ETV Bharat / bharat

କୁମ୍ଭ ମେଳାରୁ ଓହରିଲା ଜୁନା ଆଖେଡା - କୁମ୍ଭ ମେଳାକୁ ସମାପ୍ତ କରିବାକୁ ଜୁନା ଆଖେଡାର ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭ ମେଳାକୁ ସମାପ୍ତ କରିବାକୁ ଜୁନା ଆଖେଡାକୁ ଅନୁରୋଧ କରିବା ପରେ ଏଥିରୁ ଓହରିବା ପାଇଁ ଘୋଷଣା କରିଛି ଜୁନା ଆଖେଡା । ଅଧିକ ପଢନ୍ତୁ...

ସମାପ୍ତ ହେଲା କୁମ୍ଭ ମେଳା
ସମାପ୍ତ ହେଲା କୁମ୍ଭ ମେଳା
author img

By

Published : Apr 18, 2021, 3:06 PM IST

ଡେରାଡୁନ: ଉତ୍ତରାଖଣ୍ଡରେ କୋରାନା କାୟା ଜାରି ରହିଛି । ଏହାର ପ୍ରଭାବ କୁମ୍ଭ ମେଳାରେ ପଡିଛି । କୋରୋନା ସଂକ୍ରମଣ ବୃଦ୍ଧି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମେଳାକୁ ସମାପ୍ତ କରିବାକୁ ଜୁନା ପୀଠେଶ୍ବର ଆଚାର୍ଯ୍ୟ ମହାମଣ୍ଡଳଶ୍ବର ଆୱାଦେଶାନନ୍ଦ ଗିରିଙ୍କୁ ଅନୁରୋଧ କରିଥିଲେ । ମୋଦିଙ୍କ ଅନୁରୋଧ ପରେ ଜୁନା ଆଖେଡା ମଧ୍ୟ କୁମ୍ଭ ମେଳାକୁ ସମାପ୍ତ କରିବାକୁ ଘୋଷଣା କରିଛି ।

ଜୁନା ଆଖେଡା ତାର ସମସ୍ତ ଦେବାଦେବୀଙ୍କ ବିସର୍ଜନ କରିଛି । ସମସ୍ତ ସାଧୁସନ୍ଥଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ କୁହାଯାଇଛି । କୋରୋନା ସଂକ୍ରମଣ ସ୍ଥିତିକୁ ଗମ୍ଭୀରତାର ସହିତ ନେଇ ନିରଞ୍ଜନୀ ଆଖେଡା ମଞ୍ଚ ପକ୍ଷରୁ କୁମ୍ଭ ଶେଷ କରିବାକୁ ଘୋଷଣା କରିଥିଲେ।

ପୂର୍ବରୁ ପ୍ରଧାନମନ୍ତ୍ରୀ ମେଳା ସମାପ୍ତ କରିବାକୁ ଅନୁରୋଧ କରିଥିଲେ । ଏହା ପରେ ଜୁନା ଆଖେଡା କୁମ୍ଭ ମେଳାକୁ ସମାପ୍ତି ପାଇଁ ନିଷ୍ପତ୍ତି ନେଇଥିଲା । ଆଜି ସକାଳୁ ଜୁନା ଆଖେଡାର ସାଧୁ ସନ୍ଥ ଗନ୍ତବ୍ୟ ସ୍ଥଳକୁ ବାହାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.