ETV Bharat / bharat

ପଶ୍ଚିମବଙ୍ଗ ରାଜନୈତିକ ମୈଦାନରେ କ୍ରିକେଟର; TMC ଟିମରୁ ତିୱାରୀଙ୍କ ବ୍ୟାଟିଂ, ବିଜେପିରୁ ବୋଲିଂ କରିବେ ଡିଣ୍ଡା - west bengal politics

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ଏଣ୍ଟ୍ରି ମାରିବାକୁ ଲାଗିଛନ୍ତି ଜଣେ ପରେ ଜଣେ କ୍ରିକେଟର । ବୁଧବାର ଭାରତୀୟ କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ବେଳେ ସଂଧ୍ୟାରେ ଆଉ ଜଣେ ପୂର୍ବତନ କ୍ରିକେଟର ଆରମ୍ଭ କରିଛନ୍ତି ରାଜନୀତିର ଇନିଙ୍ଗ୍ସ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ରାଜନୈକ ମୈଦାନରେ କ୍ରିକେଟର; TMC ଟିମରୁ ତିୱାରୀଙ୍କ ବେଟିଂ, ବିଜେପିରୁ ବୋଲିଂ କରିବେ ଡିଣ୍ଡା

author img

By

Published : Feb 24, 2021, 8:59 PM IST

କୋଲକାତା: ପଶ୍ଚିମବଙ୍ଗରେ ପିଚ୍‌ ରେଡି । ବ୍ୟାଟିଂ ଓ ବୋଲିଂ ଆରମ୍ଭ କରିବାକୁ ବି ଖେଳାଳି ପ୍ରସ୍ତୁତ । ହେଲେ ଏହି ଖେଳ ନାଁ କୌଣସି ଆଇପିଏଲର ନା ଦିନିକିଆ, ଟି-20 । କୌଣସି କ୍ରିକେଟ ପଡିଆରେ ନୁହେଁ ବରଂ ରାଜନୈତିକ ମୈଦାନରେ ହେବ ଖେଳ । କାରଣ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ଏଣ୍ଟ୍ରି ମାରିବାକୁ ଲାଗିଛନ୍ତି ଜଣେ ପରେ ଜଣେ କ୍ରିକେଟର ।

ବୁଧବାର ଭାରତୀୟ କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ବେଳେ ସଂଧ୍ୟାରେ ଆଉ ଜଣେ ପୂର୍ବତନ କ୍ରିକେଟର ଆରମ୍ଭ କରିଛନ୍ତି ରାଜନୀତିର ଇନିଙ୍ଗ୍ସ । ବୁଧବାର କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପସ୍ଥିତିରେ ବିଜେପିରେ ସାମଲ ହୋଇଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଅଶୋକ ଡିଣ୍ଡା ।

ନିକଟରେ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ଡିଣ୍ଡା । ସନ୍ୟାସ ପରେ ବିସିସିଆଇକୁ ଧନ୍ୟବାଦ ଦେଇ ଡିଣ୍ଡା କହିଥିଲେ ଯେ ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରୁଛି ।

ଅଶୋକ ଡିଣ୍ଡା ଭାରତ ପାଇଁ 13ଟି ଦିନିକିଆ ଖେଳି 12 ୱିକେଟ ହାସଲ କରିଥିଲେ । ସେହିପରି ସେ 9ଟି ଟି-20 ମ୍ୟାଚରେ ମୋଟ 17 ୱିକେଟ ନେବାରେ ସଫଳ ରହିଛନ୍ତି । ଫାଷ୍ଟକ୍ଲାସ କ୍ରିକେଟ ମ୍ୟାଚ କଥା ଯଦି କହିବା ତାହେଲେ ଡିଣ୍ଡା ପ୍ରତି ମ୍ୟାଚରେ ନିଜର ବୋଲିଂ ମାଧ୍ୟମରେ କମାଲ ଦେଖାଇସାରିଛନ୍ତି ।

କେବଳ ସେତିକି ନୁହେଁ, ଆଇପିଏଲ ମଧ୍ୟ ଖେଳିସାରିଛନ୍ତି ଡିଣ୍ଡା । ସେ ଆଇପିଏଲରେ ଅଧିକାଂଶ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଛନ୍ତି । ଡିଣ୍ଡା 116 ମ୍ୟାଚରେ ମୋଟ 420 ୱିକେଟ ନେବାରେ ସଫଳ ହୋଇଥିଲେ । ଏହାସହ ସେ ଦିଲ୍ଲୀ ଡେୟାରଡେଭିଲ୍ସ,, ପୁଣେ ୱାରିୟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ମଧ୍ୟ ସାମିଲ ଥିଲେ ।

ଡିଣ୍ଡାଙ୍କ ପୂର୍ବରୁ ବୁଧବାର ତୃଣମୂଳ କଂଗ୍ରେସପରେ ସାମିଲ ହୋଇଥିଲେ ଭାରତୀୟ କ୍ରିକେଟର ମନୋଜ ତିୱାରୀ । ପଶ୍ଚିମବଙ୍ଗର ହାୱଡାରେ ଜନ୍ମିତ 35 ବର୍ଷୀୟ ମନୋଜ ତିୱାରୀ 2008ରେ ଭାରତୀୟ କ୍ରିକେଟ ଟିମକୁ ଏଣ୍ଟ୍ରି କରିଥିଲେ । ସେ ଟିମ ଇଣ୍ଡିଆ ପାଇଁ ଶେଷ ୱାନଡେ 2015ରେ ଖେଳିଥିଲେ । ଭାରତ ପାଇଁ ମନୋଜ 12ଟି ଦିନିକିଆ ସହ 3 ଟି-20 ମ୍ୟାଚ ଖେଳିଛନ୍ତି । ଦିନିକିଆ ମ୍ୟାଚରେ ମୋଟ 287 ରନ କରିଛନ୍ତି ତିୱାରୀ ।

କ୍ରିକେଟ କ୍ୟାରିୟରରେ ପାସ୍‌ ହେବାପରେ ରାଜନୀତି ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିବା ନେଇ କ୍ରିକେଟର ମନୋଜ ତିୱାରୀଙ୍କ ନାମ ଏବେ ଚର୍ଚ୍ଚାରେ । ବୁଧବାର ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପାର୍ଟିରେ ସାମିଲ ହୋଇଛନ୍ତି ସେ । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ବୁଧବାର ହୁଗୁଳି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲି କାର୍ଯ୍ୟକ୍ରମ ରହିଥିଲା । ଏହି ରାଲିରେ ମନୋଜ ଟିଏମସିରେ ଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.