ETV Bharat / bharat

10ମ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ଏଡିୟୁ ଗୋଦାର

author img

By

Published : Oct 26, 2022, 9:03 PM IST

10ମ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଫିଚର ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’ (10th Asian Film Festival in Barcelona) । ଫିଚର ଫିଲ୍ମ ବର୍ଗରେ ପ୍ରଦର୍ଶିତ ହେବା ପାଇଁ ହୋଇଛି ମନୋନୀତ । ଅଧିକ ପଢନ୍ତୁ

10ମ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ‘ଏଡିୟୁ କେଦାର’
10ମ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ଏଡିୟୁ ଗୋଦାର

ହାଇଦ୍ରାବାଦ: 10ତମ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡିଆ ଫିଚର ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’। ସ୍ପେନର ବାର୍କେଲୋନାରେ ଅନୁଷ୍ଠିତ 10ତମ ଏସିଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଓଡିଆ ଚଳଚିତ୍ର ଭାବେ ଏହା ପ୍ରଦର୍ଶିତ ହେବାକୁ ମନୋନୀତ କରାଯାଇଛି (10th Asian Film Festival in Barcelona)।

ଚଳିତ ମାସ (ଅକ୍ଟୋବର) 26 ରୁ ନଭେମ୍ବର 6 ତାରିଖ ପର୍ଯ୍ୟନ୍ତ ସ୍ପେନର ବାର୍କେଲୋନା ସହରରେ ଏହି ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ବିଭିନ୍ନ ଶ୍ରେଣୀବର୍ଗରେ 25ଟି ଦେଶର 100 ବିଶିଷ୍ଟ ଚଳଚିତ୍ର ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛନ୍ତି । ବିଭିନ୍ନ ବର୍ଗେର ଏସିଆ ଓ ଏସିଆ-ପାସିଫିକ ରିଜିଓନରେ ମନୋନୀତ ଚଳଚ୍ଚିତ୍ରଗୁଡିକ ଏହି ଉତ୍ସବରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ସ୍ପେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ମାଡରିଡ ଓ ବାର୍କେଲୋନା ସିଟି କାଫନସିଲ ମିଳିତ ଭାବେ ଏହି ଫିଲ୍ମ ଫେଷ୍ଟିଭାଲର ଆୟୋଜକ ରହିଛନ୍ତି ।

ଫିଚର ଫିଲ୍ମ ବର୍ଗରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଏହି ଓଡିଆ ଚଳଚ୍ଚିତ୍ର । ୱେଲ୍ସ ଆସେମ୍ବଲି ଏବଂ କାର୍ଡିଫ୍ କାଉନସିଲ୍ (ୟୁକେ) ଦ୍ୱାରା ଆୟୋଜିତ କାର୍ଡିଫ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-2022 ରେ ଫିଚର ଫିଲ୍ମ ବର୍ଗରେ ଏହି ଓଡିଆ ଚଳଚିତ୍ର 'ଏଡିୟୁ ଗୋଦାର’ ଚୟନ କରାଯାଇଥିଲା । ତେବେ ଏହି ବର୍ଗରେ ସଫଳତା ହାସଲ କରିବା ପାଇଁ ଏହି ଚଳଚ୍ଚିତ୍ର ଅନ୍ୟ ପାଞ୍ଚଟି ସମାନଧର୍ମୀ ଚଳଚ୍ଚିତ୍ର ସହ ପ୍ରତିଦ୍ବନ୍ଦ୍ବିତା କରିବ । ଗତମାସରେ ଏହି ଚଳଚ୍ଚିତ୍ର ଜୟପୁର, ମୁମ୍ବାଇ ସମେତ ବିଭିନ୍ନ ସହରରେ ପ୍ରଦର୍ଶିତ ହୋଇଥିଲା ।

ଜାତୀୟ ପୁରସ୍କାର ବିଜେତା ସିନେ ନିର୍ମାତା ଓ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି ଚଳଚ୍ଚିତ୍ରର କାହାଣୀ ସହ ନିର୍ଦ୍ଦେଶନା ଦେଇଛନ୍ତି । ବରିଷ୍ଠ ଓଡିଆ ସିନେ ଅଭିନେତା ଚୌଧୁରୀ ବିକାଶ ଦାସ, ଦୀପନଭିତ୍ ଦାଶମହାପାତ୍ର (Dipanwit Dashmohapatra), ସୁଧାଶ୍ରୀ ମଧୁସ୍ମିତା, ସ୍ବସ୍ତିକ୍ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବସୁ ମଲିକ୍ ଏବଂ ଅଭିଷେକ ଗିରି ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ସେହିପରି ସଙ୍ଗୀତ କମ୍ପୋଜର ଭାର ସମ୍ଭାଳିଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ କିଶୋଲ୍ୟ ରୟ (Kisaloy Roy)। ଲୋକପ୍ରିୟ ରକ ମ୍ୟୁଜିକ ଆଇକନ୍ ରୁପମ୍ ଇସଲାମ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଓଡିଆ ଗୀତରେ କଣ୍ଠଦାନ କରିଥିବା ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.