ETV Bharat / bharat

ଋଷ-ୟୁକ୍ରେନ ଯୁଦ୍ଧ: ବଦଳିବ ଭାରତର ସାମରିକ ରଣନୀତି !

ଦୁଇ ବର୍ଷ ହେଲାଣି ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଅନ୍ୟପଟେ ୟୁକ୍ରେନ-ଋଷିଆ ଯୁଦ୍ଧକୁ ଦୁଇ ମାସ ବିତିଗଲାଣି । ତେଣୁ ଭବିଷ୍ୟତରେ ଏପରି ସଂଘର୍ଷର ମୁକାବିଲା ପାଇଁ ନିଜ ସାମରିକ ରଣନୀତିରେ ସଂଶୋଧନ କରିପାରେ ଭାରତ । ଅଧିକ ପଢନ୍ତୁ

ଲଦାଖ-ୟୁକ୍ରେନ ସଂଘର୍ଷ ପରେ ଭାରତର ସାମରିକ ସିଦ୍ଧାନ୍ତ

author img

By

Published : Apr 30, 2022, 1:55 PM IST

Updated : Apr 30, 2022, 3:14 PM IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ସୀମାର ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ଅନେକ ସମୟରେ ମୁହାମୁହିଁ ପରିସ୍ଥିତି ଉପୁଜୁଛି । ୨୦୨୦ ମେ ମାସ ଅର୍ଥାତ୍ ଦୁଇ ବର୍ଷ ପୂର୍ବରୁ ଲଦାଖ ସୀମାରେ ଦୁଇ ରାଷ୍ଟ୍ର ମଧ୍ୟରେ ଆରମ୍ଭ ହୋଇଥିବା ସାମରିକ ବିବାଦ ଏବେ ବି ଜାରି ରହିଛି । ଅନ୍ୟପଟେ ୟୁକ୍ରେନ ଓ ସୁପରପାୱାର ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ୩ ମାସରେ ପ୍ରବେଶ କରିଛି । ଫେବୃୟାରୀ ୨୪ରୁ ଚାଲିଥିବା ୟୁକ୍ରେନ ସଂଘର୍ଷରେ କେବେ ଯବନିକା ପଡିବ ତାହା ସମସ୍ତଙ୍କୁ ଅଜଣା । ଲଦାଖ ସାମରିକ ସ୍ଥିତି ଏବଂ ୟୁକ୍ରେନ-ଋଷିଆ ବିବାଦକୁ ଲକ୍ଷ୍ୟ କଲେ ଭାରତ ଭବିଷ୍ୟତରେ ଏପରି ଯୁଦ୍ଧ ସ୍ଥିତିର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ ପାଉଛି ।

ଭାରତ ମଧ୍ୟ ଏହା ସ୍ବୀକାର କରିଛି ଯେ, ଭବିଷ୍ୟତର ସମସ୍ତ ଯୁଦ୍ଧ ଛୋଟ ଏବଂ ତୀବ୍ର ହେବ । ତେଣୁ ଏହିସବୁ ଘଟଣା ଭାବିବାକୁ ବାଧ୍ୟ କରୁଛି କି, ଭାରତର ସୈନ୍ୟ ପ୍ରତିଷ୍ଠାନ ଭାରତୀୟ ସଶସ୍ତ୍ର ବଳର ସଂଯୁକ୍ତ ସିଦ୍ଧାନ୍ତ ବା ସାମରିକ ରଣନୀତି ଉପରେ ପୁନଃବିଚାର କରିପାରେ । ଭାରତୀୟ ସେନାର ସାତଟି କମାଣ୍ଡୋ ମଧ୍ୟରୁ ଶିମଲା ସ୍ଥିତ ସେନା ପ୍ରଶିକ୍ଷଣ କମାଣ୍ଡ(ARTRAC)ର ରଣନୀତିକ ଯୋଜନା ବିଭାଗ(strategic planning department) ପୂର୍ବରୁ ହିଁ ଚାଲିଥିବା ସଂଘର୍ଷର ଅନୁଧ୍ୟାନ କରୁଛି । ଏହାରି ଭିତରେ ଗୁରୁବାର ଭାରତୀୟ ବାୟୁସେନା ମୁଖ୍ୟ ମାର୍ସଲ ଭିଆର ଚୌଧୁରୀ LOGISEM VAYU-2022 ନାମକ ଏକ ସେମିନାରରେ କହିଛନ୍ତି, ‘ଆମକୁ ଆଗକୁ ଏକ ଛୋଟ ତଥା ତୀବ୍ର ଯୁଦ୍ଧ ସମେତ ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷ ଭଳି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।’ ଭିଆର ଚୌଧୁରୀଙ୍କ ଏହି ବୟାନ ପରେ ଭାରତ ନିଜ ସାମରିକ ଗତିବିଧିରେ ସଂଶୋଧନ କରୁଥିବା ପ୍ରସଙ୍ଗ ପୁଣିଥରେ ଧ୍ୟାନ ଆକର୍ଷଣ କରିଛି ।

ସେହିପରି ଭାରତୀୟ ବାୟୁସେନା ଆଗାମୀ ଦିନରେ ଦୁଇଟି ଯୁଦ୍ଧ ସମ୍ଭାବନାର ପରିକଳ୍ପନା କରିଛି । ପ୍ରଥମ ଲଢେଇ ପାକିସ୍ତାନ ସହ ୧୦ ଦିନ ଏବଂ ଦ୍ବିତୀୟରେ ଚୀନ ସହ ୧୫ ଦିନ ବ୍ୟାପୀ । ଯେଉଁଥିପାଇଁ ବାୟୁସେନା ପ୍ରସ୍ତୁତ ରହିଛି । ଏହି ପରିପ୍ରେକ୍ଷୀରେ ସେନାର DASI(Directorate of Air Staff Inspection) ଅସ୍ତ୍ରଶସ୍ତ୍ର, ମସାଇଲ ଏବଂ ଆଲର୍ଟ ରାଡାର ସିଷ୍ଟମ ସହିତ ସ୍ଥିତି ଉପରେ ନିରନ୍ତର ନଜର ରଖିଛି । ଅନ୍ୟପଟେ ଭାରତର WWR(War Wastage Reserves) ସଶସ୍ତ୍ର ବଳର ଯୁଦ୍ଧ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ୪୦ ଦିନ ଯାଏଁ ବ୍ୟବହାର ହୋଇପାରୁଥିବା ଗୋଳା ବାରୁଦ ଭଣ୍ଡାର ଗଚ୍ଛିତ ରଖିଥିଲା । ଯାହାକୁ ପରବର୍ତ୍ତୀ ସମୟରେ ୪୦ ଦିନରୁ ୨୦ ଏବଂ ପରେ ୧୦ ଦିନ କରାଯାଇଥିଲା । ହେଲେ ଚୀନ ସହ ତିକ୍ତତା ବଢିବା ପରେ ୨୦୨୦ରେ WWR ପୁଣିଥରେ ଗୋଳାବାରୁଦ ପରିମାଣକୁ ୧୫ ଦିନକୁ ବୃଦ୍ଧି କରିଛି ।

JDIAF 2017 ଦସ୍ତାବିଜରେ କୁହାଯାଇଛି ଯେ, ସମୟ ସହ ସଂଘର୍ଷର ରୂପ ବଦଳୁଛି । ସଂଘର୍ଷର ରୂପ ନିର୍ଦ୍ଧାରଣ କରିବା ଦିଗରେ ଟେକ୍ନୋଲୋଜି ମୁଖ୍ୟ ଭୂମିକା ନିଭାଉଛି । ସେହିପରି ସାଟଲାଇଟ କଣ୍ଟ୍ରୋଲ ସିଷ୍ଟମ ଯୁଦ୍ଧରେ ଅନନ୍ୟ କାରକ ଭାବେ ବ୍ୟବହୃତ ହେଉଛି । ଭବିଷ୍ୟତ ଯୁଦ୍ଧର ଚିତ୍ର ଅସ୍ପଷ୍ଟ, ଅନିଶ୍ଚିତ, ସଂକ୍ଷିପ୍ତ, ତୀବ୍ର, ଘାତକ ଏବଂ ଅପ୍ରତ୍ୟାଶିତ ହେବାର ସମ୍ଭାବନା ରହିଛି । ଭାରତୀୟ ବାୟୁସେନା ମୁଖ୍ୟ ମଧ୍ୟ ଅପ୍ରତ୍ୟାଶିତ ଯୁଦ୍ଧ ପାଇଁ ସଡକ ଏବଂ ରେଳ ପରିଚଳନା ଯୋଜନା ମଜବୁତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଯଦ୍ବାରା ଯୁଦ୍ଧ କାଳରେ ଏହାର ସଠିକ୍ ପ୍ରୟୋଗ କରାଯାଇପାରିବ ।

Last Updated : Apr 30, 2022, 3:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.