ଲକ୍ଷ୍ନୌ: ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶ ଦଳମାନଙ୍କରେ ମିଶ୍ରଣ ପର୍ବ ଜାରି ରହିଛି । ବିଭିନ୍ନ ଦଳରେ ସାମିଲ ହେଉଛନ୍ତି ବହୁ ଚର୍ଚ୍ଚିତ ଚେହେରା । ଏହାରି ଭିତରେ ରାଜନୀତି କରିବାକୁ ମନ ବଳାଇଛନ୍ତି ଓକିଲ ସୀମା କୁଶୱାହ । ଚର୍ଚ୍ଚିତ ନିର୍ଭୟା ଓ ହାଥରସ ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ଲଢିଥିବା ଓକିଲ ସୀମା କୁଶୱାହ ବିଏସପିରେ (Bahujan Samaj Party) ସାମିଲ ହୋଇଛନ୍ତି ।
-
बहुजन समाज में जन्मे सभी पूज्य संत व महापुरुषों एवं आदरणीय बहन सुश्री @Mayawati जी के विचारों से प्रेरित होकर, महिलाओं को न्याय दिलाने व उनके अधिकारों के लिए सदैव संघर्ष करने वाली सीमा कुशवाहा जी ने आज @bspindia की सदस्यता ग्रहण की। pic.twitter.com/kNGRKBvehn
— Satish Chandra Misra (@satishmisrabsp) January 20, 2022 " class="align-text-top noRightClick twitterSection" data="
">बहुजन समाज में जन्मे सभी पूज्य संत व महापुरुषों एवं आदरणीय बहन सुश्री @Mayawati जी के विचारों से प्रेरित होकर, महिलाओं को न्याय दिलाने व उनके अधिकारों के लिए सदैव संघर्ष करने वाली सीमा कुशवाहा जी ने आज @bspindia की सदस्यता ग्रहण की। pic.twitter.com/kNGRKBvehn
— Satish Chandra Misra (@satishmisrabsp) January 20, 2022बहुजन समाज में जन्मे सभी पूज्य संत व महापुरुषों एवं आदरणीय बहन सुश्री @Mayawati जी के विचारों से प्रेरित होकर, महिलाओं को न्याय दिलाने व उनके अधिकारों के लिए सदैव संघर्ष करने वाली सीमा कुशवाहा जी ने आज @bspindia की सदस्यता ग्रहण की। pic.twitter.com/kNGRKBvehn
— Satish Chandra Misra (@satishmisrabsp) January 20, 2022
ଗୁରୁବାର ବିଏସପିର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୀମା । ଯୋଗ ଦେବା ପରେ ସୀମା କହିଛନ୍ତି ସେ ଦଳରେ ଯୋଗ ଦେବାର କାରଣ ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ଦେବା । ସେ ଆହୁରି କହିଛନ୍ତି ୟୁପିରେ ମାୟାବତୀ କ୍ଷମତାରେ ଥିବା ସମୟରେ ଆଇନ ଶୃଙ୍ଖଳା ଭଲ ଥିଲା । ରାଜ୍ୟରେ ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷିତ ଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ଅପରାଧ ହ୍ରାସ ପାଇଥିଲା । ମୟାବତୀଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କରିବା ପାଇଁ କାର୍ଯ୍ୟ କରିବୁ ଏବଂ ୟୁପିରେ ଆଇନର ଶାସନ ପୁନଃ ସ୍ଥାପିତ ହେବ ଏବଂ ମହିଳାମାନେ ନିରାପଦ ଅନୁଭବ କରିବେ ବୋଲି କହିଛନ୍ତି ସୀମା କୁଶୱା ।
-
माननीय सतीशचंद्रा मिश्रा सर । आपका बहुत बहुत शुक्रिया।सम्मानपूर्वक इस बेटी को बीएसपी पार्टी के साथ जोड़ने के लिए।मैं अपनी ज़िम्मेदारी बख़ूबी निभाऊँगी।🙏🙏🙏 https://t.co/d04MUwL1X5
— Seema Samridhi (Kushwaha) (@Seemasamridhi) January 20, 2022 " class="align-text-top noRightClick twitterSection" data="
">माननीय सतीशचंद्रा मिश्रा सर । आपका बहुत बहुत शुक्रिया।सम्मानपूर्वक इस बेटी को बीएसपी पार्टी के साथ जोड़ने के लिए।मैं अपनी ज़िम्मेदारी बख़ूबी निभाऊँगी।🙏🙏🙏 https://t.co/d04MUwL1X5
— Seema Samridhi (Kushwaha) (@Seemasamridhi) January 20, 2022माननीय सतीशचंद्रा मिश्रा सर । आपका बहुत बहुत शुक्रिया।सम्मानपूर्वक इस बेटी को बीएसपी पार्टी के साथ जोड़ने के लिए।मैं अपनी ज़िम्मेदारी बख़ूबी निभाऊँगी।🙏🙏🙏 https://t.co/d04MUwL1X5
— Seema Samridhi (Kushwaha) (@Seemasamridhi) January 20, 2022
କିଏ ସୀମା କୁଶୱାହ?
୨୦୧୨ରେ ରାଜଧାନୀ ଦିଲ୍ଲୀର ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପାଇଁ ଲଢିଥିଲେ ସୀମା । ସତ ପାଇଁ ଲଢି ଦୀର୍ଘ ୭ ବର୍ଷ ପରେ ପୀଡିତାଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇଥିଲେ ସୀମା । ସେବେଠୁ ଏକ ଚର୍ଚ୍ଚିତ ଚେହେରା ପାଲଟି ସେ । ଏହାପରେ ହାଥରସ ଘଟଣାର କେସ ମଧ୍ୟ ଲଢିଥିଲେ ସୀମା । ସେ ଖାଲି ଜଣେ ସୁପ୍ରିମକୋର୍ଟ ବରିଷ୍ଠ ଆଇନିଜୀବୀ ନୁହନ୍ତି ନିର୍ଭୟା ଜ୍ୟୋତି ଟ୍ରଷ୍ଟର ପ୍ରତିଷ୍ଠାତା ମଧ୍ୟ । ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏହି ଟ୍ରଷ୍ଟ ବିଭିନ୍ନ ଅଭିଯାନ କରିଥାଏ ।
ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କୁ ଆଇନଜୀବୀ ସୀମା କୁଶୱାହଙ୍କ ପ୍ରଶ୍ନ; ମୋ ମୃତ୍ୟୁକୁ କରିଛନ୍ତି କି ଅପେକ୍ଷା ?
ପ୍ରକାଶ ଥାଉ କି, ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ଚଳିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ । ମେ ୧୦ରେ ଭୋଟ ଗଣତି ହେବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ