ETV Bharat / bharat

ମଣିଷଙ୍କ ପରେ ଏବେ କୁକୁର-ବିଲେଇଙ୍କ ଶରୀରରେ ଆଲଫା ଭାରିଆଣ୍ଟ ଚିହ୍ନଟ

ମଣିଷମାନଙ୍କ ପରେ ବର୍ତ୍ତମାନ କୋରୋନାର ଆଲଫା ଭାରିଆଣ୍ଟ ଦେଖିବାକୁ ମିଳିଛି ପଶୁମାନଙ୍କ ଶରୀରରେ । ତେବେ ଆଲଫା ଭାରିଆଣ୍ଟ ପ୍ରଥମେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା ​​ଏବଂ ସାଧାରଣତଃ ଏହା ୟୁକେ ଭାରିଆଣ୍ଟ କିମ୍ବା B.1.1.7.1 ଭାବରେ ଜଣାଶୁଣା । ଅଧିକ ପଢନ୍ତୁ...

ମଣିଷଙ୍କ ପରେ ଏବେ କୁକୁର-ବିଲେଇଙ୍କଠାରେ ଆଲଫା ଭାରିଆଣ୍ଟ କୋରୋନା ଭୂତାଣୁ ଚିହ୍ନଟ

author img

By

Published : Nov 7, 2021, 10:55 AM IST

ନୂଆଦିଲ୍ଲୀ: ମଣିଷମାନଙ୍କ ପରେ ବର୍ତ୍ତମାନ କୋରୋନାର ଆଲଫା ଭାରିଆଣ୍ଟ ଦେଖିବାକୁ ମିଳିଛି ପଶୁମାନଙ୍କ ଶରୀରରେ । ପଶୁ ଚିକିତ୍ସା ରେକର୍ଡରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଗୃହପାଳିତ ପଶୁମାନେ ମଧ୍ୟ SARS-CoV-2ର ଆଲଫା ଭାରିଆଣ୍ଟରେ ସଂକ୍ରମିତ ହୋଇପାରନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଆଲଫା ଭାରିଆଣ୍ଟ ପ୍ରଥମେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା ​​ଏବଂ ସାଧାରଣତଃ ଏହା ୟୁକେ ଭାରିଆଣ୍ଟ କିମ୍ବା B.1.1.7.1 ଭାବରେ ଜଣାଶୁଣା ।

ତେବେ ପୂର୍ବ ଭାରିଆଣ୍ଟ ଅପେକ୍ଷା ଆଲଫା ଭାରିଆଣ୍ଟ ଇଂଲଣ୍ଡରେ ବହୁତ ଶୀଘ୍ର ବ୍ୟାପିଥିଲା । ଅଧ୍ୟୟନରେ କୁହାଯାଇଛି ଯେ, କୋରୋନାର ଆଲଫା ଭାରିଆଣ୍ଟ ଘରୋଇ ଗୃହପାଳିତ ପଶୁମାନଙ୍କ ଠାରେ ଦେଖିବାକୁ ମିଳୁଛି | PCR ଟେଷ୍ଟରୁ ଦୁଇଟି ବିଲେଇ ଏବଂ କୁକୁର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମିତି ମାମଲା ବିରଳ ବୋଲି ବିଶେଷଜ୍ଞ ଟିମ ଦାବି କରିଥିବା ବେଳେ ମଣିଷଙ୍କ ପାଖରୁ ପୋଷା ପଶୁମାନଙ୍କ ପାଖକୁ ଏହା ସଂକ୍ରମଣ ହେଉଥିବା କୁହାଯାଉଛି । ଏହାସହ ପଶୁମାନଙ୍କ ହୃଦୟରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । କିନ୍ତୁ ଏହା ପୂର୍ବରୁ ଏମିତି କିଛି ଦେଖିବାକୁ ମିଳୁନଥିଲା। ଅନ୍ୟ ବିଲେଇ ଏବଂ କୁକୁରଙ୍କ ଠାରେ ହୃଦ ରୋଗ ଦେଖାଦେବାର ୬ ସପ୍ତାହ ପରେ ଆଣ୍ଟିବଡି ସୃଷ୍ଟି ହେଉଥିବା ଜଣାପଡ଼ିଛି।

ଅଧ୍ୟୟନର ମୁଖ୍ୟ ଲେଖକ ଲୁକା ଫେରାସିନ୍, ଡିବିଏମ୍ କହିଛନ୍ତି ଯେ, ଆମ ଗବେଷଣାରୁ ସ୍ପଷ୍ଟ ହୋଇଛି କି, ଘରୋଇ ପ୍ରାଣୀ COVID-19 ଆଲଫା ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେଉଛନ୍ତି । ଏହାସହ ସେମାନଙ୍କ ସହ ଥିବା ବିଲେଇ କୁକୁର ମଧ୍ୟ ସଂକ୍ରମିତ ହୋଇପାରନ୍ତି, ଯାହା ପୂର୍ବ ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇପାରେ । କୋରୋନାର ଆଲଫା ଭାରିଆଣ୍ଟ ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ କୁକୁର ଏବଂ ବିଲେଇଙ୍କ ହାର୍ଟରେ ଜ୍ବଳନ ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.