ETV Bharat / bharat

୨୦୨୪ ସୁଦ୍ଧା ଟ୍ରାକକୁ ଫେରିବ ବିକଶିତ ଅର୍ଥନୀତି: ଗୀତା ଗୋପିନାଥ

୨୦୨୪ ସୁଦ୍ଧା ଟ୍ରାକକୁ ଫେରିବ ବିକଶିତ ଅର୍ଥନୀତି । ଏହା କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF)ର ଡେପୁଟି ଏମଡି ଗୀତା ଗୋପିନାଥ । ଅଧିକ ପଢନ୍ତୁ

୨୦୨୪ ସୁଦ୍ଧା ଟ୍ରାକକୁ ଫେରିବ ବିକଶିତ ଅର୍ଥନିତୀ: ଗୀତା ଗୋପିନାଥ

author img

By

Published : May 26, 2022, 8:31 AM IST

ନୂଆଦିଲ୍ଲୀ: ୨୦୨୪ ସୁଦ୍ଧା ଟ୍ରାକକୁ ଫେରିବ ବିକଶିତ ଅର୍ଥନୀତି । କିନ୍ତୁ ବିକାଶମୁଖୀ ରାଷ୍ଟ୍ରଗୁଡିକ ଯେଉଁ ସ୍ଥାନରେ ରହିବା କଥା ତାଠାରୁ ୫ ପ୍ରତିଶତ ତଳେ ରହିବେ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF)ର ଡେପୁଟି ଏମଡି ଗୀତା ଗୋପିନାଥ ।

ବିଶ୍ବବ୍ୟାପୀ ଅର୍ଥନୀତି ଗୁଡିକ ମହାମାରୀ (COVID-19) ଦ୍ବାରା ପ୍ରଭାବିତ ହୋଇଛି । ଏବେ ଏମାନେ ସୁଧାର ପଥରେ ରହିଥିବା ଗୋପୀନାଥ କହିଛନ୍ତି । ଅନ୍ୟପଟେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ମଧ୍ୟ ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଥିବା ନେଇ କୁହାଯାଇଛି । ବିଶ୍ବ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀରେ ଗୋପୀନାଥ ଏହା କହିଛନ୍ତି ।

ସମ୍ପ୍ରତି ଦରବୃଦ୍ଧି ସମସ୍ୟା ରହିଛି । ଇନ୍ଧନ ଏବଂ ଖାଦ୍ୟ ସହ ବିଶ୍ବବ୍ୟାପୀ ପ୍ରାୟ ସମସ୍ତ ସାମଗ୍ରୀ ମୂଲ୍ୟ ବଢିଚାଲିଛି । ଗୋପିନାଥ କହିଛନ୍ତି ଯେ,"ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ସୁଧ ହାର ବଢାଉଛନ୍ତି । ତେବେ ଏହା ବିଶ୍ବ ବାଣିଜ୍ୟକୁ ପ୍ରଭାବିତ କରିବ । ୨୦୨୪ ସୁଦ୍ଧା ଟ୍ରାକକୁ ଫେରିବ ବିକଶିତ ଅର୍ଥନୀତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.