ETV Bharat / bharat

Chardham Yatra: ୨୫ ଲକ୍ଷ ଟପିଲା ତୀର୍ଥଯାତ୍ରୀ ସଂଖ୍ୟା, ଭାଙ୍ଗିପାରେ ସର୍ବକାଳୀନ ରେକର୍ଡ - ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା

ଚଳିତ ବର୍ଷ ଅତୀତର ସବୁ ରେକର୍ଡ ଭାଙ୍ଗିବ ଚାରିଧାମ ଯାତ୍ରା । ମାତ୍ର ଦେଢ ମାସ ଭିତରେ ଚାରିଧାମ ଯାତ୍ରା କଲେଣି ୨୫ ଲକ୍ଷରୁ ଊର୍ଦ୍ଧ୍ବ ତୀର୍ଥଯାତ୍ରୀ । ଅଧିକ ପଢନ୍ତୁ

ରେକର୍ଡ ଭାଙ୍ଗିବ ଚାରିଧାମ ଯାତ୍ରା: ଦେଢ ମାସରେ ଆସିଲେଣି ୨୫ ଲକ୍ଷ ତୀର୍ଥଯାତ୍ରୀ

author img

By

Published : Jun 26, 2022, 10:31 AM IST

ଡେରାଡୁନ: ଗଙ୍ଗୋତ୍ରୀ-ଯମୁନେତ୍ରୀ କପାଟ ଖୋଲିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । କୋଭିଡ ପରେ ଚଳିତ ବର୍ଷ ଚାରିଧାମରେ ତୀର୍ଥଯାତ୍ରୀଙ୍କ ପ୍ରବାହ ଯେପରି ବଢୁଛି, ଏଥିରୁ ଜଣାପଡୁଛି ଯେ ଏ ବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଅତୀତର ସବୁ ରେକର୍ଡ ଭାଙ୍ଗିବ । ୨୦୧୯ ବର୍ଷ ଏ ପର୍ଯ୍ୟନ୍ତ ସର୍ବାଧିକ ୩୪ ଲକ୍ଷ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ଆସିଥିଲେ । କିନ୍ତୁ ଚଳିତ ବର୍ଷ କେବଳ ଦେଢ ମାସ ମଧ୍ୟରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରିସାରିଛି । ଚାରିଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ଚାରିଧାମର କପାଟ ଖୋଲିବା ପରର ଦୁଇ ସପ୍ତାହ ଯାଏଁ ବହୁସଂଖ୍ୟକ ତୀର୍ଥଯାତ୍ରୀଙ୍କ ସମାଗମ ହୋଇଥିଲା । ପ୍ରତିଦିନ ପ୍ରାୟ ୫୦ରୁ ୬୦ ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଞ୍ଚୁଥିଲେ । ହେଲେ ଧୀରେ ଧୀରେ ଏହି ସଂଖ୍ୟା କମିଚାଲିଛି । ଏବେ ପାଞ୍ଚ ଧାମ କେଦାରନାଥ, ବଦ୍ରିନାଥ, ଯମୁନେତ୍ରୀ, ଗଙ୍ଗୋତ୍ରୀ ଏବଂ ହେମକୁଣ୍ଡ ସାହିବକୁ ଦୈନିକ ପାଖାପାଖି ୩୦ ରୁ ୩୫ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି । ଆଗାମୀ ଦିନରେ ମୌସୁମୀ ଯୋଗୁଁ ଏହି ସଂଖ୍ୟା ଆହୁରି କମିପାରେ । ସେପ୍ଟେମ୍ବରରେ ଯେତେବେଳେ ମୌସୁମୀ ସ୍ବାଭାବିକ ହେବ, ଏହି ସମୟରେ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାରେ ଆଗନ୍ତୁକଙ୍କ ସଂଖ୍ୟା ପୁଣିଥରେ ଶୀର୍ଷ ଛୁଇଁବ ବୋଲି ଆଶା କରାଯାଉଛି । ଯଦ୍ବାରା ଚଳିତ ବର୍ଷ ଏହା ପୂର୍ବ ସବୁ ବର୍ଷର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି ।

ଏ ବର୍ଷ ବଦ୍ରିନାଥ ଧାମକୁ ସବୁଠୁ ଅଧିକ ତୀର୍ଥଯାତ୍ରୀ ଆସିଛନ୍ତି । ମେ ୮ ତାରିଖରେ ବଦ୍ରିନାଥ କପାଟ ଖୋଲିଥିଲା ଏବଂ ଏହାପରେ ୨୫ ଜୁନ ସୁଦ୍ଧା ୮ ଲକ୍ଷ ୪୭ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ପୂଜାର୍ଚ୍ଚନା କରିଥିଲେ । ଏହି କ୍ରମରେ କେଦାରନାଥ ଧାମରେ ଏ ଯାଏଁ ୮ ଲକ୍ଷ ୧୨ ହଜାର ଜଣ ଦର୍ଶନ କରିଛନ୍ତି । ଗଙ୍ଗୋତ୍ରୀରେ ମୋଟ ୪ ଲକ୍ଷ ୧୬ ହଜାର ୫୮୩ ଏବଂ ଯମୁନେତ୍ରୀରେ ୩ ଲକ୍ଷ ୨୩ ହଜାର ୨୨୫ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.