ETV Bharat / bharat

Foreign Trip Modi: 8 ବର୍ଷରେ 64 ଥର ବିଦେଶ ଗସ୍ତରେ 115 ଦେଶକୁ ଯାତ୍ରା

author img

By

Published : May 11, 2022, 6:57 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମେ ’ 16ରେ ହିମାଳୟ ପାଦଦେଶରେ ଥିବା ପଡୋଶୀ ନେପାଳ ଗସ୍ତରେ ଯିବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯିବେ । ନେପାଳ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଅନୀଲ ପରିୟାରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣକ୍ରମେ ନେପାଳ ଗସ୍ତ କରିବେ । ଅଧିକ ପଢନ୍ତୁ

Foreign Trip Modi
Foreign Trip Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ(2022)ରେ ନିଜର ପ୍ରଥମ ବିଦେଶ ଗସ୍ତ ୟୁରୋପ ଯାତ୍ରା କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାର ଏକ ସପ୍ତାହରୁ ଅଧିକ ସମୟ ହୋଇଗଲାଣି । ଚଳିତ ମାସ ପ୍ରଥମ ସପ୍ତାହରେ ମୋଦି ୟୁରୋପ ଗସ୍ତରେ ଯାଇ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ ବିଦେଶ ଗସ୍ତକୁ ନେଇ ମଧ୍ୟ ଔନୋପଚାରିକ ଭାବେ ସୂଚନା ମିଳିଲାନି । ପ୍ରଧାନମନ୍ତ୍ରୀ ମୋଦି ପରବର୍ତ୍ତୀ ବିଦେଶ ଗସ୍ତ ପଡୋଶୀ ନେପାଳକୁ କରିବେ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ 63 ଟି ସରକାରୀ ବିଦେଶ ଗସ୍ତ (Foreign Trip) ରେ ମୋଦି 115 ଟି ଦେଶକୁ ଗସ୍ତ କରିଛନ୍ତି । ତେବେ କେଉଁ ଦେଶକୁ ସର୍ବାଧିକ ଥର ଗସ୍ତ କରିଛନ୍ତି ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମେ ’ 16 ରେ ହିମାଳୟ ପାଦଦେଶରେ ଥିବା ପଡୋଶୀ ନେପାଳ ଗସ୍ତରେ ଯିବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯିବେ । ନେପାଳ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଅନୀଲ ପରିୟାରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣକ୍ରମେ ନେପାଳ ଗସ୍ତ କରିବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ମୋଦି ପଶ୍ଚିମ ନେପାଳସ୍ଥିତ ଲୁମ୍ବିନୀ ଯିବେ । ଏହାବାଦ ଉଭୟ ପ୍ରଧାନମନ୍ତ୍ରୀ ଏକ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ । ତେବେ ମୋଦିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

64ତମ ବିଦେଶ ଗସ୍ତରେ ନେପାଳ ଯିବେ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ନେପାଳ ଗସ୍ତ ତାଙ୍କର 64ତମ ବିଦେଶ ଗସ୍ତ ହେବ । ମୋଦି 63 ତମ ବିଦେଶ ଗସ୍ତ ଭାବେ ଚଳିତ ମାସ ପ୍ରଥମ ସପ୍ତାହରେ ୟୁରୋପ ଗସ୍ତରେ ଯାଇଥିଲେ । ପ୍ରଧାନମନ୍ତ୍ରୀ ଭାବେ ମୋଦି 2014 ରେ ଦାୟିତ୍ବ ନେବା ପରେ ନିଜର ପ୍ରଥମ ବିଦେଶଗସ୍ତ ଭୂଟାନ କରିଥିଲେ । ପରେ ବ୍ରାଜିଲ ଯାଇଥିଲେ । ଏହାପରେ ପରେ ନେପାଳ, ଜାପାନ ଓ ଆମେରିକା ଗସ୍ତ କରିଥିଲେ । 2014ରେ ମୋଦି ପ୍ରଧାନମନ୍ତ୍ରୀ ହେବାର 4 ମାସ ପରେ ଆମେରିକା ଗସ୍ତ କରିଥିଲେ । ବର୍ତ୍ତମାନ ସୁଦ୍ଧା ମୋଦି ସର୍ବାଧିକ ବିଦେଶ ଗସ୍ତ ଭାବେ ଆମେରିକା ଯାଇଛନ୍ତି। ମୋଦି 2014ରୁ ବର୍ତ୍ତମାନ ସୁଦ୍ଧା ଆମେରିକାକୁ 7 ଥର ଗସ୍ତ କରିଛନ୍ତି ।

ଚୀନ ସହ 3 ଦେଶକୁ ସର୍ବାଧିକ ଦ୍ବିତୀୟ ଗସ୍ତ

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଷ 2020ରେ ମୋଦି ମହାମାରୀ କୋରୋନା ପାଇଁ କୌଣସି ବିଦେଶ ଗସ୍ତ କରିନଥିଲେ । ତେବେ ମହାମାରୀ ସଂକଟ ମଧ୍ୟରେ କୋଭିଡ ଟିକା ଆସିବା ପରେ ମୋଦି 2021ରେ 3 ଟି ଗସ୍ତ କାର୍ଯ୍ୟକ୍ରମରେ 4ଟି ଦେଶକୁ ଗସ୍ତ କରିଥିଲେ । ଯେଉଁଥିରେ ଆମେରିକା ମଧ୍ୟ ସାମିଲ ଥିଲା ।

ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ସୁଦ୍ଧା 5 ଥର ଫ୍ରାନ୍ସ ଗସ୍ତ କରିଛନ୍ତି । ଫ୍ରାନ୍ସକୁ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ 2015 ଏପ୍ରିଲରେ, ପରେ ଦ୍ବିତୀୟ ଥର ପାଇଁ 2015 ନଭେମ୍ବରରେ, ସେପ୍ଟେମ୍ବର 2016ରେ, ପୁଣି ଚତୁର୍ଥ ଗସ୍ତ ଭାବେ ଜୁନ 2017ରେ ଗସ୍ତ କରିଥିଲେ ।

ଏହାପରେ ମୋଦି ଜୁଲାଇ 2015ରେ ଋଷ ଗସ୍ତରେ ଯାଇଥିଲେ । ପରେ ଶେଷ ଥରେ ପାଇଁ 2019 ସେପ୍ଟେମ୍ବର ଋଷ ଗସ୍ତରେ ଯାଇଥିଲେ ମୋଦି । ପ୍ରଧାନମନ୍ତ୍ରୀ ଭାବେ ମୋଦି ଚୀନକୁ ଏପ୍ରିଲ 2015ରେ ଗସ୍ତରେ ଯାଇଥିଲେ । ପୁଣି 2016 ରେ ସେପ୍ଟେମ୍ବର ଚୀନ ଯାଇଥିଲେ । ଏହାପରେ ସେପ୍ଟେମ୍ବର 2017, 26 ଏପ୍ରିଲ 2018, ଓ ଜୁନ 2018 ରେ ଗସ୍ତରେ ଯାଇଥିଲେ ।

ଚୀନ, ଫ୍ରାନ୍ସ ଓ ଋଷ ପରେ ମୋଦି ନେପାଳ, ଜାପାନ ଓ ସିଙ୍ଗାପୁରକୁ 4 ଥର ଲେଖାଏଁ ଗସ୍ତ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.