ETV Bharat / bharat

ବିଧାୟକଙ୍କୁ ମିଳିଲା ଶିକ୍ଷକ ନିଯୁକ୍ତି, ୨୩ ବର୍ଷ ପୂର୍ବେ ଦେଇଥିଲେ ପରୀକ୍ଷା - ଚୋଡାବରମ ବିଧାୟକ କରାନମ ଧର୍ମଶ୍ରୀ

ଶିକ୍ଷକ ହେବା ପାଇଁ ୧୯୯୮ରେ ଦେଇଥିଲେ ପରୀକ୍ଷା । ଦୀର୍ଘ ୨୩ ବର୍ଷ ପରେ ବିଧାୟକଙ୍କୁ ମିଳିଲା ନିଯୁକ୍ତି । ଅଧିକ ପଢନ୍ତୁ

ବିଧାୟକଙ୍କୁ ମିଳିଲା ଶିକ୍ଷକ ନିଯୁକ୍ତି, ୨୩ ବର୍ଷ ପୂର୍ବେ ଦେଇଥିଲେ ପରୀକ୍ଷା

author img

By

Published : Jun 21, 2022, 8:56 PM IST

ଅମରାବତୀ: ଚୋଡାବରମ ବିଧାୟକ କରାନମ ଧର୍ମଶ୍ରୀ (Chodavaram MLA Karanam Dharmashree)ଙ୍କୁ ୨୩ ବର୍ଷ ପରେ ମିଳିଲା ନିଯୁକ୍ତି । ସେ ୧୯୯୮ ମସିହାରେ ଶିକ୍ଷକତା ଲାଗି ପରୀକ୍ଷା ଦେଇଥିବା ବେଳେ ଆଜି ତାଙ୍କୁ ମିଳିଛି ନିଯୁକ୍ତି । ବିଧାୟକ BA ସାମାଜିକ ଏବଂ ଇଂରାଜୀ ପୋଷ୍ଟ (BA Social and English post) ପାଇଁ ପରୀକ୍ଷା ଦେଇଥିଲେ ।

ଧର୍ମଶ୍ରୀ ଶିକ୍ଷକ ଭାବେ ନିଯୁକ୍ତି ନ ପାଇବା ପରେ ରାଜନୀତିରେ ପାଦ ଥାପିଥିଲେ । ଜିଲ୍ଲାର କଂଗ୍ରେସ ଦଳର ୟୁଥ୍‌ ୱିଙ୍ଗରେ ସେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ୨୦୦୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପରୀକ୍ଷା ଦେବା ସମୟରେ ୩୦ ବର୍ଷୀୟ ହୋଇଥିଲେ । ସେ ଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଆଶା ରଖିଥିଲେ । ମାତ୍ର DSC (District Selection Committee)ରେ ବିବାଦ ଯୋଗୁଁ ୧୯୯୮ ବ୍ୟାଚର୍‌ ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି ମିଳିନଥିଲା । ଏଥିଲାଗି ସେ ଶିକ୍ଷକତା କରିପାରିନଥିଲେ ।

ତେବେ DSC ନିଯୁକ୍ତିରେ ଉପୁଜିଥିବା ବିବାଦର ସମାଧାନ ହେବା ପରେ ମୁଖ୍ୟମନ୍ତ୍ରୀ ଜଗନ ଏହି ୧୯୯୮ ବ୍ୟାଚ୍‌ର କୃତି ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି ଦେଇଛନ୍ତି । ସେହି ସମୟରେ ଯେଉଁମାନେ ନିଯୁକ୍ତି ପାଇଁ ଚୟନ ହୋଇଥିଲେ ସେମାନଙ୍କ ମଧ୍ୟରୁ କିଛି ଏବେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ କିଛି ଭିନ୍ନ ବୃତ୍ତି କରି କାର୍ଯ୍ୟରତ ରହିଛନ୍ତି । ଅନ୍ୟପଟେ ଧର୍ମଶ୍ରୀ ରାଜନୀତିରେ ପାଦ ଦେଇଥିବା ବେଳେ ୨ ଥର ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.