ETV Bharat / bharat

ଶିବପୁରୀରେ ଗୋଷ୍ଠୀ ସଂଘର୍ଷରୁ 3 ଜଣଙ୍କର ମୃତ୍ୟୁ, ଅଭିଯୁକ୍ତ ଘରେ ବୁଲିଲା ବୁଲଡୋଜର - ଅଭିଯୁକ୍ତ ଘରେ ବୁଲିଲା ବୁଲଡୋଜର

ନିର୍ବାଚନୀ ସମୟରେ ଶିବପୁରୀରେ ଗୋଷ୍ଠୀ ସଂଘର୍ଷ ଘଟିବାରୁ 3 ଜଣଙ୍କର ମୃତ୍ୟୁ । 12 ଜଣଙ୍କୁ ଗରିପ କଲା ପୋଲିସ। ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Nov 19, 2023, 2:03 PM IST

ଭୋପାଳ: ଶିବପୁରୀରେ ନିର୍ବାଚନୀ ସମୟରେ ହିଂସା ଘଟଣା। ମତଦାନ ପରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହେବାରୁ 3 ଜଣଙ୍କର ମୃ୍ତ୍ୟୁ ହୋଇଥିଲା। ଏହି ଘଟଣାରେ ଜଡିତ ଥିବା ଅଭିଯୁକ୍ତ ଘରେ ଭୁଲଡୋଜର ଚଢାଇଛି ପୋଲିସ । ନଭେମ୍ବର 17 ଶୁକ୍ରବାର ଦିନ ଶିବପୁରୀ ଜିଲ୍ଲାର ଚକ୍ରପୁର ଗ୍ରାମରେ ଭୋଟ୍ ଦେବା ପରେ କୁଶୱା ଏବଂ ଭଦୋରିଆ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଗତ ଶନିବାର ଦିନ ଗ୍ୱାଲିଅରରେ ଚିକିତ୍ସା ସମୟରେ ଭଦୋରିଆ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି କୁଶୱା ପରିବାରର ଜଣେ ଯୁବକଙ୍କ ଶରୀରେ ଗୁଳି ବାଜିବାରୁ ସେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶୁକ୍ରବାର ଦିନ ରାତିରେ ଉଭୟ ପକ୍ଷଙ୍କ ବିରୋଧରେ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଥିଲା । କିନ୍ତୁ ଚିକିତ୍ସା ସମୟରେ ଭଦୋରିଆ ପରିବାରର ତିନି ଜଣଙ୍କର ମୃତ୍ୟୁ ହେବାରୁ କ୍ଷେତ୍ରୀୟ ସମାଜ କାର୍ଯ୍ୟାନୁଷ୍ଠାନ ଦାବିରେ ନରଓ୍ବେ ପୋଲିସ ଷ୍ଟେସନ ଓ ରାସ୍ତାରେ ଧାରଣା ଦେଇଥିଲେ । ଏହାପରେ ପ୍ରଶାସନ ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କ 4ଟି ଘର ଉପରେ ବୁଲ ଡୋଜର ଚଢାଇ ଭାଙ୍ଗି ଦେଇଥିବା ଜଣାପଡ଼ିଛି ।

ଶିବପୁରୀ ଜିଲ୍ଲାର ଚକ୍ରବର୍ତ୍ତୀରେ ମତଦାନ ପରେ ଭଦୋରିଆ ପରିବାରର 3 ଜଣଙ୍କ ମୃତ୍ୟୁ ପରେ କ୍ଷେତ୍ରୀୟ ସମାଜ ରାଗି ଯାଇଥିଲେ। ସେମାନେ ନରୱେ ପୋଲିସ ଷ୍ଟେସନ ସମ୍ମୁଖରେ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ପରେ ଅଭିଯୁକ୍ତ 4ଟି ଘର ଉପରେ ବୁଲଡୋଜର ଚଢାଇଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ମଣିପୁର ହିଂସା: ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ 10 ରାଜନୈତିକ ଦଳ, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ମାସ ତଳେ ଚକ୍ରମପୁର ଗ୍ରାମରେ ଗଣେଶ ପୂଜା ଭସାଣି ସମୟରେ ଡିଜେକୁ ନେଇ କୁଶୱା ଏବଂ ଭଦୋରିଆ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହି ବିବାଦରେ କୁଶୱାର ଜଣେ ଯୁବକଙ୍କୁ ଗୁଳି କରାଯାଇଥିଲା। ସେବେଠାରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା।

କୁହାଯାଉଛି ଯେ, ନଭେମ୍ବର 17 ଶୁକ୍ରବାର ଦିନ ମତଦାନ ଶେଷ ହେବା ପରେ ବିଜେପିର ମତଦାନ ଏଜେଣ୍ଟ ଲକ୍ଷ୍ମଣ ଭଦୋରିଆଙ୍କ ସହ କୁଶୱା ପକ୍ଷର ବିବାଦ ହୋଇଥିଲା। ଏହାପରେ ଭଦୋରିଆଙ୍କ ପକ୍ଷରୁ ଗୁଳି ଚଳାଯିବାରୁ କୁଶୱା ପରିବାରର ଜଣେ ଯୁବକ ଆହତ ହୋଇଥିଲେ। ଏହାପରେ ଚକ୍ରମପୁର ଗ୍ରାମରେ ଏହି ଘଟଣା ଉଗ୍ରରୂପ ନେଇଥିଲା । ଭଦୋରିଆଙ୍କ ପରିବାର ଗାଁରୁ ଖସିପଳାଇବାକୁ ଚେଷ୍ଟା କରୁଥିବା ବେଳେ କୁଶୱା ସମାଜର 35 ରୁ 40 ଜଣ ଲୋକ ସେମାନଙ୍କୁ ଘେରି ଯାଇଥିଲେ। ଏହାପରେ ସେମାନେ କାରରୁ ନବାହାରିବାରୁ ପେଟ୍ରୋଲ ଏବଂ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଲୋକେ । ଏହାପରେ କାର ଭିତରୁ ଭଦୋରିଆ ପରିବାରର ସଦସ୍ୟ ବାହାରି ଦୌଡିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କୁସଓ୍ବା ସମାଜର ଲୋକେ ଆକ୍ରମଣ କରିବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ 12 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.