ETV Bharat / bharat

ଜମ୍ମୁ କଶ୍ମୀର ପରେ ଲଦାଖରେ ଜି-20 ସମ୍ମିଳନୀ ! - ଜି 20 ସମ୍ମିଳନୀ

କଶ୍ମୀର ପରେ ଲଦାଖରେ ଜି-20 ସମ୍ମିଳନୀ ଆୟୋଜନ ହେବା ନେଇ ପ୍ରକ୍ରିୟା ଆରମ୍ଭ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି ପରେ ଦୁଇ ବରିଷ୍ଠ ସର୍ବଭାରତୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଚୟନ କଲା ଲଦାଖ ପ୍ରଶାସନ । 2023 ପ୍ରଥମ ଭାଗରେ ହେବ ସମ୍ମିଳନୀ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀର ପରେ ଲଦାଖରେ ଜି-20 ସମ୍ମିଳନୀ
ଜମ୍ମୁ କାଶ୍ମୀର ପରେ ଲଦାଖରେ ଜି-20 ସମ୍ମିଳନୀ
author img

By

Published : Jul 7, 2022, 10:05 AM IST

ଶ୍ରୀନଗର: ଜମ୍ମୁ କଶ୍ମୀର ପରେ ଏବେ ଲଦାଖରେ ଜି-20 ସମ୍ମିଳନୀ କରିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ଏହି ସମ୍ମିଳନୀ ଜମ୍ମୁ କଶ୍ମୀରରେ ହେବା ନେଇ ସ୍ଥିର ହୋଇଥିବା ବେଳେ ଏହାକୁ ବିରୋଧ କରିଥିଲା ଚୀନ । ପରେ ଲଦାଖରେ ଏହାକୁ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଆୟୋଜନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।

ଏହି ଆୟୋଜନର ସଫଳ କାର୍ଯ୍ୟକାରିତା ପାଇଁ ଲଦାଖ ପ୍ରଶାସନ ଦୁଇ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଓ ଭାରତୀୟ ପୋଲିସ ସେବାର ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ପ୍ରଦନ କରିଛି । ଏହି 2 ଅଧିକାରୀ କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ସମ୍ମନ୍ବୟ ରକ୍ଷା କରି ସମ୍ମିଳନୀର ଆୟୋଜନକୁ ସଫଳ କରିବେ ।

ସମ୍ମିଳନୀର ଆୟୋଜନ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲଦାଖ ପ୍ରଶାସନକୁ ଚିଠି ଲେଖି ଅବଗତ କରିଥିଲା । ପରେ ଉପ ରାଜ୍ୟପାଳ ଆର.କେ ମାଥୁଆଙ୍କ ପକ୍ଷରୁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଡିସେମ୍ବରରେ ଏହି ଜି-20 ସମ୍ମିଳନୀର ଅଧ୍ୟକ୍ଷତା ଭାର ଗ୍ରହଣ କରିବାକୁ ଯାଉଛି ଭାରତ । 2023ର ପ୍ରାରମ୍ଭରେ ଏହି ସମ୍ମିଳନୀ ଜମ୍ମୁ କଶ୍ମୀରରେ ଆୟୋଜନ ହେବା ନେଇ ସ୍ଥିର କରାଯାଇଥିଲା । ଏଥିପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଏକ 5 ଜଣିଆ ବରିଷ୍ଠ ଅଧିକାରୀଙ୍କ ଟିମ ମଧ୍ୟ ଗଠନ କରାଯାଇଥିଲା । ପରେ ଏହାକୁ କୂଟନୈତିକ ସ୍ତରରେ ଚୀନ ପକ୍ଷରୁ ବିରୋଧ କରାଯିବାରୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି ।

ସମ୍ମିଳନୀ ଆୟୋଜନର ସଫଳ କାର୍ଯ୍ୟକାରିତା ପାଇଁ ଲଦାଖ ପ୍ରଶାସନ ମନୋନୀତ କରିଥିବା ଅଧିକାରୀଙ୍କ ମଧ୍ୟରେ କମିଶନର ସଚିବ ସୌଗତ ବିଶ୍ବାସ ଓ ଲଦାଖ-କାର୍ଗିଲ ରେଞ୍ଜ ଡିଆଜି ସେଖ ଜୁନେଦ ମହମ୍ମଦଙ୍କୁ ଦାୟିତ୍ବ ପ୍ରଦାନ କରାଯାଉଛି । ଆୟୋଜନ ମିଶନର ମୁଖ୍ୟ ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ସମ୍ଭାଳିବେ ବିଶ୍ବାସ । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଏକାଧିକ ବିଭାଗ ସହ ସମ୍ମନ୍ବୟ ରକ୍ଷା କରି ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ । ମହାନଗର ନିଗମ କର୍ତ୍ତୃପକ୍ଷ, ପୋଲିସ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ବାରା ମିଳିତ ସହଯୋଗରେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ।

ସେହିପରି ସୁରକ୍ଷା ସମ୍ପର୍କିତ ସମସ୍ତ ବ୍ୟବସ୍ଥା ପାଇଁ ନୋଡାଲ ଅଧିକାରୀ ରହିବେ ଆଇପିଏସ ସେଖ ଜୁନେଦ ମହମ୍ମଦ । ପୋଲିସ ବ୍ୟବସ୍ଥା, ଟ୍ରାଫିକ ଓ ଆଇନ ଶୃଙ୍ଖଳା ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ଅଧିକାରୀ ଜୁନେଦ ଅନ୍ୟ ସମ୍ପର୍କିତ ବିଭାଗ ମାନଙ୍କ ସହ ସମ୍ମନ୍ବୟ ରକ୍ଷା କରି ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ । ତେବେ ଆୟୋଜନ ନେଇ ବର୍ତ୍ତମାନ ସୁଦ୍ଧା ପ୍ରକ୍ରିୟା କେତେ ବାଟ ଆଗେଇଲାଣି ସେ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ କିଛି ସୂଚନା ଦେଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.