ETV Bharat / bharat

ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ: 27 ବର୍ଷ ପରେ ଅଭିଯୁକ୍ତ ହାତରେ ପଡିଲା ହାତକଡି

author img

By

Published : Aug 3, 2022, 12:32 PM IST

ଦୀର୍ଘ ୨୭ ବର୍ଷ ପରେ ମିଳିଲା ନ୍ୟାୟ । ଡିଏନଏ ( DNA)ଟେଷ୍ଟ ରିପୋର୍ଟକୁ ଆଧାର କରି ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଜାଣନ୍ତୁ କଣ ଥିଲା ପୁରା ଘଟଣା ।

୨୭ ବର୍ଷ ପରେ ପୀଡିତାଙ୍କୁ ମିଳିଲା ନ୍ୟାୟ:DNA ଟେଷ୍ଟରୁ ମିଳିଲା ସୁରାକ୍,ବନ୍ଧା ହେଲା ଦୁଷ୍କର୍ମକାରୀ

ଲକ୍ଷ୍ନୌ: ଦୀର୍ଘ ୨୭ ବର୍ଷ ପରେ ମିଳିଲା ନ୍ୟାୟ । ବନ୍ଧା ହେଲା ଦୁଷ୍କର୍ମକାରୀ । ଡିଏନଏ ( DNA)ଟେଷ୍ଟରୁ ମିଳିଲା ବଡ ସୁରାକ୍ । ଯେଉଁ ଆଧାରରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଘଟଣାଟି ଥିଲା ପୁରା ଏମିତି । ଉତ୍ତରପ୍ରଦେଶର ଶାହାଜାନପୁରର ଘଟଣା (Shahjahanpur) । ୨୭ ବର୍ଷ ପୂର୍ବରୁ ସେହି ଅଞ୍ଚଳରେ ରହୁଥିବା ଜଣେ 12 ବର୍ଷିୟ ନାବାଳିକା ସହ ପଡୋଶୀ ଥିବା ୨ ଭାଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଦୁଷ୍କର୍ମ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଏପରିକି ସେ ଏକ ପୁତ୍ର ସନ୍ତାନକୁ ମଧ୍ୟ ଜନ୍ମ ଦେଇଥିଲେ ।

ସେପଟେ ବର୍ଷ ପରେ ବର୍ଷ ବିତି ଚାଲିଥିଲା । ହେଲେ ସେ ପର୍ଯ୍ୟନ୍ତ ବନ୍ଧା ହୋଇ ନ ଥିଲେ ଦୁଇ ଭାଇ ନାକି ହାସନ୍ ଓ ଗୁଡ୍ଡୁ ଓରଫ ମହମ୍ମଦ ରଜି । ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଦୁଇ ଭାଇଙ୍କ ଡିଏନଏ ଟେଷ୍ଟ କରିଥିଲା । ଯାହା ପୀଡିତା ଓ ତାଙ୍କ ପୁଅ ଡିଏନଏ ସହ ମ୍ୟାଚ କରିଥିଲା । ଡିଏନଏ ରିପୋର୍ଟ ଆଧାରରରେ ପୋଲିସ ମହମ୍ମଦ ରଜିକୁ ମଙ୍ଗଳବାର ଗିରଫ କରିଛି । ସଜା କାଟିବା ପାଇଁ ତାଙ୍କୁ ଜେଲକୁ ପଠାଇଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.