ETV Bharat / bharat

ମଇଁଷି ମୃତ୍ୟୁ ମାମଲା: 28ବର୍ଷ ପରେ 83 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଆସିଲା ଆରେଷ୍ଟ ଓ୍ବେରଣ୍ଟ - ମଇଁଷି ମୃତ୍ୟୁ ମାମଲାରେ ଓ୍ବେରଣ୍ଟ

28 ବର୍ଷ ପୂର୍ବେ ଦୁର୍ଘଟଣାରେ ମଇଁଷିର ହୋଇଥିଲା ମୃତ୍ୟୁ । ଏବେ ଆସିଲା ଅଭିଯୁକ୍ତ ପୂର୍ବତନ ସରକାରୀ ଡ୍ରାଇଭରଙ୍କ ବିରୋଧରେ ଆରେଷ୍ଟ ଓ୍ବେରଣ୍ଟ । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ମଇଁଷି ମୃତ୍ୟୁ ମାମଲା: 28 ବର୍ଷ ପରେ 83 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଆସିଲା ଆରେଷ୍ଟ ଓ୍ବେରଣ୍ଟ

author img

By

Published : Jun 29, 2023, 8:23 PM IST

ଲକ୍ଷ୍ନୌ: 83 ବର୍ଷୀୟ ବୃଦ୍ଧ ଅଭିଯୁକ୍ତଙ୍କ ବିରୋଧରେ ଆସିଲା ଗିରଫ ପରଓ୍ବାନା । ସେପୁଣି ଦୀର୍ଘ ପ୍ରାୟ 3 ଦଶନ୍ଧି ପରେ ମଇଁଷି ମୃତ୍ୟୁ ମାମଲାରେ । 28 ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ହୋଇଥିଲା । ଏଥିରେ ସରକାରୀ ପରିବହନ ନିଗମରେ ଜଣେ ଡ୍ରାଇଭର ଅଭିଯୁକ୍ତ ଭାବେ ଗିରଫ ହୋଇଥିଲେ । ହେଲେ ସେ ଏହି ମାମଲାରେ ବେଲ ମଧ୍ୟ ପାଇଥିଲେ । ହେଲେ ପରେ ଆଉ କୋର୍ଟରେ ହାଜର ହୋଇନଥିଲେ । ଏବେ ଦୀର୍ଘ 28 ବର୍ଷ ପରେ ତାଙ୍କ ନାମରେ ପୁଣି ଆରେଷ୍ଟ ଓ୍ବେରେଣ୍ଟ ଜାରି କରାଯାଇଛି । ଏହି ବୃଦ୍ଧ ଅଭିଯୁକ୍ତଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ ବାରବାଙ୍କୀର 83 ବର୍ଷୀୟ ଅଚ୍ଚନ ।

କଣ ଥିଲା ମାମଲା:-

1995 ମସିହାରେ ଘଟିଥିଲା ଏହି ଦୁର୍ଘଟଣା । ଏକ ସରକାରୀ ବସ ଓ ମଇଁଷି ଟାଣୁଥିବା ଶଗଡ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ସେତେବେଳେ ବାରବାଙ୍କୀର ମୁନାୱାରଙ୍କ ପୁଅ ଅଚ୍ଚନ ଉତ୍ତର ପ୍ରଦେଶ ପରିବହନ ନିଗମର ବାରବାଙ୍କି ଡିପୋରେ ଜଣେ ବସ ଡ୍ରାଇଭର ଭାବରେ କାର୍ଯ୍ୟ କରିଥିଲେ । ସେ ବାରବାଙ୍କୀରୁ ବସ ଚଳାଇ ବରେଲି ଫେରୁଥିଲେ । ଫରିଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମଇଁଷି ଶଗଡ ଗାଡି ସହ ଅଚ୍ଚନଙ୍କ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିଲା । ଏକ ମାମଲା ରୁଜୁ ହେବା ସହ ଡ୍ରାଇଭର ଅଚ୍ଚନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ସେ ବେଲ ମଧ୍ୟ ପାଇଥିଲେ ।

ଫରିଦପୁର ପୋଲିସ ଷ୍ଟେସନରେ ଅଚ୍ଚନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କେସ ନମ୍ବର -264 / 95 ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 279, 337 ଏବଂ 338 ରେ ଅଭିଯୁକ୍ତଙ୍କ ଗିରଫଦାରୀ ମଧ୍ୟ ହୋଇଥିଲା । ପରେ ସେ ବେଲେରେ ଆସି ପୁଣି ଡ୍ରାଇଭର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରାୟ 20 ବର୍ଷ ପୂର୍ବେ ସେ ଚାକିରିରୁ ଅବସର ମଧ୍ୟ ନେଇଥିଲେ । ହେଲେ ସେ ବେଲ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ତାରିଖରେ କୋର୍ଟରେ ହାଜର ହୋଇନଥିଲେ ।

ଏବେ ଏହି ଅଭିଯୁକ୍ତ 83 ବର୍ଷ ବୟସରେ ପହଞ୍ଚିଲେଣି । ବୟସାଧିକ କାରଣରୁ ରୋଗାଗ୍ରସ୍ତ ମଧ୍ୟ । ହସ୍ପିଟାଲରେ ଚିକିତ୍ସିତ ମଧ୍ୟ ହେଉଛନ୍ତି । ଏବେ ପୁଣି ଥରେ ଆରେଷ୍ଟ ଓ୍ବାରେଣ୍ଟ ପାଇବା ପରେ ସେ ଏବେ ନିଜେ କାର୍ଯ୍ୟରତ ଥିବା ସରକାରୀ ପରିବହନ ସଂସ୍ଥା ପକ୍ଷରୁ ଆଇନଗତ ସହାୟତା ମଧ୍ୟ ଲୋଡିଛନ୍ତି । ତାଙ୍କ ବିରୋଧରେ ଥିବା ମାମଲା ବନ୍ଦ କରିବା ପାଇଁ ଆବେଦନ ମଧ୍ୟ କରିଛନ୍ତି । ହେଲେ ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ସେ ନେଇ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.