ନୂଆଦିଲ୍ଲୀ: ସେରମ ଇନଷ୍ଟୁଚ୍ୟୁଟ ସିଇଓ ଅଦର ପୁନୱାଲା ନେଲେ କୋରୋନା ଟୀକା । ଏହାପରେ ଦେଶବ୍ୟାପୀ କୋରୋନା ଭ୍ୟାକ୍ସିନର ସଫଳ କାର୍ଯ୍ୟକାରିତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ବରେ ସର୍ବବୃହତ କୋଭିଡ୍ ଟୀକାକରଣର ଆରମ୍ଭ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଏହାସହ ଐତିହାସିକ ଟୀକାକରଣରେ ମୁଁ ଆମର ସ୍ବାସ୍ଥ୍ୟ କର୍ମୀମାନଙ୍କ ସହ ଯୋଗଦେଉଛି । ମୁଁ ନିଜେ ଏହି ଟୀକା ଗ୍ରହଣ କରୁଛି ବୋଲି ପୁନାୱାଲା ଏକ ଟ୍ବିଟ କରିଛନ୍ତି।
ଭାରତର ଡ୍ରଗ୍ସ ନିୟାମକ ସଂସ୍ଥା ବର୍ତ୍ତମାନ ଦୁଇଟି ଟିକା ଅନୁମୋଦନ କରିଛି । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରା ଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ବାରା ବିକଶିତ ହୋଇଥିବା କୋଭିସିଲ୍ଡ ଟିକା ବିକଶିତ କରିଥିଲେ । ଇଣ୍ଡିଆନ୍ ମେଡିକାଲ୍ କାଉନସିଲ୍ ଅଫ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହଯୋଗରେ କୋଭାକ୍ସିନ୍ ହାଇଦ୍ରାବାଦର ଭାରତ ବାୟୋଟେକ୍ ଦ୍ବାରା ବିକଶିତ ହୋଇଛି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରୋନା ଭାଇରସ୍ ବିରୋଧରେ ଭାରତର ଟୀକାକରଣ ଡ୍ରାଇଭ୍ ଆରମ୍ଭ କରିଥିଲେ । ଦେଶର ସର୍ବ ବୃହତ ଟୀକାକରଣ କାର୍ଯ୍ୟକ୍ରମ ଭାବରେ ଦେଶର ସମ୍ପୂର୍ଣ୍ଣ ଜନତାଙ୍କୁ ଅନ୍ତର୍ଭୁକ୍ତ କରି ସ୍ବାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରଥମେ ଟୀକା ଦେବା ଡ୍ରାଇଭ୍ ଲକ୍ଷ୍ୟ ରଖିଛି ।
ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ପ୍ରାୟ 3 କୋଟି ଲୋକଙ୍କ ନିକଟରେ ଟୀକା ପହଞ୍ଚିବ। ଉନ୍ମୋଚନ ସମୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସମୂଦାୟ 3006 ଅଧିବେଶନ ସାଇଟଗୁଡିକ ସଂଯୋଗ ହେବ । ଉଦ୍ଘାଟନୀ ଦିବସରେ ପ୍ରତ୍ୟେକ ଅଧିବେଶନ ସ୍ଥାନରେ ପ୍ରାୟ 100 ହିତାଧିକାରୀଙ୍କୁ ଟୀକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ପ୍ରଥମ ପର୍ଯ୍ୟାୟରେ ଇଣ୍ଟିଗ୍ରେଟେଡ୍ ଶିଶୁ ବିକାଶ ସେବା (ଆଇସିଡିଏସ୍) କର୍ମଚାରୀଙ୍କ ସମେତ ସରକାରୀ ଏବଂ ବେସରକାରୀ କ୍ଷେତ୍ର ସ୍ବାସ୍ଥ୍ୟ ସେବା କର୍ମଚାରୀମାନେ ଏହି ଟିକା ଗ୍ରହଣ କରିବେ।