ETV Bharat / bharat

ଭାରତରେ ଆଇନଗତ ସୁରକ୍ଷା ହରାଇବା ପରେ IT ନିୟମ ମାନିବ ଟ୍ବିଟର - ନୂଆ ଆଇଟି ନିୟମ

ଭାରତ ସରକାରଙ୍କ ନୂଆ IT ନିୟମ ନ ମାନିବା ଯୋଗୁଁ ଟ୍ବିଟର ଭାରତରେ ଆଇନଗତ ସୁରକ୍ଷା ହରାଇବା ପରେ ମୁଣ୍ଡ ନୁଆଁଇଛି । IT ନିୟମକୁ ମାନିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ସୁନିଶ୍ଚିତ କଲା ଟ୍ବିଟର । ଅଧିକ ପଢନ୍ତୁ...

ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ବିଟର
ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ବିଟର
author img

By

Published : Jun 16, 2021, 11:59 AM IST

ନୂଆଦିଲ୍ଲୀ: ଟ୍ବିଟର ପାଇଁ ବଢିଲା ଅଡୁଆ । ଭାରତରେ ପାଉଥିବା ଆଇନଗତ ସୁରକ୍ଷା ହରାଇଲା ଟ୍ବିଟର । ଭାରତ ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ନୂଆ IT ନିୟମକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ନ ମାନିବା କାରଣରୁ ତାକୁ ଦେଶରେ ଆଇନଗତ ସୁରକ୍ଷା ହରାଇବାକୁ ପଡିଛି । ଏଣିକି ଯଦି କୌଣସି ବ୍ୟକ୍ତି ଟ୍ବିଟରରେ କିଛି ବି ପ୍ରକାର ବିଭ୍ରାନ୍ତିକର କିମ୍ବା ଅପରାଧୀକ ଉତ୍ତେଜନା ସୃଷ୍ଟି କଲାଭଳି ମନ୍ତବ୍ୟ ପୋଷ୍ଟ କରିବ ତେବେ IPC ର ବିଭିନ୍ନ ଦଫା ଅଧାରରେ କମ୍ପାନୀ ଏଥିପାଇଁ ସିଧାସଳଖ ଦାୟୀ ରହିବ । ସେପଟେ ଆଇନଗତ ସୁରକ୍ଷା ହରାଇବା ପରେ ପ୍ରତିକ୍ରିୟା ରଖିଛି ଟ୍ବିଟର ।

ଏନେଇ ଟ୍ବିଟର ମୁଖପାତ୍ର କହିଛନ୍ତି ଯେ ସେମାନେ ଭାରତ ସରକାରଙ୍କ ନୂଆ IT ନିୟମକୁ ମାନିବାକୁ କମ୍ପାନୀ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ସେମାନେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ପ୍ରତ୍ୟେକ ପଦକ୍ଷେପରେ ଅଗ୍ରଗତି ବିଷୟରେ ଅବଗତ କରୁଛନ୍ତି ଏବଂ ଜଣେ ଅନ୍ତରୀଣ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ଖୁବଶୀଘ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ସବିଶେଷ ତଥ୍ୟ ସେୟାର କରାଯିବ ବୋଲି କମ୍ପାନୀ ମୁଖପାତ୍ର ପ୍ରକାଶ କରିଛନ୍ତି । ଆଜି(ବୁଧବାର) ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଟ୍ବିଟର IT ନିୟମ ନ ମାନିବା କାରଣରୁ ଭାରତରେ ଏକ ମଧ୍ୟସ୍ଥି ପ୍ଲାଟଫର୍ମ ଭାବେ ନିଜର ଅସ୍ତିତ୍ବ ହରାଇଛି ।

ଯାହାର ଫଳସୂରୁପ ବର୍ତ୍ତମାନ ଟ୍ବିଟର ପ୍ଲାଟଫର୍ମରେ ପ୍ରକାଶିତ ହେଉଥିବା ପୋଷ୍ଟଗୁଡିକ ପାଇଁ ସମ୍ପାଦକୀୟ ଭାବେ ଟ୍ବିଟର ସିଧାସଳଖ ଦାୟୀ ରହିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.