ETV Bharat / bharat

ଭାରତରେ ବନ୍ଦ ହେଲା ଆଫଗାନିସ୍ତାନ ଦୂତାବାସ - ଆଫଗାନିସ୍ତାନ ଦୂତାବାସ

ଭାରତରେ ନିଜର ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ । ଅଧିକ ପଢ଼ନ୍ତୁ

ଭାରତରେ ଆଫଗାନିସ୍ତାନ ଦୂତାବାସ ବନ୍ଦ
ଭାରତରେ ଆଫଗାନିସ୍ତାନ ଦୂତାବାସ ବନ୍ଦ
author img

By ETV Bharat Odisha Team

Published : Oct 1, 2023, 10:45 AM IST

Updated : Oct 1, 2023, 11:09 AM IST

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ଆଫଗାନିସ୍ତାନ ଦୂତାବାସ । ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନର ଦୂତାବାସ ଆଜିଠୁ(ରବିବାର) ଭାରତରେ ନିଜର ସମସ୍ତ କାର୍ଯ୍ୟକାଳପ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ଦୁଃଖଦ ଓ ନିରାଶଜନକ କହି ପ୍ରେସ୍‌ ରିଲିଜ ଜାରି କରିଛି ଆଫଗାନ । ନୂଆଦିଲ୍ଲୀ ଠାରେ ଦୂତାବାସ ବନ୍ଦ କରିବା ପଛରେ ୨ଟି କାରଣ ଦର୍ଶାଯାଇଛି । ଭାରତ ସରକାଙ୍କ ପକ୍ଷରୁ ଯଥେଷ୍ଟ ସହଯୋଗ ନମିଳିବା ଓ ଆଫଗାନିସ୍ତାନର ସ୍ବାର୍ଥ ରକ୍ଷା ଦିଗରେ ବିଫଳ ହୋଇଥିବାରୁ ଦୂତାବାସ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଏଥିପାଇଁ ତାଲିବାନୀ ସରକାରଙ୍କୁ ମଧ୍ୟ ଦାୟୀ କରିଛି ଦୂତାବାସ ।

ଏହା ମଧ୍ୟ ପଢନ୍ତୁ: Maldives Presidential Polls: ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚିତ

ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି ଯେ, ଖୁବ୍ ଦୁଃଖ ଓ ପରିତାପର ସହ ଆମେ ନୂଆଦିଲ୍ଲୀ ସ୍ଥିତ ଆଫଗାନସ୍ତାନ ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ ସରକାରଙ୍କ କୂଟନୈତିକ ସହଯୋଗର ଅଭାବ ଯୋଗୁଁ ଆମେ ଫଳପ୍ରଦ ଭାବେ କାର୍ଯ୍ୟ କରିବା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିଲା । ଭାରତର ସହଯୋଗର ଅଭାବ ଏବଂ କାବୁଲରେ ଏକ ବୈଧ ସରକାରର ଅନୁପସ୍ଥିତି ଏଥିପାଇଁ ଦାୟୀ । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଐତିହାସିକ ସମ୍ପର୍କ ଓ ଦାର୍ଘକାଳୀନ ସହଭାଗିତାକୁ ଦୃଷ୍ଟିରେ ରଖି ସତର୍କତାପୂର୍ବକ ବିଚାର ବିମର୍ଷ ପରେ ଦୂତାବାସ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି । କହିରଖୁଛି କି, ୨୦୨୧ ମସିହାରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ବନ୍ଦ କରିଥିଲା ।

ଏହା ମଧ୍ୟ ପଢନ୍ତୁ: UK: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ବାରରେ ପୁରାଇ ଦେଲେନି ଖଲିସ୍ତାନୀ ଉଗ୍ରବାଦୀ

ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନର ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ବରିଷ୍ଠ କୂଟନୈତିଜ୍ଞମାନେ ଭାରତ ଛାଡ଼ି ୟୁରୋପ ଏବଂ ଆମେରିକା ଚାଲିଯିବା ପରେ ଦୂତାବାସ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଦୂତାବାସ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରଣାଳୟଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା । ତେବେ ଦିଲ୍ଲୀରେ ଆଫଗାନ ଦୂତାବାସ ପରିଚାଳନା ପାଇଁ ଉଭୟ ମାନବ ଓ ଆର୍ଥିକ ସମ୍ବଳର ଅଭାବ ରହିଥିଲା । ଏହାରି ମଧ୍ୟରେ ଅତିକମରେ ୫ ଜଣ କୂଟନୈତିଜ୍ଞ ଭାରତ ଛାଡ଼ି ଚାଲି ଯାଇଛନ୍ତି । କୂଟନୈତିଜ୍ଞମାନେ ଚାଲିଯିବା ସମ୍ପର୍କରେ ଶୁକ୍ରବାର ଦିନ ଆଫଗାନ ଦୂତାବାସର ୩ ଜଣ ଅଧିକାରୀ ରୟଟର୍ସକୁ ଜଣାଇଥିଲେ । ଏସବୁ କାରଣ ଯୋଗୁଁ ଆଜିଠୁ ଭାରତରେ ଆଫଗାନ ଦୂତାବାସ ନିଜର ଅପେରସନ୍‌ ବନ୍ଦ କରିଛି ।

Last Updated : Oct 1, 2023, 11:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.