ETV Bharat / bharat

UP: ପ୍ରୟାଗରାଜ ଓ ଅଯୋଧ୍ୟା ପରେ ଅଲିଗଡ ହେବ ହରିଗଡ

author img

By ETV Bharat Odisha Team

Published : Nov 7, 2023, 5:59 PM IST

ଉତ୍ତର ପ୍ରଦେଶରେ ବଦଳିବ ଆଉ ଏକ ସହରର ନାମ । ପ୍ରୟାଗରାଜ ଓ ଅଯୋଧ୍ୟା ପରେ ଅଲିଗଡ ହେବାକୁ ଯାଉଛି ହରିଗଡ । ମହାନଗର ନିଗମ ବୈଠକରେ ସର୍ବସମ୍ମତିକ୍ରମେ ସଙ୍କଳ୍ପ ପାରିତ । ଅଧିକ ପଢନ୍ତୁ

UP: ପ୍ରୟାଗରାଜ ଅଯୋଧ୍ୟା ପରେ ଅଲିଗଡ ହେବ ହରିଗଡ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ଶାସନ ଆରମ୍ଭ ହେବା ପରେ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଥିବା ନାମ ପରିବର୍ତ୍ତନ ଧାରାରେ ସାମିଲ ହେବାକୁ ଯାଉଛି ଉତ୍ତର ପ୍ରଦେଶର ଆଉ ଏକ ଚର୍ଚ୍ଚିତ ସହର । ଆହ୍ଲାବାଦ ଓ ଫୈଜାବାଦ ପରେ ଏବେ ଅନ୍ୟତମ ଚର୍ଚ୍ଚିତ ସହର ଅଲିଗଡର ନାମ ପରିବର୍ତ୍ତନ କରିବା ପାଇଁ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଲିଗଡର ନୂତନ ନାମ ହେବ ହରିଗଡ । ଏନେଇ ଅଲିଗଡ ମହାନଗର ନିଗମ ଏକ ସଙ୍କଳ୍ପ ଗୃହୀତ କରିଛି । ଗତକାଲି (ସୋମବାର) ମହାନଗର ନିଗମ ବୈଠକରେ ମେୟର ପ୍ରଶାନ୍ତ ସିଙ୍ଘଲ ଏହି ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଛି । ଏହି ନାମ ପରିବର୍ତ୍ତନ ସପକ୍ଷରେ ପ୍ରାୟ ସମସ୍ତ କାଉନସିଲର ମତ ଦେଇଥିଲେ ।

ମହାନଗର ନିଗମ ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ । ଯୋଗୀ କ୍ୟାବିନେଟ ଏହାକୁ ଗ୍ରୀନ ସିଗନାଲ ଦେବା ପରେ କେନ୍ଦ୍ରର ଅନୁମତି ନିଆଯିବ । ତେବେ ପ୍ରସ୍ତାବ ଗୃହୀତ ହେବା ପରେ ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ମେୟର ପ୍ରଶାନ୍ତ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ କହିଛନ୍ତି, ‘‘ସହରର ନାମ ପରିବର୍ତ୍ତନ କରିବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ଏବେ ମହାନଗର ନିଗମ କାର୍ଯ୍ୟକ୍ରମ ଗ୍ରହଣ କରିବା ଆରମ୍ଭ କରିଛି । ଗତକାଲି ନିଗମର ବୈଠକରେ ଆଗତ ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି । ଏହାକୁ ରାଜ୍ୟ ସରକାରଙ୍କୁ ପଠାଯିବା ଓ ପରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଇବେ । ଆମର ଆଶା ଯେ, ସରକାର ମଧ୍ୟ ଏହି ସୁପାରିଶକୁ ଗ୍ରହଣ କରିବେ ।’’

ଏହା ମଧ୍ୟ ପଢନ୍ତୁ:- ଛତିଶଗଡ ନିର୍ବାଚନ ପ୍ରଚାରରେ ରାସନ ଯୋଜନା ଅବଧି ବୃଦ୍ଧି ଘୋଷଣା ଆଚରଣ ବିଧିର ଉଲ୍ଲଙ୍ଘନ: କଂଗ୍ରେସ

ଅବଶ୍ୟ ଉତ୍ତର ପ୍ରଦେଶ କ୍ଷେତ୍ରରେ ଏହା କୌଣସି ସହରର ପ୍ରଥମ ନାମ ପରିବର୍ତ୍ତନ ଘଟଣା ନୁହେଁ । ତେଣୁ ଏଥିରେ କୌଣସି ସମସ୍ୟା ହେବା ପରି ପ୍ରାୟତଃ ଅନୁମାନ କରାଯାଉନି । ପୂର୍ବରୁ ରାଜ୍ୟର ଦ୍ବିତୀୟ ବୃହତ୍ତମ ସହର ଆହ୍ଲାବାଦର ନାମ ପ୍ରୟାଗରାଜକୁ ପରିବର୍ତ୍ତିତ ହୋଇସାରିଛି । ସେହିପରି ଫୈଜାବାଦ ଜିଲ୍ଲାକୁ ମଧ୍ୟ ଅଯୋଧ୍ୟା ଭାବେ ପରିବର୍ତ୍ତନ କରାଯାଇଛି । ମୋଗଲସରାଇ ଜଙ୍କସନକୁ ମଧ୍ଯ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ଭାବେ ପୁନଃନାମିତ କରିସାରିଛନ୍ତି ଯୋଗୀ ସରକାର । ଏବେ ଏହି କ୍ରମରେ ଅଲିଗଡ ମଧ୍ୟ ହରିଗଡ ଭାବେ ନୂଆ ପରିଚୟ ପାଇବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.