ETV Bharat / bharat

ଉତ୍ତର ପ୍ରଦେଶରେ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁ, 140 ଘୁଷୁରୀ ମୃତ - ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁରେ ଘୁଷୁରୀ ମୃତ

ଉତ୍ତର ପ୍ରଦେଶରେ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁ ଚିହ୍ନଟ । ଫୈଜୁଲ୍ଲାଗଞ୍ଜରେ ଘୁଷୁରୀ ମଡକ ପରେ ମୃତ ପଶୁଙ୍କ ନମୂନାରୁ ମିଳିଲା ଭୂତାଣୁ । ନିକଟରେ ମଲେଣି 140 ଘୁଷୁରୀ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁ, 140 ଘୁଷୁରୀ ମୃତ

author img

By

Published : Jul 20, 2022, 10:19 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଫୈଜୁଲ୍ଲାଗଞ୍ଜରେ ଘୁଷୁରୀ ମଡକ ପରେ ମୃତ ଘୁଷୁରୀଙ୍କ ଠାରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ ଭୂତାଣୁ ଚିହ୍ନଟ ହୋଇଛି । ଭୋପାଳର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆନିମଲ୍ ଲ୍ୟାବକୁ ସଂକ୍ରିମିତ ପଶୁଙ୍କ ସଂଗୃହୀତ ନମୁନା ପଠାଯାଇଥିଲା । ଗତକାଲି (ମଙ୍ଗଳବାର) ଏହାର ରିପୋର୍ଟ ଆସିଛି । ମୃତ ଘୁଷୁରୀମାନେ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁ ଭୂତାଣୁରେ ସଂକ୍ରମିତ ହୋଇ ମରିଥିବା ସ୍ପଷ୍ଟ ହୋଇଛି ।

ଲକ୍ଷ୍ନୌରେ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁ, 140 ଘୁଷୁରୀ ମୃତ

ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ପ୍ରାୟ 140 ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ସେଠାରେ ଘୁଷୁରୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ହଠାତ ଏପରି ମଡକ ଦେଖିବାକୁ ମିଳିବା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଭୟରେ ଲୋକେ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଆରମ୍ଭ କରିଥିବା ମଧ୍ୟ ସୂଚନା ମିଳିଛି ।

ଜିଲ୍ଲା ପ୍ରଶାସନ ଏବଂ ପୌର କର୍ତ୍ତୁପକ୍ଷ ମଧ୍ୟ ଏହି ଘଟଣା ନେଇ ଆକ୍ସନ ମୋଡକୁ ଆସିଛନ୍ତି । ଗତକାଲି (ମଙ୍ଗଳବାର) ରାତିରେ ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟପାଲ ଗାଙ୍ଗୱାରଙ୍କ ନେତୃତ୍ବରେ ମ୍ୟୁନିସିପାଲିଟି କମିଶନର ଇନ୍ଦରଜିତ ସିଂ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀଙ୍କ ଏକ ଟିମ ଉକ୍ତ ସ୍ଥାନ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ ।

ଡାକ୍ତରୀ ଦଳଙ୍କ ଦ୍ବାରା ମୃତ ଘୁଷୁରୀଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ଟେଷ୍ଟି ପାଇଁ ପଠାଯାଇଥିଲା । ସଂକ୍ରମିତ ପଶୁଙ୍କ ଠାରୁ ଦୂରତା ବଜାୟ ରଖିବା ସହ ସେମାନଙ୍କ ମାଂସ ନଖାଇବା ପାଇଁ ଜିଲ୍ଲା ପ୍ରଶାସନର ଟିମ ସ୍ଥାନୀୟ ଲୋକଙ୍କୁ ସତର୍କତା ରହିିବାକୁ ପରାମର୍ଶ ଦେଇଛି । ତେବେ ଗତକାଲି ଆସିଥିବା ରିପୋର୍ଟରେ ମୃତ ଘୁଷୁରୀ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ଭୟ ଆହୁରି ବଢିଛ ।

ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ କ’ଣ:-

ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଏକ ଅତ୍ୟଧିକ ସଂକ୍ରାମକ ପ୍ରାଣୀ ରୋଗ । ଏହା ଗୃହପାଳିତ ଓ ଏବଂ ବଣୁଆ ଘୁଷୁରୀଙ୍କୁ ଅତି ସହଜରେ ସଂକ୍ରମିତ କରିବା ସହ ଦୃତଗତିରେ ବ୍ୟାପିଥାଏ । ପ୍ରାଥମିକ ଲକ୍ଷଣ ଅନୁସାରେ ସଂକ୍ରମିତ ଘୁଷୁରୀମାନଙ୍କ ଠାରେ ଜ୍ୱର ହୋଇଥାଏ । ପରେ ଜଟିଳତା ବଢିବା ସହ ସଂକ୍ରମିତ ପ୍ରାଣୀ ମୃତ୍ୟୁ ମୁଖରେ ମଧ୍ୟ ପଡିଥାଏ ।

1920 ରେ ଆଫ୍ରିକାରେ ହୋଇଥିଲା ଚିହ୍ନଟ:-

ଏହି ରୋଗ ପ୍ରଥମେ 1920 ମସିହାରେ ଆଫ୍ରିକା ମହାଦେଶରେ ଦେଖାଯାଇଥିଲା । ଏହି ରୋଗରେ ମୃତ୍ୟୁ ହାର ପ୍ରାୟ 100 ପ୍ରତିଶତ ରହିଥାଏ ବୋଲି ପ୍ରାଣୀ ରୋଗ ବିଶେଷଜ୍ଞ ମତ ଦିଅନ୍ତି । ଏହି ଜ୍ୱରର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଉପଶମ ପ୍ରଣାଳୀ ବା ଔଷଧ ମଧ୍ୟ ବିକଶିତ ହୋଇପାରି ନାହିଁ । ତେଣୁ ସଂକ୍ରମଣ ରୋକିବା ପାଇଁ ସଂକ୍ରମତି ପଶୁମାନଙ୍କୁ ଆବଶ୍ୟକ ସ୍ଥଳେ ମାରି ଦିଆ ଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.