଲି କହିଛନ୍ତି । ଫେସବୁକ୍‌ ଲାଇଭରେ ଆସି ମାଲାୟଲମ୍ ଅଭିନେତା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ଦାୟର କରିଥିବା ମହିଳାଙ୍କ ବିରୋଧରେ ସେ ମାନହାନି ମକଦ୍ଦମା ଦାୟର କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭୟ କରେ ନାହିଁ କାରଣ ମୁଁ କିଛି ଭୁଲ୍‌ କରି ନାହିଁ । ଜଣେ ମହିଳା ୨୦୧୮ ମସିହାରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ କରି ଆସୁଛନ୍ତି । ସେବେଠାରୁ ୨୦୨୧ ପର୍ଯ୍ୟନ୍ତ ମୁଁ ତାଙ୍କ ସହ କୈଣସି ଚାର୍ଟ(chat) କରିନାହିଁ । ଡିସେମ୍ବର ମାସରେ ସେ ମୋତେ ପୁଣି ଥରେ ମେସେଜ୍ କରିବା ଆରମ୍ଭ କରିଥିଲେ। ତାଙ୍କ ଦ୍ବାରା ପଠାଯାଇଥିବା ମେସେଜ ଗୁଡିକର ୪୦୦ ସ୍କ୍ରିନସଟ(screenshots) ରଖିଛି । ଯାହାକୁ ନେଇ କୋର୍ଟରେ ଦେଖାଇବି । ଦୁଷ୍କର୍ମ ହେଉ କି ସହମତି କ୍ରମେ ହେଉ, ସବୁ ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି । ଯାହାକୁ ନେଇ ଏକ କାଉଣ୍ଟର କେସ୍‌ (countercase) କରିବି ।

ଏହାବି ପଢନ୍ତୁ: Vijay Babu Sexual Assault Case: ଯୌନ ଶୋଷଣ ମାମଲାରେ ଫସିଲେ ମାଲାୟଲମ୍ ଅଭିନେତା

ଏହାପୂର୍ବରୁ ମଙ୍ଗଳବାର ଦିନ ବିଜୟ ବାବୁଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣ ନେଇ କେରଳର ଏର୍ନାକୁଲମ ସାଉଥ ପୋଲିସ ଏକ ମାମଲା ରୁଜୁ କରିଥିଲେ । ପୋଲିସର ସୂଚନାନୁସାରେ, ଏପ୍ରିଲ ୨୨ରେ ଜଣେ ମହିଳା ଅଭିନେତାଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଥିଲେ । ଜୈନିକ ମହିଳା ଅଭିଯୋଗ କରିଥିଲେ ଯେ, ପ୍ରଯୋଜକ ବିଜୟ ବାବୁ ତାଙ୍କ କୋଚସ୍ଥିତ ଫ୍ଲାଟରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବା କହି ତାଙ୍କୁ ବହୁବାର ଯୌନ ନିର୍ଯାତନା ଦେଇଥିଲେ ବୋଲି ମହିଳା FIRରେ ଦର୍ଶାଇଥିଲେ । ଅଭିଯୋଗକାରିଣୀ ଜଣକ କୋଝିକୋଡେ ଜିଲ୍ଲାର (Kozhikode district)ବାସିନ୍ଦା ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.