ETV Bharat / bharat

ସ୍ନାତକତ୍ତୋର ପାସ୍‌ କରିବା ପାଇଁ ୨୫ ପ୍ରୟାସ, ୫୬ବର୍ଷରେ ହାସଲ କଲେ ଡିଗ୍ରୀ

୨୫ଥର ପ୍ରୟାସ କରି ଶେଷରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମଧ୍ୟପ୍ରଦେଶର ରାଜକିରଣ ବରୁଆ । ୫୬ବର୍ଷରେ ହାସଲ କଲେ ଡିଗ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 28, 2023, 10:42 PM IST

Rajkumar barua jabalpur
Rajkumar barua jabalpur

ଭୋପାଳ: ଚର୍ଚ୍ଚାରେ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳର ୫୬ ବର୍ଷର ଛାତ୍ର ରାଜକିରଣ ବରୁଆ । ଯିଏକି ନିଜ ଧୈର୍ଯ୍ୟ, ନିଷ୍ଠା ଓ ଉଦ୍ୟମ ବଳରେ ୫୬ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ତେବେ ଏଥିଲାଗି ତାଙ୍କୁ ୨୫ ଥର ପ୍ରୟାସ କରିବାକୁ ପଡ଼ିଛି । ରାଜକିରଣ ଏମଏ ଏମଏସସିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଆଗକୁ ସେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି କାମ କରିବାକୁ ଚାହୁଁଥିବା କହିଛନ୍ତି ।

ରାଜକିରଣଙ୍କ ପରିବାର ଦରିଦ୍ର ଶ୍ରେଣୀର । ଜବଲପୁରରେ ତାଙ୍କ ପିତା ଦିନ ମଜୁରିଆ କାମ କରୁଥିଲେ । ରାଜକିରଣ ପିତାମାତାଙ୍କ ସହ ଏଠାରେ ରହୁଥିଲେ । ହେଲେ ରାଜକିରଣ ଛୋଟ ଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଘର ଚଳାଇବା ଲାଗି ରାଜଙ୍କ ମାଆ ବିଭିନ୍ନ ଲୋକଙ୍କ ଘରକୁ ଯାଇ କାମ କରିବା ଆରମ୍ଭ କଲେ । ହେଲେ ଛୋଟ ବେଳୁ ରାଜକିରଣ ବେଶ ବୁଦ୍ଧିମାନ ଥିଲେ । ଏଥିଲାଗି ତାଙ୍କୁ ଲୋକେ ପାଠ ପଢ଼ିବା ଲାଗି ପରାମର୍ଶ ଦେଉଥିଲେ । ରାଜକିରଣ ଜବଲପୁରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ହେଲେ ସ୍କୁଲ ପାଠ୍ୟକ୍ରମ ଶେଷ ହେବା ପରେ ତାଙ୍କ ମାଆଙ୍କର ବି ମୃତ୍ୟୁ ଘଟିଥିଲା । ଏହାପରେ ରାଜକିରଣ ଦୋକାନ କରିଥିଲେ । ତାଙ୍କର ପାଠ ପଢିବାକୁ ଇଚ୍ଛା ଥିବା ସତ୍ତ୍ବେ ସମୟ ମିଳୁନଥିଲା ।

ଏହା ବି ପଢନ୍ତୁ- ବୟସ ଅପରାହ୍ନରେ ପାଠ ପଢିବା ନିଶା, ବର୍ଣ୍ଣବୋଧ ଶିଖୁଛନ୍ତି ଜେଜେମା-ଆଈ

୧୯୯୬ ପ୍ରତ୍ନତତ୍ତ୍ବ ବିଷୟରେ ସେ ମାଷ୍ଟର କରିଥିଲେ । ଏହାସହିତ ସେ ମଝିରେ ମଝିରେ ପିଲାଙ୍କୁ ଟ୍ୟୁସନ ମଧ୍ୟ କରୁଥିଲେ । ଏହାପରେ ତାଙ୍କୁ ନବୀନ ବିଦ୍ୟା ଭବନ ସ୍କୁଲରେ ପିଲାଙ୍କୁ ପାଠ ପଢାଇବାକୁ ସୁଯୋଗ ମିଳିଥିଲା । ଏହି ସମୟରେ ସେ ପିଲାଙ୍କୁ ମାନସ୍ଥିକ ସ୍ଥିତି ପରୀକ୍ଷା କରିଥିଲେ । ଏହାପରେ ସେ ଦୁର୍ଗାବତୀ ବିଶ୍ବବିଦ୍ୟାଳୟରେ MA Mscରେ ଆଡମିଶନ କରିଥିଲେ । ଏହି ଡିଗ୍ରୀ ଲାଗି ସ୍ନାତକରେ ବିଏସସି କରିବା ଆବଶ୍ୟକ ଥିଲା । ହେଲେ ଆମ ଶିକ୍ଷା ବ୍ୟବସ୍ଥାରେ ମାଷ୍ଟର ଅଫ ଆର୍ଟସ କୌଣସି ବି ବିଷୟରେ କରାଯାଇପାରିବ । ଏଥିଲାଗି ସେ ଏମଏ ଏମଏସସିରେ ଆଡମିଶନ ନେଇଥିଲେ । ୧୯୯୭ରେ ପାଠପଢା ଆରମ୍ଭ କରିଥିଲେ । ସେ ପ୍ରାୟ ୨୪ ଥର ପାସ ହେବା ଲାଗି ପ୍ରୟାସ କରିଥିଲେ, କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା ।

କୋଭିଡ ମହାମାରୀ ସମୟରେ ତାଙ୍କୁ ପାଠ ପଢିବାକୁ ସମୟ ମିଳିଥିଲା । ଏହାପରେ ସେ ଏମଏସିର ପ୍ରଥମ ବର୍ଷରେ ପାସ କରିଥିଲେ । ୨୦୨୩ରେ ସେ ଏମଏସସିରେ ଦ୍ବିତୀୟ ବର୍ଷ ପାସ କରି ନିଜର ନିଷ୍ଠା ଓ ଧୈର୍ଯ୍ୟର ପ୍ରମାଣ ଦେଇଛନ୍ତି । ପାଠ ପଢ଼ିବା ଲାଗି ସେ ଜଗୁଆଳୀ କାମ ମଧ୍ୟ କରିଥିଲେ । ରାଜକିରଣ ପାଠ ପଢ଼ିବା ସମୟରେ ଏତେ ଥର ଫେଲ୍‌ ହୋଇଛନ୍ତି ଯେ ତାଙ୍କୁ ଫେଲ‌୍‌ ନେଇ ଆଉ ଭୟ ନାହିଁ । ଏଣୁ ସେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି କାମ କରିବାକୁ ଚାହୁଁଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.