ETV Bharat / bharat

Commercial LPG Price Cut: ଘରୋଇ ପରେ ୧୫୮ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍‌ - କମିଲା ଗ୍ୟାସ ଦର

ଘରୋଇ ଗ୍ୟାସ୍ ସିଲିଣ୍ଡର ପରେ ୧୫୮ ଟଙ୍କା ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର । ଅଧିକ ପଢନ୍ତୁ

୧୫୮ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

author img

By ETV Bharat Odisha Team

Published : Sep 1, 2023, 11:10 AM IST

ନୂଆଦିଲ୍ଲୀ: ଏଲପିଜି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ଘରୋଇ ଏଲପିଜି ସିଲିଣ୍ଡର ପରେ ଆଜି ଦେଶରେ ୧୯ କେଜି କମର୍ସିଆଲ ଗ୍ୟାସ୍ ଦର ୧୫୮ ଟଙ୍କା ହ୍ରାସ ପାଇଛି । ଆଜିଠୁ ସାରା ଦେଶରେ ଏହି ନୂଆ ଦର ଲାଗୁ ହେବ । ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧,୫୨୨ ଟଙ୍କାକୁ ଖସି ଆସିଛି । ଏହାପୂର୍ବରୁ ଏଠାରେ ଦର ୧,୬୮୦ ଟଙ୍କା ରହିଥିଲା ।

ରକ୍ଷା ବନ୍ଧନର ଦିନକ ପୂର୍ବରୁ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ଦାମରେ ୨୦୦ ଟଙ୍କା ହ୍ରାସ କରି ମହିଳାଙ୍କୁ ଭେଟି ଦେଇଥିଲେ । ଯାହାଫଳରେ ପୂର୍ବରୁ ୨୦୦ ଟଙ୍କାର ସବସିଡି ପାଉଥିବା ଉଜ୍ଜଳା ହିତାଧିକାରୀଙ୍କ ଡବଲ ଲାଭ ହୋଇଥିଲା । ତେବେ ଅନେକ ଦିନ ଧରି ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା । କେବଳ କର୍ମସିଆଲ ସିଲିଣ୍ଡର ଦାମ୍ ସଂଶୋଧନ କରାଯାଇଥିଲା । ଅଗଷ୍ଟ ପହିଲାରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୯ ଟଙ୍କା ୭୫ ପଇସା କମିଥିଲା । ଏହାର ପୂର୍ବ ମାସ ଜୁଲାଇରେ ଏହି ଗ୍ୟାସ୍ ଦର ୭ ଟଙ୍କା ବୃଦ୍ଧି ପାଇଥିଲା ।

ଏହି ବୃଦ୍ଧି ପୂର୍ବରୁ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନି ଗତ ମେ' ଓ ଜୁନରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ଯଥାକ୍ରମେ ୧୭୨ ଟଙ୍କା ଓ ୮୩ ଟଙ୍କା ଶସ୍ତା କରିଥିଲେ । ତେବେ ଆଗକୁ ଲୋକସଭା ନିର୍ବାଚନ ଆସୁଛି । ତେଣୁ ଏହି ଗ୍ୟାସ୍ ଦର ହ୍ରାସ ସରକାରଙ୍କ ନିର୍ବାଚନୀ ଥୋପ ବୋଲି ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ରାକ୍ଷୀ ଗିଫ୍ଟ ! ୨୦୦ଟଙ୍କା କମିଲା LPG ସିଲିଣ୍ଡର ଦାମ୍, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ

ଏହାମଧ୍ୟ ପଢନ୍ତୁ: LPG Price Cut: ୧୦୦ ଟଙ୍କା କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍

ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ, ହୋଟେଲ ଓ ଅନ୍ୟ ଭୋଜନାଳୟ ଗୁଡିକ କର୍ମସିଆଲ ସିଲିଣ୍ଡରରେ ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ୍ ଦର ବଢିଲେ ସେମାନେ ମଧ୍ୟ ନିଜ ଖାଦ୍ୟର ମୂଲ୍ୟ ବଢାଇଛନ୍ତି । ତେଣୁ କମର୍ସିଆଲ ଗ୍ୟାସ୍ ଶସ୍ତା ହେବା ଦ୍ବାରା କେବଳ ହୋଟେଲ ମାଲିକ ନୁହଁନ୍ତି, ସାଧାରଣ ଲୋକଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.